ମଙ୍ଗଳବାର ବ୍ୟତୀତ ଅନ୍ୟ ସବୁଦିନ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୬ା୩ (ଅନୁରାଧା ମହାରଣା) – ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ରାଉରକେଲା-ପୁରୀ-ରାଉରକେଲା (୨୦୮୩୫) ଓ ପୁରୀ-ରାଉରକେଲା-ପୁରୀ (୨୦୮୩୬) ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ର ସେବା ସୂଚୀକୁ ସଂଶୋଧନ କରାଯାଇଛି। ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ। ସଂଶୋଧିତ ସେବା ସମୟସୂଚୀ ଅନୁସାରେ, ଜୁନ୍‌ ୩ରୁ ସାପ୍ତାହିକ ଛୁଟି ଅର୍ଥାତ୍‌ ମଙ୍ଗଳବାର ଦିନ ଚଳାଚଳ ବନ୍ଦ ରହିବ ଏବଂ ୭ ଜୁନ୍‌ରୁ ଶନିବାର ଦିନ ଚଳାଚଳ ସ୍ବାଭାବିକ ରହିବ। ତେବେ ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେଶନଗୁଡ଼ିକରେ ଟ୍ରେନର ସମୟ ଓ ରହଣିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share