ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ । ସେପଟେ ପ୍ରବଳ ଗୁଳୁଗୁଳି ନେଇ ବି ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା।

ଆସନ୍ତାକାଲି ଉତ୍ତର ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀରେ କାଳବୈଶାଖି ବର୍ଷା ହେବ । ୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ୮ରେ ଅଧା ଓଡ଼ିଶାରେ ହେବ ବର୍ଷା । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

 

Share