Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ରାକେଶ, ତପନ

ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଏସିଆନ ଗେମ୍ସ ୨୦୨୩ ପାଇଁ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ ବୁଧବାର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଶେଷ ହୋଇଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଟ୍ରାଏଲ୍ସରେ ଭାରତର ବିଭିନ୍ନ ସ୍ଥାନରୁ ଜିମ୍ନାଷ୍ଟମାନେ ଅଂଶଗ୍ରହଣ କରିଥିଲେ। ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେବାକୁଥିବା ଭାରତୀୟ କୋର୍‌ ଗ୍ରୁପ୍‌ରେ ସ୍ଥାନ ପାଇବା ଥିଲା ଜିମ୍ନାଷ୍ଟଙ୍କର ମୁଖ୍ୟ ଲକ୍ଷ୍ୟ। ଟ୍ରାଏଲ୍‌ ଶେଷରେ ସିନିୟର ପୁରୁଷ ବ୍ୟକ୍ତିଗତ ବର୍ଗରେ ହରିୟାଣାର ଯୋଗେଶ୍ୱର ସିଂ, ଓଡ଼ିଶାର ରାକେଶ ପାତ୍ର ଓ ତପନ ମହାନ୍ତି ଶୀର୍ଷ-୩ ସ୍ଥାନରେ ରହିଥିଲେ। ସେହିପରି ସିନିୟର ମହିଳା ବ୍ୟକ୍ତିଗତ ବର୍ଗରେ ତ୍ରିପୁରାର ଦୀପା କର୍ମକାର ଏବଂ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ପ୍ରଣତି ଦାସ ଓ ପ୍ରଣତି ନାୟକ ପ୍ରଥମ ୩ ସ୍ଥାନ ଅଧିକାର କରିଥିଲେ। ଏହି ଜିମ୍ନାଷ୍ଟଙ୍କ ବ୍ୟତୀତ ପୁରୁଷ ବର୍ଗରେ ଗୌରବ କୁମାର ଓ ସତ୍ୟଜିତ ମଣ୍ଡଳ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆନାସ ଅଲୀ ଶେଖ୍‌ ଓ ସୈଫ୍‌ ତାମ୍ବୋଲି ରିଜର୍ଭ ତାଲିକାରେ ରହିଛନ୍ତି। ସେହିପରି ମହିଳା ବର୍ଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ବ୍ୟତୀତ ପ୍ରତିଷ୍ଠା ସାମନ୍ତଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ବିଦିଶା ଗାୟେନ ରିଜର୍ଭ-୧ ଭାବେ ସ୍ଥାନ ପାଇଛନ୍ତି।
ଏସିଆନ ଗେମ୍ସ ସମେତ ଆଗାମୀ ଦିନରେ ଅନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକ ପାଇଁ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପ ଲାଗି ମଧ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏଥିରେ ପୁରୁଷ ବିଭାଗରେ ଯୋଗେଶ୍ୱର, ରାକେଶ, ତପନ, ସତ୍ୟଜିତ, ଅନାସ, ସୈଫ୍‌ଙ୍କ ସମେତ ଶାୟନ ଶର୍ମା ସ୍ଥାନ ପାଇଛନ୍ତି। ସେହିପରି ମହିଳା ବିଭାଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ସମେତ ପ୍ରତିଷ୍ଠା, ବିଦିଶା ଏବଂ ରିତୁ ଦାସ ଓ ଶ୍ରୀବର୍ଷିନୀ ପି.ଏସ୍‌.ଙ୍କୁ ସାମିଲ କରାଯାଇଛି।
ଡୋପିଂ ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଦୀପା କର୍ମକାର ଟ୍ରାଏଲ ପୂର୍ବରୁ ଫେଭରାଇଟ ଥିଲେ। ସେ ନିଜ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଦୀପାଙ୍କ ପ୍ରଦର୍ଶନ ସମ୍ପର୍କରେ ଭାରତୀୟ କୋଚ୍‌ ବିଶ୍ୱେଶ୍ୱର ନନ୍ଦି କହିଛନ୍ତି ଯେ, ଦୀପା ଗତ ଦେଢ଼ମାସ ଧରି ଅଗରତାଲାରେ ଟ୍ରେନିଂ ନେଇ ଆସୁଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଫର୍ମକୁ ଫେରିବା ସହଜ କଥା ନୁହେଁ। ଏହାକୁ ଦୃଷ୍ଟିରେ ରଖି ଆମେ ତାଙ୍କ ପାଇଁ ଜଣେ ବ୍ୟକ୍ତିଗତ ଫିଜିଓଙ୍କୁ ନିଯୁକ୍ତ କରିଛୁ। ମୁଁ କେବଳ ତାଙ୍କର କୋଚ୍‌ ନୁହେଁ ଜଣେ ବାପା, ଅଭିଭାବକ, ମେଣ୍ଟର, ଫିଜିଓ ରୂପରେ ତାଙ୍କ ପ୍ରତି ଯନତ୍ବାନ ଅଛି। ସେ ମାନସିକ ଭାବେ ଖୁବ୍‌ ଦୃଢ଼। କୌଣସି ପରିସ୍ଥିତିରେ ଭାଙ୍ଗିଯିବା ପରି ପିଲା ନୁହେଁ। ଏଠାରେ ତାଙ୍କ ପ୍ରଦର୍ଶନରେ ଆମେ ସନ୍ତୁଷ୍ଟ“। କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଉପଲବ୍ଧ ସୁବିଧା ସୁଯୋଗକୁ ପ୍ରଶଂସା କରିଥିଲେ ବିଶ୍ୱେଶ୍ୱର।
ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ କୋର୍‌ ଦଳରେ ସ୍ଥାନ ସୁରକ୍ଷିତ କରିଥିବାରୁ ଓଡ଼ିଶାର ତପନ ମହାନ୍ତି ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି। ” ମୁଁ ପ୍ରଥମଥର ପାଇଁ ଏସିଆନ ଗେମ୍ସ ପାଇଁ ଟ୍ରାଏଲ୍‌ ଦେଇଥିଲି। ଏହି ପ୍ରତିଯୋଗିତାରେ ଟପ୍‌ କ୍ୱାଲିଟି ଆଥ୍‌ଲେଟମାନେ ଅଂଶଗ୍ରହଣ କରିଥାନ୍ତି। ଭାରତୀୟ ଦଳ ପାଇଁ ଚୟନ ହେବା ମୋ ପାଇଁ ସ୍ବତନ୍ତ୍ର ଅନୁଭବ। ଭାରତ ଏବଂ ଓଡ଼ିଶାକୁ ଗର୍ବିତ କରିବାକୁ ମୁଁ ଆଶା ରଖିଛି“ ବୋଲି ତପନ ପ୍ରକାଶ କରିଛନ୍ତି। ତପନ ସମ୍ପ୍ରତି ଓଡ଼ିଶା ଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର କ୍ୟାଡେଟ୍‌। ସେଠାରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ”ସମସ୍ତଙ୍କ ସମର୍ଥନ ବିନା ମୁଁ ଆଜି ଏଠାରେ ପହଞ୍ଚତ୍ ପାରି ନ ଥାନ୍ତି। ମୁଁ ଯେତିକି ପରିଶ୍ରମ କରିଛି ମୋ କୋଚ୍‌ମାନେ ମଧ୍ୟ ମୋତେ ପ୍ରସ୍ତୁତ କରିବାପାଇଁ ସେତିକି ପରିଶ୍ରମ କରିଛନ୍ତି। ଏଠାକାର ସୁବିଧା ସୁଯୋଗ ଅନେକ ଅନ୍ତର୍ଜାତୀୟ ସେଣ୍ଟରର ସୁବିଧା ସୁଯୋଗଠାରୁ ଉନ୍ନତ ବୋଲି ମୋର ଅନୁଭବ ହେଉଛି। ଏଠାରେ ଟ୍ରେନିଂ ନେଉଥିବା ଅନ୍ୟ ଆଥ୍‌ଲେଟଙ୍କ ସହ ମିଶି ମୁଁ ମୋ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି“।
ଓଡ଼ିଶା ସରକାର ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରଖିଛନ୍ତି। ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ୍‌କୁ ସଫଳତାର ସହ ଆୟୋଜନ କରି ସରକାର ଲକ୍ଷ୍ୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ଏବଂ ଏମ୍‌/ଏନ୍‌ଏସ୍‌ର ମିଳିତ ସହଯୋଗରେ ଭୁବନେଶ୍ୱରରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ପୁରୀ, ଜୟପୁର ଓ ରାଉରକେଲାରେ ତୃଣମୂଳ ସ୍ତରରୁ ଜିମ୍ନାଷ୍ଟିକ୍‌ର ଉନ୍ନତି ପାଇଁ ଏକାଡେମୀ ପ୍ରତିଷ୍ଠା ହୋଇଛି। ”ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଜିମ୍ନାଷ୍ଟଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଚୟନ ଟ୍ରାଏଲ୍‌ ଇଭେଣ୍ଟ ଉପଯୁକ୍ତ ପ୍ଲାଟ୍‌ଫର୍ମ ଥିଲା। ଏପରି ଏକ ଇଭେଣ୍ଟ ଆୟୋଜନ କରିଥିବାରୁ ମୁଁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ନ ଦେଇ ରହିପାରୁନାହିଁ। ଏଠାରେ ବହୁ ଜିମ୍ନାଷ୍ଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ବୋଲି ଓଡ଼ିଶା ଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର କୋଚ୍‌ ଅଶୋକ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି: ଦୀପା

”ମୁଁ ମୋ ଜୀବନର କଷ୍ଟ ପରିସ୍ଥିତିଦେଇ ଗତି କରିଛି। ଏଠାରେ ଯଦିଓ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନାହିଁ ତେବେ ଶୀର୍ଷରେ ରହିଥିବାରୁ ଖୁସି ଅଛି। ଏସିଆନ ଗେମ୍ସ ପାଇଁ ମୁଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାବାଦୀ ଥିଲି ଏବଂ ଏହାଠାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନର ଆଶା ରଖିଛି। ମୁଁ ସବୁବେଳେ ଶତପ୍ରତିଶତ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ ଥାଏ। ଆଗକୁ ଦୁଇମାସ ଟ୍ରେନିଂ କରିବି। ଏହି ଅବସରରେ ପ୍ରଦର୍ଶନରେ ଉନ୍ନତି ପାଇଁ ନିଶ୍ଚିତ ପ୍ରୟାସ କରିବି। ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି। ଫଳରେ ଅନେକ ଜିମ୍ନାଷ୍ଟିକ୍‌ ପ୍ରତିଭା ସାମ୍ନାକୁ ଆସୁଛନ୍ତି। ଯୁବ ପ୍ରତିଭାମାନେ ସିନିୟର ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ମୁଁ ମଧ୍ୟ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପସନ୍ଦ କରିବି। ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟରର ମାନ ବହୁତ ଭଲ। ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ଚାହୁଁଥିବାରୁ ଆଗକୁ ଏଠାରୁ ଆହୁରି ଅଧିକ ଖେଳାଳି ବାହାରିବା ସମ୍ଭାବନା ରହିଛି“ ବୋଲି ଦୀପା କର୍ମକାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri