Posted inଖେଳ

ଭାରତୀୟ ଦଳରେ ଓଡ଼ିଶାର ରାକେଶ, ତପନ

ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଏସିଆନ ଗେମ୍ସ ୨୦୨୩ ପାଇଁ ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ ବୁଧବାର କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଶେଷ ହୋଇଛି। ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଟ୍ରାଏଲ୍ସରେ ଭାରତର ବିଭିନ୍ନ ସ୍ଥାନରୁ ଜିମ୍ନାଷ୍ଟମାନେ ଅଂଶଗ୍ରହଣ କରିଥିଲେ। ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେବାକୁଥିବା ଭାରତୀୟ କୋର୍‌ ଗ୍ରୁପ୍‌ରେ ସ୍ଥାନ ପାଇବା ଥିଲା ଜିମ୍ନାଷ୍ଟଙ୍କର ମୁଖ୍ୟ ଲକ୍ଷ୍ୟ। ଟ୍ରାଏଲ୍‌ ଶେଷରେ ସିନିୟର ପୁରୁଷ ବ୍ୟକ୍ତିଗତ ବର୍ଗରେ ହରିୟାଣାର ଯୋଗେଶ୍ୱର ସିଂ, ଓଡ଼ିଶାର ରାକେଶ ପାତ୍ର ଓ ତପନ ମହାନ୍ତି ଶୀର୍ଷ-୩ ସ୍ଥାନରେ ରହିଥିଲେ। ସେହିପରି ସିନିୟର ମହିଳା ବ୍ୟକ୍ତିଗତ ବର୍ଗରେ ତ୍ରିପୁରାର ଦୀପା କର୍ମକାର ଏବଂ ରେଲଓ୍ବେ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ପ୍ରଣତି ଦାସ ଓ ପ୍ରଣତି ନାୟକ ପ୍ରଥମ ୩ ସ୍ଥାନ ଅଧିକାର କରିଥିଲେ। ଏହି ଜିମ୍ନାଷ୍ଟଙ୍କ ବ୍ୟତୀତ ପୁରୁଷ ବର୍ଗରେ ଗୌରବ କୁମାର ଓ ସତ୍ୟଜିତ ମଣ୍ଡଳ ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆନାସ ଅଲୀ ଶେଖ୍‌ ଓ ସୈଫ୍‌ ତାମ୍ବୋଲି ରିଜର୍ଭ ତାଲିକାରେ ରହିଛନ୍ତି। ସେହିପରି ମହିଳା ବର୍ଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ବ୍ୟତୀତ ପ୍ରତିଷ୍ଠା ସାମନ୍ତଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ବିଦିଶା ଗାୟେନ ରିଜର୍ଭ-୧ ଭାବେ ସ୍ଥାନ ପାଇଛନ୍ତି।
ଏସିଆନ ଗେମ୍ସ ସମେତ ଆଗାମୀ ଦିନରେ ଅନ୍ୟ ଅନ୍ତର୍ଜାତୀୟ ଇଭେଣ୍ଟଗୁଡ଼ିକ ପାଇଁ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପ ଲାଗି ମଧ୍ୟ ଖେଳାଳି ତାଲିକା ପ୍ରକାଶ ପାଇଛି। ଏଥିରେ ପୁରୁଷ ବିଭାଗରେ ଯୋଗେଶ୍ୱର, ରାକେଶ, ତପନ, ସତ୍ୟଜିତ, ଅନାସ, ସୈଫ୍‌ଙ୍କ ସମେତ ଶାୟନ ଶର୍ମା ସ୍ଥାନ ପାଇଛନ୍ତି। ସେହିପରି ମହିଳା ବିଭାଗରେ ଦୀପା, ପ୍ରଣତି ଦାସ ଓ ନାୟକଙ୍କ ସମେତ ପ୍ରତିଷ୍ଠା, ବିଦିଶା ଏବଂ ରିତୁ ଦାସ ଓ ଶ୍ରୀବର୍ଷିନୀ ପି.ଏସ୍‌.ଙ୍କୁ ସାମିଲ କରାଯାଇଛି।
ଡୋପିଂ ବାସନ୍ଦ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଦୀପା କର୍ମକାର ଟ୍ରାଏଲ ପୂର୍ବରୁ ଫେଭରାଇଟ ଥିଲେ। ସେ ନିଜ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଦୀପାଙ୍କ ପ୍ରଦର୍ଶନ ସମ୍ପର୍କରେ ଭାରତୀୟ କୋଚ୍‌ ବିଶ୍ୱେଶ୍ୱର ନନ୍ଦି କହିଛନ୍ତି ଯେ, ଦୀପା ଗତ ଦେଢ଼ମାସ ଧରି ଅଗରତାଲାରେ ଟ୍ରେନିଂ ନେଇ ଆସୁଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଫର୍ମକୁ ଫେରିବା ସହଜ କଥା ନୁହେଁ। ଏହାକୁ ଦୃଷ୍ଟିରେ ରଖି ଆମେ ତାଙ୍କ ପାଇଁ ଜଣେ ବ୍ୟକ୍ତିଗତ ଫିଜିଓଙ୍କୁ ନିଯୁକ୍ତ କରିଛୁ। ମୁଁ କେବଳ ତାଙ୍କର କୋଚ୍‌ ନୁହେଁ ଜଣେ ବାପା, ଅଭିଭାବକ, ମେଣ୍ଟର, ଫିଜିଓ ରୂପରେ ତାଙ୍କ ପ୍ରତି ଯନତ୍ବାନ ଅଛି। ସେ ମାନସିକ ଭାବେ ଖୁବ୍‌ ଦୃଢ଼। କୌଣସି ପରିସ୍ଥିତିରେ ଭାଙ୍ଗିଯିବା ପରି ପିଲା ନୁହେଁ। ଏଠାରେ ତାଙ୍କ ପ୍ରଦର୍ଶନରେ ଆମେ ସନ୍ତୁଷ୍ଟ“। କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ସେଣ୍ଟରରେ ଉପଲବ୍ଧ ସୁବିଧା ସୁଯୋଗକୁ ପ୍ରଶଂସା କରିଥିଲେ ବିଶ୍ୱେଶ୍ୱର।
ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ କୋର୍‌ ଦଳରେ ସ୍ଥାନ ସୁରକ୍ଷିତ କରିଥିବାରୁ ଓଡ଼ିଶାର ତପନ ମହାନ୍ତି ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି। ” ମୁଁ ପ୍ରଥମଥର ପାଇଁ ଏସିଆନ ଗେମ୍ସ ପାଇଁ ଟ୍ରାଏଲ୍‌ ଦେଇଥିଲି। ଏହି ପ୍ରତିଯୋଗିତାରେ ଟପ୍‌ କ୍ୱାଲିଟି ଆଥ୍‌ଲେଟମାନେ ଅଂଶଗ୍ରହଣ କରିଥାନ୍ତି। ଭାରତୀୟ ଦଳ ପାଇଁ ଚୟନ ହେବା ମୋ ପାଇଁ ସ୍ବତନ୍ତ୍ର ଅନୁଭବ। ଭାରତ ଏବଂ ଓଡ଼ିଶାକୁ ଗର୍ବିତ କରିବାକୁ ମୁଁ ଆଶା ରଖିଛି“ ବୋଲି ତପନ ପ୍ରକାଶ କରିଛନ୍ତି। ତପନ ସମ୍ପ୍ରତି ଓଡ଼ିଶା ଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟରର କ୍ୟାଡେଟ୍‌। ସେଠାରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଛନ୍ତି ଯେ, ”ସମସ୍ତଙ୍କ ସମର୍ଥନ ବିନା ମୁଁ ଆଜି ଏଠାରେ ପହଞ୍ଚତ୍ ପାରି ନ ଥାନ୍ତି। ମୁଁ ଯେତିକି ପରିଶ୍ରମ କରିଛି ମୋ କୋଚ୍‌ମାନେ ମଧ୍ୟ ମୋତେ ପ୍ରସ୍ତୁତ କରିବାପାଇଁ ସେତିକି ପରିଶ୍ରମ କରିଛନ୍ତି। ଏଠାକାର ସୁବିଧା ସୁଯୋଗ ଅନେକ ଅନ୍ତର୍ଜାତୀୟ ସେଣ୍ଟରର ସୁବିଧା ସୁଯୋଗଠାରୁ ଉନ୍ନତ ବୋଲି ମୋର ଅନୁଭବ ହେଉଛି। ଏଠାରେ ଟ୍ରେନିଂ ନେଉଥିବା ଅନ୍ୟ ଆଥ୍‌ଲେଟଙ୍କ ସହ ମିଶି ମୁଁ ମୋ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି“।
