ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ ଓଡ଼ିଶା

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ନିକଟ ଭବିଷ୍ୟତରେ ଓଡ଼ିଶା ଟ୍ରିଲିୟନ(୧ ଲକ୍ଷ କୋଟି) ଡଲାର ଅର୍ଥନୀତିକୁ ଛୁଇଁବ। ଆମେ ହିଁ ହେବୁ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା। ଆପଣମାନେ ଆସନ୍ତୁ, ନୂଆ ଓଡ଼ିଶା ଗଢ଼ିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାନ୍ତୁ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଦେଶ ଓ ବିଦେଶର ଶିଳ୍ପପତିମାନଙ୍କୁ ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶରେ ବୃହତ୍‌ ନିବେଶର ପ୍ରଥମ ପସନ୍ଦ ପାଲଟିଛି। ସମସ୍ତ କ୍ଷେତ୍ରରେ ରୂପାନ୍ତରଣ ଅଭିବୃଦ୍ଧି ଘଟୁଛି। ସ୍ଥିର ଶାସନ ଶାନ୍ତି, ପ୍ରଗତି ଓ ଅଭିବୃଦ୍ଧିର ପ୍ରତୀକ ହୋଇଛି। ଉତ୍ତମ ପ୍ରଦର୍ଶନ ପାଇଁ ଗତ ଦୁଇ ଦଶନ୍ଧି ଧରି ଆମକୁ ବିପୁଳ ଜନସମର୍ଥନ ମିଳିଛି। ରାଜ୍ୟର ନାଗରିକକୈନ୍ଦ୍ରିକ ଆଦର୍ଶ ପ୍ରଶାସନିକ ମଡେଲ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା ସଶକ୍ତୀକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ରୂପାନ୍ତରଣ ଆସିପାରିଛି। ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା। ଏକ ସ୍ଥିର ସରକାର ହେଉଛି ବିକାଶର ସବୁଠାରୁ ବଡ଼ ଉପାଦାନ। ଆମ ସରକାରରେ ସାଧାରଣ ଲୋକ ସବୁବେଳେ କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ଦେବାକୁ ‘ମୋ ସରକାର’ ଏବଂ ୫-ଟି ଭଳି ଅଭିନବ ମଡେଲ ଆପଣାଇଛୁ, ଯାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ୍‌ ତିଆରି କରିଛି। ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତୀକରଣ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇଛି। ରାଜ୍ୟରୁ ୫୦ ପ୍ରତିଶତ ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯାଇଛି

ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଆର୍ଥିକ ପରିଚାଳନା ସମଗ୍ର ଦେଶରେ ପ୍ରଶଂସିତ ହୋଇଛି। ହାତଗଣତି ରାଜସ୍ବ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ ରହିଛି। ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ। ରାଜ୍ୟରେ ନିବେଶକାରୀଙ୍କୁ ସବୁପ୍ରକାର ସହାୟତା ଯୋଗାଇବାକୁ ସରକାର ସଙ୍କଳ୍ପବଦ୍ଧ। ଏଥିପାଇଁ ଆମେ ନୂଆ ଶିଳ୍ପନୀତି ଆଣିଛୁ। ରାଜ୍ୟର ବିକାଶ ଓ ପ୍ରଗତି ଯାତ୍ରାରେ ସାମିଲ ହେବାକୁ ନବୀନ ଶିଳ୍ପ ମହାନାୟକମାନଙ୍କୁ ଆହ୍ବାନ ଦେଇଛନ୍ତି। ପର୍ଯ୍ୟଟନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟଶକ୍ତି, ରପ୍ତାନି କ୍ଷେତ୍ରରେ ନିବେଶ ବଢ଼ାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ। ଓଡ଼ିଶା ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର। ରେଳ ଲାଇନ, ବିମାନବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏ ସବୁକିଛି ସୁବିଧା ରହିଛି। ଦକ୍ଷ ମାନବ ସମ୍ବଳ ଗଢ଼ି ତୋଳିବାକୁ ସ୍କିଲ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଓଡ଼ିଶାରେ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ସୃଷ୍ଟି କରାଯାଇଛି। ନିବେଶକମାନେ ବିନା ଦ୍ୱିଧାରେ ଓଡ଼ିଶା ଆସନ୍ତୁ, ନିବେଶ କରନ୍ତୁ, ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରି ହୁଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଏହି ନିବେଦନକୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ମଧ୍ୟ ସମର୍ଥନ ଦେଇଛନ୍ତି।
ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ପ୍ରଥମ ଦିବସ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବ୍ରେକ୍‌ଫାଷ୍ଟ ଉଇଥ୍‌ ବିଜ୍‌ନେସ ଲିଡର’ର ପ୍ରଥମ ପର୍ଯ୍ୟାୟରେ ୧୦୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଓ କାର୍ଯ୍ୟନିର୍ବାହୀଙ୍କ ସମେତ ୨୦୦୦ରୁ ଅଧିକ ଶିଳ୍ପସଂସ୍ଥାର ପ୍ରତିନିଧି ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଶିଳ୍ପ ସଚିବ ହେମନ୍ତ ଶର୍ମା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଆଭିମୁଖ୍ୟ ଓ ନୂଆ ଶିଳ୍ପନୀତି ସମ୍ପର୍କରେ ସୂଚନା ଦେଇଥିଲେ। ସବୁ କ୍ଷେତ୍ରରେ ଏଠାରେ ବ୍ୟାପକ ସୁବିଧା ସାଙ୍ଗକୁ ଭରପୂର ପ୍ରାକୃତିକ ସମ୍ପଦ ରହିଛି। ନିବେଶକମାନେ ଯେପରି ସୁବିଧାରେ ଶିଳ୍ପ ପ୍ରତିଷ୍ଠା କରିପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଅବସରରେ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ସେମାନଙ୍କର ମତବ୍ୟକ୍ତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନର୍‌ଓ୍ବେ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିମାନଙ୍କ ସମେତ ଦେଶର ୪୦ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ସାମିଲ ହୋଇ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। କନ୍‌କ୍ଲେଭର ପ୍ରଥମ ଅଧିବେଶନ (ପ୍ଲେନାରି ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତି ଉପସ୍ଥିତ ଥିବାବେଳେ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ୱ ଉଦ୍ୟୋଗୀ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, କନ୍‌କ୍ଲେଭରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ପ୍ରାୟ ୨୧୨ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଏଥିରେ ଜାପାନ, ଜର୍ମାନୀ, ନର୍‌ଓ୍ବେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚାଇନା ଓ ଥାଇଲାଣ୍ଡ ଭଳି ଦେଶ ମଧ୍ୟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?