ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ

ଛତ୍ରପୁର,୧୭।୧୨(ଦିଲ୍ଲୀପ ସାମଲ): କଇଁଚ୍ଛ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବାକୁ ଯିବା ସମୟରେ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନ କରିବା ଲାଗି ମଙ୍ଗଳବାର ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l କଇଁଚ୍ଛ ସୁରକ୍ଷା ସମୟରେ ପାରମ୍ପରିକ ମତ୍ସ୍ୟକର୍ମୀ ମାନଙ୍କୁ ମାଛ ଧରିବା ପାଇଁ ସିଇସି ରିପୋର୍ଟରେ ଉଲ୍ଲେଖ ରହିଛି l ସେମାନେ ଯେଉଁ ଜାଲ ବ୍ୟବହାର କରୁଛନ୍ତି ସେହି ଜାଲ ଦ୍ୱାରା କଇଁଚ୍ଛମାନଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ସେମାନଙ୍କୁ ବାଧା ସୃଷ୍ଟି ନ କରିବା, ରିଙ୍ଗ ଜାଲକୁ ବର୍ତ୍ତମାନ ପରିବର୍ତ୍ତନ ହୋଇ ଶିକ୍ଷା ଜାଲ ନାମରେ ନାମିତ କରାଯାଇଛି l ଏହି ଜାଲ ଦ୍ୱାରା କଇଁଚ୍ଛମାନଙ୍କ କୌଣସି କ୍ଷତି ଘଟୁନାହିଁ, ଏଣୁ ଏହି ଜାଲକୁ ମଧ୍ୟ ମାଛ ମାରିବା ପାଇଁ ଅନୁମତି ପ୍ରଦାନ କରିବା, କଇଁଚ ସୁରକ୍ଷା ସମୟରେ ଯେଉଁ ଅଞ୍ଚଳ ମାଛ ଧରିବା ପାଇଁ ନିଷେଧ କରାଯାଇଛି ଉକ୍ତ ଅଂଚଳରେ ମାଛ ଧରାଯାଉନାହିଁ। କିନ୍ତୁ କୌଣସି କାରଣବଶତଃ ସମୁଦ୍ର ସ୍ରୋତ ଯୋଗୁ ଜାଲଟି ନିଷେଧ ଅଞ୍ଚଳକୁ ଚାଲି ଆସିଲେ ସେହି ଡଙ୍ଗାକୁ ଛଡ଼ାଯିବାର ବ୍ୟବସ୍ଥା କରାଯିବା, ବର୍ତ୍ତମାନ କଇଁଚ ସୁରକ୍ଷା ସମୟରେ ସରକାର ଜୀବନ ଜୀବିକା ପାଇଁ ସହାୟତା ରାଶି ଭାବେ ଦେଉଥିବା ୧୫ ହଜାର ଟଙ୍କାକୁ ସମସ୍ତ ୧୮ ରୁ ୭୦ ବର୍ଷ ବୟସ୍କ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଦାନ କରାଯିବା ସହ ବିଧବା ମହିଳା, ମାଛ ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ମହିଳାମାନଙ୍କୁ ସେହି ଯୋଜନାରେ ସାମିଲ କରାଯିବା, କଇଁଚ୍ଛ ସୁରକ୍ଷା ଅଞ୍ଚଳରେ ମାଛ ଧରିବା ନିଷେଧ ସମୟକାଳ ନଭେମ୍ବର ୧ ଠାରୁ ମେ ୩୧ ତାରିଖ ରହିଛି l ଏହାକୁ ପରିବର୍ତ୍ତନ କରି ଜାନୁଆରୀ ୧ ରୁ ଏପ୍ରିଲ ୩୦ ତାରିଖ କରିବା ସମେତ ବିଭିନ୍ନ ଦାବି ସମ୍ପର୍କରେ ସେମାନେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ଏହି ଦାବିପତ୍ର ପ୍ରଦାନ ବେଳେ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ସାଧାରଣ ସମ୍ପାଦକ କେ.ଏଲେୟା, ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ସିଏଚ. ବାବାଜୀ,ସିଏଚ. ଚି଼ନେୟା, କେ. କାମୟା, ଡବ୍ଲୁ. ସୀମାଦ୍ରୀ, ଆର. କାଶୀ, ସିଏଚ. ମୁସଲେୟା, ସି ଏଚ. କ୍ରିଷ୍ଣା, ସିଏଚ. ଶଙ୍କରଙ୍କ ସମେତ ବହୁ ୟୁନିଅନର ସଦସ୍ୟ ଓ ମତ୍ସ୍ୟକର୍ମୀମାନେ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri