ଓଡ଼ିଶାର ଜିଏସ୍‌ଟି ସଂଗ୍ରହରେ ୪୩% ଅଭିବୃଦ୍ଧି

ଭୁବନେଶ୍ୱର,୩ା୧: ଦେଶର ବିକାଶ ପାଇଁ ଅର୍ଥନୀତିର ଭିତ୍ତିଭୂମି ସଜାଡିବା ସହ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶାର ଆୟ ୪୩% ଅଭିବୃଦ୍ଧି ଘଟିଛି। ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ମୋଟ ୪୦୮୦.୧୪ କୋଟି ଟଙ୍କାର ଶୁଳ୍କ ଆଦାୟ ହୋଇପାରିଛି। ଗତ ୨୦୨୦ରେ ମଧ୍ୟ ଓଡ଼ିଶାର ଜିଏସ୍‌ଟି ଆଦାୟ ୨୮୬୦.୨୦ କୋଟି ଟଙ୍କା ଥିଲା। ଗତ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ଦେଶର ଜିଏସ୍‌ଟି ଆୟ ସମୁଦାୟ ୧, ୨୯, ୭୮୦ କୋଟି ଟଙ୍କା ହୋଇଛି। ମୋଟ ଜିଏସ୍‌ଟି ଆୟରୁ କେନ୍ଦ୍ରୀୟ ଜିଏସ୍‌ଟି ଆକାରରେ ୨୨,୫୭୮ କୋଟି ଟଙ୍କା ମିଳିଥିବା ବେଳେ ରାଜ୍ୟ ଜିଏସ୍‌ଟି ଆକାରରେ ୨୮, ୬୫୮ କୋଟି ମିଳିଛି। ସେହିପରି ଆଇଜିଏସ୍‌ଟି ବାବଦରେ ୬୯,୧୫୫ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୯,୩୮୯ କୋଟି ଟଙ୍କା ଭାରତ ସରକାର ପାଇଛନ୍ତି। ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ଜିଏସ୍‌ଟି ଆୟ ମହାରାଷ୍ଟ୍ରର ହୋଇଛି। ଏହି ରାଜ୍ୟକୁ ୧୯, ୫୯୨ କୋଟି ଟଙ୍କା ଜିଏସ୍‌ଟି ୨୦୨୧ରେ ମିଳିଛି। ୨୦୨୦ରେ ୧୭, ୬୯୯ କୋଟି ଥିଲା। ବଡ଼ ରାଜ୍ୟ ଭାବେ ଗୁଜରାଟରେ ୭, ୩୩୬ କୋଟି, ଉତ୍ତରପ୍ରଦେଶରେ ୬୦୨୯ କୋଟି, କର୍ନାଟକରେ ୮, ୩୩୫ କୋଟି, ତାମିଲନାଡୁରେ ୬, ୬୩୫ କୋଟି ଜିଏସ୍‌ଟି ଆଦାୟ ହୋଇଛି। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଜିଏସ୍‌ଟି ୩, ୭୦୭ କୋଟି ହୋଇଛି। ପୂର୍ବବର୍ଷ ୪,୧୧୪ କୋଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ରାଜିନାମା ସ୍ବାକ୍ଷରିତ

ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ରାଜିନାମା ଚୂଡାନ୍ତ ହୋଇଯାଇଛି। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ (ଆଇବିଏ), ବ୍ୟାଙ୍କ ସଂଘ ଏବଂ ଅଧିକାରୀ ସଂଘଗୁଡିକ ମଧ୍ୟରେ ଏହି...

ପିଏମ୍‌ କେୟାର୍ସ ପାଣ୍ଠି ଦାନରେ ଟିକସ ରିହାତି

ନୂଆଦିଲ୍ଲୀ, ୨।୪:କୋଭିଡ-୧୯ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ସାରା ବିଶ୍ୱର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଥିବା ବେଳେ ପିଏମ୍‌ କେୟାର୍ସ...

ଦିଲ୍ଲୀରେ ପେଟ୍ରୋଲ ୮ ଟଙ୍କା କମିଲା

ନୂଆଦିଲ୍ଲୀ,୨।୧୨:  ୨୬ ଦିନ ପରେ ଦିଲ୍ଲୀର କ୍ଷମତାସୀନ କେଜ୍‌ରିୱାଲ ସରକାର ବୁଧବାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଭାଟ୍‌କୁ ଏକା ଥରକେ ୮ ଟଙ୍କା ହ୍ରାସ...

୪୭୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ସୋମବାର ଲଗାତର ଦ୍ୱିତୀୟ ସେସନ ଲାଗି ଭାରତୀୟ ପୁଞ୍ଜି ବଜାରରେ ହ୍ରାସ ଧାରା ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୪୫୦ରୁ ଊର୍ଦ୍ଧ୍ୱ...

ବିନା ଟିକେଟ ଯାତ୍ରୀଙ୍କ ଠାରୁ ରେଲଓ୍ବେ ଆୟ କରିଛି ୧୩୭୭ କୋଟି

ନୂଆଦିଲ୍ଲୀ,୨୭-୮: ଗତ ୩ ବର୍ଷର ଭାରତୀୟ ରେଲଓ୍ବେ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଜରିମାନା ବାବଦରେ ୧୩୭୭ କୋଟି ଟଙ୍କା ଆୟ କରିଛି। ଏଥିଯୋଗୁ ମନ୍ତ୍ରଣାଳୟର...

୧ ଟ୍ରିଲିୟନ ଡଲାର ଅର୍ଥନୀତି ଗଠନରେ ଯୁବପିଢିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୩୧-୮(ବ୍ୟୁରୋ): ଓଡ଼ିଶା ନିକଟ ଭବିଷ୍ୟତରେ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଦିଗରେ ଯୁବପିଢି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

ନୂଆ ପ୍ୟାକ୍‌ରେ ଭିକୋ ବଜ୍ରଦନ୍ତି ପେଷ୍ଟ

ଭୁବନେଶ୍ୱର,୨୧-୬: ଭିକୋ ବଜ୍ରଦନ୍ତି ପେଷ୍ଟ ଏବେ ନୂଆ ପ୍ୟାକରେ ଉପଲବ୍ଧ ହେଉଛି। ଏହି ପ୍ରଡକ୍ଟରେ କମ୍ପାନୀ ୧୮ ପ୍ରକାରର ଜଡିବୁଟିର ସମାହାରକୁ ସାମିଲ କରିଛି। ଏହା...

ଶସ୍ତା ମୂଲ୍ୟରେ ଅଧିଗ୍ରହଣକୁ ମିଳିବନି ଅନୁମତି

ନୂଆଦିଲ୍ଲୀ,୩୧।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ କମ୍ପାନୀଗୁଡିକର ଶେୟାର ମୂଲ୍ୟ ହ୍ରାସ ହେଉଥିବା ଦେଖାଯାଉଛି। ଏହାର ସୁଯୋଗ ନେଇ ଆକ୍ରମକ ଭାବେ କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ ହେଉଥିବା...

Advertisement
Archives

Model This Week