ଓଡ଼ିଶା ସରକାର ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରଖିଛନ୍ତି। ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚୟନ ଟ୍ରାଏଲ୍‌କୁ ସଫଳତାର ସହ ଆୟୋଜନ କରି ସରକାର ଲକ୍ଷ୍ୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ଏବଂ ଏମ୍‌/ଏନ୍‌ଏସ୍‌ର ମିଳିତ ସହଯୋଗରେ ଭୁବନେଶ୍ୱରରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି। ଏହା ବ୍ୟତୀତ ପୁରୀ, ଜୟପୁର ଓ ରାଉରକେଲାରେ ତୃଣମୂଳ ସ୍ତରରୁ ଜିମ୍ନାଷ୍ଟିକ୍‌ର ଉନ୍ନତି ପାଇଁ ଏକାଡେମୀ ପ୍ରତିଷ୍ଠା ହୋଇଛି। ”ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଜିମ୍ନାଷ୍ଟଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଚୟନ ଟ୍ରାଏଲ୍‌ ଇଭେଣ୍ଟ ଉପଯୁକ୍ତ ପ୍ଲାଟ୍‌ଫର୍ମ ଥିଲା। ଏପରି ଏକ ଇଭେଣ୍ଟ ଆୟୋଜନ କରିଥିବାରୁ ମୁଁ ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ନ ଦେଇ ରହିପାରୁନାହିଁ। ଏଠାରେ ବହୁ ଜିମ୍ନାଷ୍ଟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ବୋଲି ଓଡ଼ିଶା ଏମ୍‌/ଏନ୍‌ଏସ୍‌ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର କୋଚ୍‌ ଅଶୋକ କୁମାର ମିଶ୍ର ପ୍ରକାଶ କରିଛନ୍ତି।

ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି: ଦୀପା

”ମୁଁ ମୋ ଜୀବନର କଷ୍ଟ ପରିସ୍ଥିତିଦେଇ ଗତି କରିଛି। ଏଠାରେ ଯଦିଓ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିନାହିଁ ତେବେ ଶୀର୍ଷରେ ରହିଥିବାରୁ ଖୁସି ଅଛି। ଏସିଆନ ଗେମ୍ସ ପାଇଁ ମୁଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାବାଦୀ ଥିଲି ଏବଂ ଏହାଠାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନର ଆଶା ରଖିଛି। ମୁଁ ସବୁବେଳେ ଶତପ୍ରତିଶତ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ ଥାଏ। ଆଗକୁ ଦୁଇମାସ ଟ୍ରେନିଂ କରିବି। ଏହି ଅବସରରେ ପ୍ରଦର୍ଶନରେ ଉନ୍ନତି ପାଇଁ ନିଶ୍ଚିତ ପ୍ରୟାସ କରିବି। ଦେଶରେ ଜିମ୍ନାଷ୍ଟିକ୍ସର ଆଦର ବଢ଼ୁଛି। ଫଳରେ ଅନେକ ଜିମ୍ନାଷ୍ଟିକ୍‌ ପ୍ରତିଭା ସାମ୍ନାକୁ ଆସୁଛନ୍ତି। ଯୁବ ପ୍ରତିଭାମାନେ ସିନିୟର ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ମୁଁ ମଧ୍ୟ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପସନ୍ଦ କରିବି। ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟରର ମାନ ବହୁତ ଭଲ। ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ଚାହୁଁଥିବାରୁ ଆଗକୁ ଏଠାରୁ ଆହୁରି ଅଧିକ ଖେଳାଳି ବାହାରିବା ସମ୍ଭାବନା ରହିଛି“ ବୋଲି ଦୀପା କର୍ମକାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri