ଭୁବନେଶ୍ୱର,୧୮ା୧: ଓଡ଼ିଶା ପୋଲିସ ପକ୍ଷରୁ ଏସ୍ଆଇ ବା ସବ୍ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍ଆଇ ସମକକ୍ଷ ପଦବୀ (CPSE-୨୦୨୪) ପାଇଁ ମଧ୍ୟ ନିଯୁକ୍ତି ଘୋଷଣା କରାଯାଇଛି। ବିସ୍ତୃତ ବିଜ୍ଞାପନ ପାଇଁ, ୧୮.୦୧.୨୦୨୫ରୁ ଓଡ଼ିଶା ପୋଲିସ ଓ୍ବେବ୍ସାଇଟ୍ (http://odishapolice.gov.in) ପରିଦର୍ଶନ କରନ୍ତୁ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନ୍ଲାଇନରେ ଆବେଦନ କରିବାକୁ ଆମନ୍ତ୍ରଣ କରାଯାଇଛି।
ଏହି ନିଯୁକ୍ତି ମାଧ୍ୟମରେ OPRBରେ ସବ୍ଇନ୍ସପେକ୍ଟର (SI), ଷ୍ଟେଶନ୍ ଅଫିସର, ଆସିଷ୍ଟାଣ୍ଟ ଜେଲର୍ ପଦବୀ ପୂରଣ ହେବ।ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯୦୦ରୁ ଅଧିକ ପଦବୀ ପୂରଣ ହେବ।
ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୦ ଜାନୁଆରୀ ୨୦୨୫
ଅନ୍ଲାଇନ୍ ଆବେଦନ ଶେଷ – ୧୦ ଫେବୃଆରୀ ୨୦୨୫
ପଦବୀ:
ପୋଲିସ୍ ଏସ୍ଆଇ – ୬୦୯ଟି ପୋଷ୍ଟ୍
ସବ୍-ଇନ୍ସପେକ୍ଟର ପୋଲିସ୍ (ସଶସ୍ତ୍ର) – ୨୫୩ଟି ପୋଷ୍ଟ୍
ଷ୍ଟେଶନ ଅଧିକାରୀ (ଅଗ୍ନିଶମ ସେବା) – ୪୭ଟି ପୋଷ୍ଟ୍
ଆସିଷ୍ଟାଣ୍ଟ ଜେଲର୍ – ୨୪ଟି ପୋଷ୍ଟ୍
ମୋଟ ପ୍ରାର୍ଥୀ – ୯୩୩ଟି ପୋଷ୍ଟ୍
ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଗ୍ରାଜୁଏଶନ ଡିଗ୍ରୀ
ବୟସ:
ସର୍ବନିମ୍ନ ବୟସ-୨୧ ବର୍ଷ
ସର୍ବାଧିକ ବୟସ -୨୫ ବର୍ଷ
ଦରମା:
ସର୍ବନିମ୍ନ ଦରମା – ୩୫, ୪୦୦ ଟଙ୍କା
ସର୍ବାଧିକ ଦରମା – ୧,୧୨, ୪୦୦ ