ଦାରିଙ୍ଗବାଡିରେ ଓଡ଼ିିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ: ବଦଳିବ ଦାରିଙ୍ଗବାଡି ପର୍ଯ୍ୟଟନର ମାନଚିତ୍ର 

ଦାରିଙ୍ଗବାଡି,୮।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଦିନିକିଆ ଗସ୍ତରେ ଆସିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ ସିଂ। ସେ ପ୍ରଥମେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତରେ ରହିଥିବା ଲଭର୍ସ ପଏଣ୍ଟରେ ପହଞ୍ଚିଥିଲେ। ଉକ୍ତ ପଏଣ୍ଟର ବିକାଶ ପାଇଁ ୩ କୋଟି ଟଙ୍କା ଅନୁଦାନ ରହିଛି। ତାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଓ ଟେଣ୍ଡର ପ୍ରକ୍ରିୟା ସମ୍ପର୍କରେ ପୂର୍ତ୍ତ ବିଭାଗର ସୁପେରଟେଣ୍ଡେଣ୍ଟ ଇଞ୍ଜିନିୟର ଦିନେଶ କୁମାର ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କେଶରୀ ସ୍ବାଇଁଙ୍କ ସହ ସମୀକ୍ଷା କରିଥିଲେ। ପରେ ଉକ୍ତ ଲଭର୍ସ ପଏଣ୍ଟ ନିକଟରେ ନିବେଶକାରୀଙ୍କୁ ଯୋଗାଇଦିଆଯିବାକୁ ରହିଥିବା ଜମି ବୁଲି ଦେଖିବା ସହ ସେଠାରେ ପର୍ଯ୍ୟଟକଙ୍କ ପାଇଁ କରାଯିବାକୁ ରହିଥିବା ହୋଟେଲର ମାର୍ଗ ଓ ବ୍ୟବସ୍ଥା ସମ୍ପର୍କରେ ନିବେଶକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ସେହିପରି ସିମନବାଡି, ଗ୍ରୀନବାଡି, ସାଂଗୁଡୁମାହା ଆଦି ସ୍ଥାନରେ ନିବେଶକାରୀଙ୍କୁ ଯୋଗାଇଦିଆଯିବାକୁ ରହିଥିବା ସରକାରୀ ଜମି ବୁଲି ଦେଖିଥିଲେ। ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ହିଲଭିୟୁ ପାର୍କ, କଫି ବଗିଚା, ଡ଼ୁଲୁରୀ ପାଇନ ବଣ ଆଦି ବୁଲିଦେଖିବା ସହ ସରକାରଙ୍କ ପକ୍ଷରୁ ଏହି ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଆସିଥିବା ୧୮କୋଟି ତାଙ୍କର ଅନୁଦାନ ଓ ପର୍ଯ୍ୟଟନକ୍ଷେତ୍ରର କରାଯିବାକୁ ରହିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ।
 ଓଟିଡିସି କୋଠା ରୂପାନ୍ତର କାର୍ଯ୍ୟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ପାଡ଼ାନକେତା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଷ୍ଟେ ହୋମ ପଲିସି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପଲିସ ଦ୍ୱାରା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ନେଇ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ସମସ୍ତ ପର୍ଯ୍ୟଟନକ୍ଷେତ୍ରର ବିକାଶ ମାଷ୍ଟର ପ୍ଲାନ ସହ କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ପର୍ଯ୍ୟଟକ ଦାରିଙ୍ଗାବାଡିକୁ ଆସିଲେ ଅତି କମରେ ୨ ରାତି ବିତାଇବା ପାଇଁ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଥିଲେ।
ଅନ୍ୟପକ୍ଷେ  ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ ବୋଲି କହିବା ସହ ଷ୍ଟେ ହୋମ ପଲିସକୁ ନେଇ ଦାରିଙ୍ଗବାଡି ପଞ୍ଚାୟତ ସମିତି ସଭାଗୃହରେ ଏକ ବୈଠକ ଡକାଇଥିଲେ ସଚିବ ସିଂ।ସେ ବୈଠକରେ କହିଥିଲେ, ଷ୍ଟେ ହୋମ ପଲିସ ଏବେ ରାଜ୍ୟ ସରକାର ନୂତନ ଭାବେ ଆଣିଛନ୍ତି। ଏହି ପଲିସରେ ସମସ୍ତ ପ୍ରକାର ନିବେଶକାରୀ ମାନେ ସରକାରଙ୍କ ପକ୍ଷରୁ ଷ୍ଟେ ହୋମ ନିର୍ମାଣ କଲେ ଯେତିକି ନିବେଶ କରିଥିବେ ତାର ପଚାଶ ପ୍ରତିଶତ ରିହାତି ତାଙ୍କୁ ପର୍ଯ୍ୟଟକ ରହିବ। ପ୍ରଥମ ଦିନରେ ହିଁ ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ଯୋଜନାରେ ନିଜର ଜମି ରହିଥିବା ହିତାଧିକାରୀ ଅନଲାଇନରେ ଆବେଦନ କରିବେ ସରକାରଙ୍କ ସମସ୍ତ ନିୟମ ପୁରଣ କରୁଥିବା ବ୍ୟକ୍ତିଙ୍କୁ ସରକାର ପ୍ରଚାର ପ୍ରସାର ସହ ରିହାତି ପ୍ରଦାନ କରିବେ ବୋଲି କହିଥିଲେ। ଦାରିଙ୍ଗବାଡିରେ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ସୁଯୋଗ ରହିବା ସହ ଏବେ ସରକାର ନେଉଥିବା ପଦକ୍ଷେପ ଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ଦ୍ବିଗୁଣିତ ହେବ ବୋଲି କହିଥିଲେ। ଯେଉଁମାନେ ପୂର୍ବରୁ ଷ୍ଟେ ହୋମ କରିସାରିଛନ୍ତି ସେମାନେ ଏହି ନିୟମକୁ ପାଳନ ପାଇଁ ସରକାରଙ୍କ ପୋର୍ଟାଲରେ ପଞ୍ଜୀକୃତ କରାଇ ଷ୍ଟେ ହୋମ ଚଳାଇବାକୁ ପରାମର୍ଶ ଦେଇଛନ୍ତି। ସେହିପରି ପ୍ଲାଷ୍ଟିକକୁ ନା କହିବା ସହ ସମସ୍ତେ ଦାରିଙ୍ଗାବାଡିରେ ପ୍ଲାଷ୍ଟିକ ବ୍ୟବହାରକୁ ନା କରିବା ସହ ସଫେଇ ପାଇଁ ଗୁରୁତ୍ୱ ଦେବାକୁ କହିବା ସହ ଆଗାମୀ ଦିନରେ ବିଭିନ୍ନ ଏଜେନ୍ସିଙ୍କ ଦ୍ୱାରା ସଫେଇ କରାଯିବାକୁ ଯୋଜନା କରାଯାଇଥିବା କହିଥିଲେ।
ବୈଠକରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରକୁ ନେଇ ଭିଡିଓ ମାଧ୍ୟମରେ ପ୍ରେଜେଣ୍ଟେଶନ ପ୍ରଦର୍ଶନ କରାଇ ସଚିବଙ୍କୁ ଅବଗତ କରାଇଥିଲେ। ଏହି ସମୟରେ ୪ ଶହ ହୋଟେଲ ରୁମ୍‌ ରହିଥିବା କୁହାଯାଇଥିଲା। ଯାହା କି ସଚିବ ଏହାକୁ ବୃଦ୍ଧି କରି ୨ ହଜାର ରୁମ ପାଇଁ ଯୋଜନା କରିବାକୁ ନିବେଶକାରୀଙ୍କୁ ପ୍ରସ୍ତାବ ଦେଇଥିଲେ। ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂଙ୍କ ସହ ବାଲିଗୁଡା ଉପଜିଲାପାଳ ପ୍ରଣିତା ଦାସ, କନ୍ଧମାଳ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ପର୍ଯ୍ୟଟନ ବିଭାଗର ସହ ସଚିବ ବିନୋଦ କୁମାର ଜେନା, ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, ତୁଷାର ସେଠି, ସୁଶାନ୍ତ ପ୍ରଧାନ, ମନୋଜ ପୃଷ୍ଟି, ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରାବ୍ଦି ରାଉତ, ପ୍ରମୁଖ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତ

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

ଟି-୨୦ ଫାଇନାଲ ଭାରତୀୟ ଅଧିନାୟକଙ୍କ ପାଇଁ ସତର୍କ ଘଣ୍ଟି! ସୂର୍ଯ୍ୟଙ୍କ ଶେଷ ହୋଇଯିବ…

ନୂଆଦିଲ୍‌ଲୀ,୮।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଇତିହାସ ରଚିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ଫାଇନାଲ…

ଧାମରା ରେଳପଥରେ ଅଘଟଣ: ଟ୍ରେନରେ କଟିଗଲେ ଯୁବକ

ତିହିଡି଼,୮।୩(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥରେ ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ଗାଜିପୁର ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ରେଳପଥରେ ଟ୍ରେନରେ କଟି…

IND VS NZ: ଫାଇନାଲ ମ୍ୟାଚ ଉପରେ ୪,୫୦୦ ପୋଲିସ କର୍ମଚାରୀଙ୍କ ସହ ନଜର ରଖିବ ୩୦୦ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ନରେନ୍ଦ୍ର ମୋଦି ଷ୍ଟାଡିୟମ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri