ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା: ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ ୬ା୧୧(ଅଜିତ କୁମାର ମହାନ୍ତି)-ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସମ୍ପୃକ୍ତି ଥିବା ପନ୍ତିବଡୁ ସେବକ ଅମିତ୍ରାଂଶୁ ସାମନ୍ତରାୟ ଓରଫ ଜୁଜିକୁଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୨୧- ଖ(କ) ଧାରା ଅନୁସାରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ଏଥି ସହ ଶ୍ରୀ ସାମନ୍ତରାଙ୍କ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଘଟଣାରେ ଶ୍ରୀ ସାମନ୍ତରାଙ୍କ ସମ୍ପୃକ୍ତି ନେଇ ଏସ୍‌ପିଙ୍କ ରିପୋର୍ଟ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି କଡା କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ବୁଧବାର ଶ୍ରୀ ସମାନ୍ତରାୟଙ୍କୁ ନିଲମ୍ବନ କରାଯାଇଛି। ବର୍ତ୍ତମାନ ଯୁଜି ଜେଲରେ ଅଛନ୍ତି। ମନ୍ଦିର ପ୍ରବେଶ ବାରଣ କରାଯାଇଛି। ଜେଲରୁ ଆସିବା ପରେ ମଧ୍ୟ ତାଙ୍କ ଉପରେ ବାରଣ ରହିବ। ପୂର୍ବରୁ ମଧ୍ୟ ଉକ୍ତ ଘଟଣା ରେ ଶ୍ରୀମନ୍ଦିର ପ୍ରଶାସନ ଚନ୍ଦନ ସମାନ୍ତରାୟଙ୍କୁ ସେବା କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା।

Share
Tags: odisha