ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଏହି ଗଣଦୌଡ଼ରେ ୧୦୫ଜଣ ଛାତ୍ରୀଛାତ୍ରଙ୍କ ସହ ଅଧ୍ୟାପକ କର୍ମଚାରୀ ସାମିଲ ହୋଇଥିଲେ। ଗଣଦୌଡ଼ କଲେଜ ପରିସରରୁ ବହାରି ବୈତରଣୀ ନଦୀ ସନ୍ନିକଟ ପରମେଶ୍ବର ଶିବମନ୍ଦିର, ପାଟଣା ବଜାର ଓ ପୁଟୁଳିଆ ଫାୟାରଷ୍ଟେଶନ ପର୍ଯ୍ୟନ୍ତ ଯାଇଥିଲେ।
କ୍ୟାପଟେନ୍ ତଥାକ୍ରୀଡ଼ା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ରଙ୍କ ସହ ମହାବିଦ୍ୟାଳୟ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ଅଧ୍ୟାପକ ରତ୍ନାକର ମହାକୁର, ପରମେଶ୍ବର ଧାରୁଆ, ମନ୍ଦାକିନୀ ନାଏକ ପ୍ରମୁଖ ସାମିଲ ହୋଇଥିଲେ।