ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର ସାତ୍ତ୍ୱିକ ସତ୍ୟକାମ ଦେବତା ନିଜ ମାତାପିତା ସହ ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ଏଭଳି ସଫଳତା ରାଜ୍ୟ, ବିଶେଷକରି କେନ୍ଦୁଝର ଜିଲାର ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ହେବ।

ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଲୋକଙ୍କ ସେବା କରିବା ହିଁ ପ୍ରଶାସନିକ ସେବାର ମୂଳ ଲକ୍ଷ୍ୟ। ଦେଶ ଓ ସମାଜର ଉନ୍ନତି ପାଇଁ ନିଷ୍ଠାର ସହିତ କାମ କରିବାକୁ ମୁଖ୍ୟମନ୍ତ୍ରୀ ସାତ୍ତ୍ୱିକଙ୍କୁ ପରାମର୍ଶ ଦେଇଥିଲେ।

Dharitri – Odisha’s No.1 Odia Daily

Share