ଭୁବନେଶ୍ୱର,୧୮।୭: ଓଡ଼ିଶା ଡାଏଲିସିସ୍ ଟେକ୍ନିସିଆନ୍ ମିଟ୍ (ଓଡିଟିଏମ୍)ର ଉଦ୍ଘାଟନୀ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଭୁବନେଶ୍ୱର ପରିସରରେ ଓଡିଟିଏମର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଆଇଜିକେସି ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଏବଂ କିଡ୍ନୀ ଓଡ଼ିଶା ରିସର୍ଚ୍ଚ ଆଣ୍ଡ ଏଜୁକେଶନ ଫାଉଣ୍ଡେଶନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଅଧିବେଶନ କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ଡାଏଲିସିସ୍ ଟେକ୍ନିସିଆନ୍ ଓ ନର୍ସ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ନେଫ୍ରୋଲୋଜି ଏବଂ ୟୁରୋଲୋଜି କ୍ଷେତ୍ରର ବିଶିଷ୍ଟ ବକ୍ତା ଏବଂ ବିଶେଷଜ୍ଞମାନେ ଯୋଗ ଦେଇ ପ୍ରତିରୋପଣ ଏବଂ ଡାଏଲିସିସ୍ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ।
ଏ ସମ୍ପର୍କରେ ଆଇଜିକେସି ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡା. ପି.ସି ଦଳେଇ ଶେଷ ପର୍ଯ୍ୟାୟ କିଡନୀ ରୋଗରେ ପୀଡ଼ିତ ରୋଗୀଙ୍କ ଯତ୍ନ ନେବାରେ ଡାଏଲିସିସ୍ ଟେକ୍ନିସିଆନଙ୍କ ଅପରିହାର୍ଯ୍ୟ ଅବଦାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ପରିଶେଷରେ ଓଡ଼ିଶାର ଡାଏଲିସିସ୍ ଓ କିଡନୀ କେୟାର କ୍ଷେତ୍ରରେ ସ୍ବର୍ଗତ ପ୍ରଫେସର ସପନ କୁମାର ପାଲିତଙ୍କ ଅତୁଳନୀୟ ଅବଦାନକୁ ସ୍ବୀକାର କରି ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତ ଅଧିବେଶନରେ ସିଭି ରାଜୁ, ସୁଶୀଲ,ସନ୍ତୋଷ, ଜ୍ଞାନ, ଜୀବନ, ବିଶ୍ୱଜିତ, ପ୍ରିୟବ୍ରତ, ରବୀନ୍ଦ୍ର, ଅଂଶୁମାନ, ଶାନ୍ତନୁ, ଅଜିତ, ସରୋଜିନୀଙ୍କ ସମେତ ବହୁ ବରିଷ୍ଠ ଡାଏଲିସିସ ଟେକ୍ନିସିଆନ୍ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଏମ୍ଏସ୍ର ଡା.ରୂପସା ଓ ଆଇଜିକେସି ମଲ୍ଟିସ୍ପେଶାଲିଟିର ଏଜିଏମ୍ ସୁବ୍ରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର
ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…
କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…
ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…
ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା
ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…
ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ
ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…
ମୋଦି-ଟ୍ରମ୍ପଙ୍କ ଫୋନ କଲ୍ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ
ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…
ବାଇକ୍ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…
ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…
ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ
କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…
Archives

