Posted inଖେଳ

ଓଡ଼ିଶାର ପ୍ଲେ ଅଫ୍‌ ଆଶା ସଙ୍କଟରେ

ଭୁବନେଶ୍ୱର,୨୩ା୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ୍‌ ମ୍ୟାଚରେ ଜାମସେଦପୁର୍‌ ଏଫ୍‌ସି ନିକଟରୁ ୨-୦ ଗୋଲରେ ହାରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଘରୋଇ ଗ୍ରାଉଣ୍ଡରେ ସିଜନର ଅନ୍ତିମ ମ୍ୟାଚରେ ଓଏଫ୍‌ସି ପରାଜିତ ହେବା ସହିତ ଏହାର ପ୍ଲେ ଅଫ୍‌ ପ୍ରବେଶ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ୨୦ମ ମ୍ୟାଚରୁ ୯ ବିଜୟ ଓ ୩ ଡ୍ର ସହିତ ଦଳ ୩୦ ପଏଣ୍ଟ ହାସଲ କରିଛି। ଷଷ୍ଠ ସ୍ଥାନରେ ରହିଥିଲେ ମଧ୍ୟ ବର୍ତ୍ତମାନ ଗୋଆ ଏଫ୍‌ସିର ଫଳାଫଳ ଉପରେ ଦଳକୁ ନିର୍ଭର କରିବାକୁ ପଡିବ। ସପ୍ତମ ସ୍ଥାନରେ ରହିଥିବା ଗୋଆ ଏଫ୍‌ସି ଏହାର ଅନ୍ତିମ ମ୍ୟାଚ୍‌ ବେଙ୍ଗାଲୁରୁ ସହିତ ଖେଳିବ। ଯଦି ଏହି ମ୍ୟାଚ୍‌ରେ ଗୋଆ ବିଜୟୀ ହୁଏ ତେବେ ଉନ୍ନତ ଗୋଲ ବ୍ୟବଧାନରେ ପ୍ଲେ ଅଫ୍‌କୁ ଉତ୍ତୀର୍ଣ୍ଣ ହେବ। ମ୍ୟାଚ୍‌ ଅମୀମାଂସିତ କିମ୍ବା ଗୋଆ ପରାସ୍ତ ହେଲେ ଓଡ଼ିଶା ପ୍ରଥମ ଥର ପ୍ଲେ ଅଫ୍‌ରେ ପ୍ରବେଶ କରିବ। ବୁଧବାର ମ୍ୟାଚରେ ଗୋଆ ପକ୍ଷରୁ ହ୍ୟାରି ସୟର(୬୧) ଓ ରିତ୍ୱିକ୍‌ ଦାସ(୬୩) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ମ୍ୟାଚ୍‌ ଆରମ୍ଭରୁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଏଫ୍‌ସି ବେଶ ବଢିଆ ଆରମ୍ଭ କରିଥିଲା। ଉଭୟ ଦଳ ୪-୪-୨ କମ୍ବିନେଶନ ସହିତ ଓହ୍ଲାଇଥିଲେ। ମ୍ୟାଚରେ ଓଏଫ୍‌ସି ୫୯ ପ୍ରତିଶତ ସମୟ ଖେଳକୁ ନିୟନ୍ତ୍ରଣରେ ରଖିଥିଲେ ହେଁ ମାତ୍ର ୩ ମିନିଟ୍‌ ମଧ୍ୟରେ ମ୍ୟାଚର ମୋଡ ବଦଳାଇ ଦେଇଥିଲା ଜାମସେଦପୁର। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ପ୍ରଥମ ୧୫ ମିନିଟ ମଧ୍ୟ କେହି କାହାରିକୁ ଗୋଲ ଦେଇନଥିଲେ। ତେବେ ୬୦ରୁ ୬୩ ମିନିଟ ମଧ୍ୟରେ ଜାମସେଦପୁର ଘନ ଘନ ଆକ୍ରମଣ କରିଥିଲା। ୬୧ ତମ ମିନିଟରେ ରିତ୍ୱିକ ଦାସଙ୍କ ପକ୍ଷରୁ ମିଳିଥିବା ପାଶକୁ ଗୋଲରେ ପରିଣତ କରିଥିଲେ ହ୍ୟାରି ସୟର। ଏହାର ଦୁଇ ମିନିଟ ମଧ୍ୟରେ ସୟରଙ୍କ ଠାରୁ ମିଳିଥିବା ଲମ୍ବା ପାଶକୁ ପୋଷ୍ଟର ଡାହାଣ ପଟୁ ଗୋଲରେ ପରିଣତ କରିଥିଲେ ରିତ୍ୱିକ୍‌ ଦାସ। ଶେଷ ପର୍ଯ୍ୟନ୍ତ ଗୋଲ ପରିଶୋଧ ପାଇଁ ଓଏଫ୍‌ସି ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସଫଳ ହୋଇନଥିଲା। ରିତ୍ୱିକ ଦାସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

‘କ୍ରିକେଟ ପାଗଳ’: ବିନା ଭାରତ ମ୍ୟାଚ୍‌ରେ ବି ଷ୍ଟାଡିୟମ୍ ଫୁଲ୍

ଚେନ୍ନାଇ,୮ା୨: ଭାରତୀୟମାନେ ହେଉଛନ୍ତି କ୍ରିକେଟ ପ୍ରେମୀ। ଯାହା ଏବେ ପୁଣିଥରେ ଟି-୨୦ ବିଶ୍ୱକପରେ ପ୍ରମାଣିତ ହୋଇଛି। ଚାଲିଥିବା ଟି-୨୦ ବିଶ୍ୱକପ୍‌କୁ ନେଇ ଉଠୁଥିବା ସମସ୍ତ ଆଶଙ୍କାକୁ ଭୁଲ୍…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri