ଆଜି ଓଡ଼ିଶା ବନ୍ଦ: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ଠପ୍‌

ଭଦ୍ରକ, ୨୮।୧(ସନାତନ ରାଉତ): ଭଦ୍ରକରେ ବନ୍ଦ ପାଳନ ଜୋରଦାର ହେଉଛି । ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବାବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ନବନିର୍ମାଣ କୃଷକ ସଂଗଠନର ଦାବି ଅନୁଯାୟୀ ଧାନର ଅଭାବୀ ବିକ୍ରି , ସ୍ମାର୍ଟ ମିଟର ନାମରେ ଶୋଷଣକୁ ବିରୋଧ କରି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ଭଦ୍ରକରେ ଦେଖାଯାଇଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଗେଲପୁର ଛକରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାମାନେ। ଫଳରେ ଜାତୀୟ ରାଜପଥର ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି ଭଦ୍ରକ ସହରର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ରାଜପଥ ଉପରେ ନାରାବାଜି କରିଛନ୍ତି । ସେହିପରି ଏହି ଓଡ଼ିଶା ବନ୍ଦ ଡାକରାକୁ ଓଡ଼ିଶା କୃଷକ ସଭା ସିପିଆଇଏମ ଦଳ ସହ ଜିଲା କଂଗ୍ରେସ ମଧ୍ୟ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛି । ତେବେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାଶର୍‌ବରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଛି । ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। କଂଗ୍ରେସ ଜିଲା ସଭାପତି ନଳିନୀ ମହାନ୍ତିଟଙ୍କା ସମର୍ଥକଙ୍କ ସମେତ ନବରଙ୍ଗପୁର ନିର୍ମାଣର ତ୍ରିଲୋଚନ ପଣ୍ଡା, ସବୀର ଖାଁ, ଚନ୍ଦ୍ର ଶେଖର ନାୟକ ପ୍ରମୁଖ ବନ୍ଦ ରେ ସାମିଲ ହୋଇଛନ୍ତି ।

Dharitri – The Largest & Most Trusted Odia Daily