ସପ୍ତାହେ ଯାଏ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୮ା୨ (ଅନୁରାଧା ମହାରଣା) – ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ। ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଆଦି ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ଓ ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝରଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ାର ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ଦିନ କାଳବୈଶାଖୀ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ...

ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍‌...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ...

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌...

ଆଇବିସି ପିଙ୍କ ପାୱାର -୨୦୨୫: ର଼୍ୟାମ୍ପରେ ଚାଲିଲେ ଦିବ୍ୟାଙ୍ଗ ଛାତ୍ରୀ

ବରଗଡ଼,୨୨।୩(ପ୍ରେମାନନ୍ଦ ଖମାରୀ) :ଇଣ୍ଡିଆନ ବିୟୁଟି କାଉନସିଲ(ଆଇବିସି), ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫ୍ୟାଶନ ଶୋ, ରିଲସ, ନୃତ୍ୟ ଏବଂ ପାରମ୍ପରିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri