ଟ୍ରମ୍ପ୍‌ଙ୍କ ପାଇଁ ଓଡ଼ିଶାରେ ହଲଚଲ୍: ଦେଇଥିବା ମନ୍ତବ୍ୟ ସଂଶୋଧନ ମନ୍ତବ୍ୟ ପାଇଁ…

ଭୁବନେଶ୍ୱର,୨୧।୯(ସୁନିତ୍‌ ମିଶ୍ର): କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦେଶରେ ଏକ ନିର୍ଦ୍ଦେଶାବଳୀ ଜାରିକରି ମହିଳା ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ନୁହେଁ ବୋଲି କହିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଦେଶ ଭିତରେ ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ଓଡ଼ିଶା ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କ ଭିତରେ ଅନାଦାର ଭାବ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଗଲା। ଏହି ଘଟଣା ପରେ ଟ୍ରମ୍ପ୍‌ଙ୍କ ସଂଶୋଧିତ ମନ୍ତବ୍ୟ ପ୍ରକାଶ କରାଇବା ନେଇ ପଦକ୍ଷେପ ନିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସରକାରଙ୍କ ପକ୍ଷରୁ ସିଧାସଳଖ ଟ୍ରମ୍ପ୍‌ଙ୍କ ନାମ ଉଲ୍ଲେଖ କରା ନ ଯାଇ ବିଦେଶ ଶାସକ ବୋଲି ଉଲ୍ଲେଖ କରାଯାଇଛି।
ବିଧାନସଭା ସଦସ୍ୟ ଅଶ୍ୱିନୀ କୁମାର ପାତ୍ର ଶନିବାର ଏକ ଅଣତାରକା ପ୍ରଶ୍ନରେ ପଚାରିଛନ୍ତି, ନିକଟରେ ଗଣମାଧ୍ୟମରେ ସମଗ୍ର ଦେଶରେ ପ୍ରକାଶ ପାଇଥିବା ବିଦେଶ ଶାସକଙ୍କ ମନ୍ତବ୍ୟ ଅନୁସାରେ ରାଜ୍ୟ ପର୍ଯ୍ୟଟନ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ, ଏଥିଲାଗି ପର୍ଯ୍ୟଟନ ନୀତି ପ୍ରତି ଆଘାତ ଲାଗିଥିବା ସରକାର ଅବଗତ ଅଛନ୍ତି କି? ଯଦି ଅବଗତ ଅଛନ୍ତି ତା’ହେଲେ ଦେଶ, ବିଦେଶରେ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବାକୁ ସରକାରଙ୍କ କ’ଣ ବିଶେଷ କାର୍ଯ୍ୟକ୍ରମ ରହିଛି।
ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ନିକଟରେ ଗଣମାଧ୍ୟମରେ ସମଗ୍ର ଦେଶରେ ପ୍ରକାଶ ପାଇଥିବା ବିଦେଶ ଶାସକଙ୍କ ମନ୍ତବ୍ୟ ବିଷୟରେ ସରକାର ଅବଗତ ଅଛନ୍ତି। ବିଦେଶ ଶାସକଙ୍କ ଏହି ମନ୍ତବ୍ୟ ଭିତ୍ତିହୀନ ଓ ତାହାର ସତ୍ୟତା ନାହିଁ। ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୃହ ବିଭାଗ, ଓଡ଼ିଶା ସରକାରଙ୍କୁ ନଥି ସଂଖ୍ୟା ଟିସିଟି-ସିଓଓଡି-ଏମ୍‌ଆଇଏସ୍‌ସି-୦୦୪୬-୨୦୨୫ ମାଧ୍ୟମରେ ଅବଗତ କରାଯାଇଛି। ପୁନଶ୍ଚ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ତାଙ୍କ ପତ୍ର ସଂଖ୍ୟା ୨୨୪୬/ସି ଗତ ସେପ୍ଟେମ୍ବର ୧ ଦ୍ୱାରା ବୈଦେଶିକ ମନ୍ତ୍ରଣାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଅବଗତ କରାଯିବା ସହିତ ବିଦେଶ ଶାସକଙ୍କ ମନ୍ତବ୍ୟକୁ ସମୀକ୍ଷାକରି ସଂଶୋଧିତ ମନ୍ତବ୍ୟ ପ୍ରକାଶ କରିବା ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri