ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମନ୍ତ୍ରୀ ଏବଂ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି। ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସସ୍ମିତ ପାତ୍ରଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏନେଇ ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। କରୋନା ପଜିଟିଭ୍‌ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଓ କୋଭିଡ କଟକଣା ମାନି ହୋମ ଆଇସୋଲେସନରେ ଥିବା ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜ କରୋନା ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ଆମେ ସମସ୍ତେ ମିଶି କରୋନାକୁ ହରାଇବା ବୋଲି ସସ୍ମିତ୍‌ ଟୁଇଟ୍‌ ଯୋଗେ କହିଛନ୍ତି। ସୂଚନାଯୋଗ୍ୟ, ଗତ ରାଜ୍ୟ ସଭା ଅଧିବେଶନରେ ସର୍ବକନିଷ୍ଠ ଏମ୍‌ପି ଭାବେ ସସ୍ମିତ୍‌ ଗୃହରେ ଉପାଧ୍ୟକ୍ଷ ପଦ ତୁଲାଇଥିଲେ।

Share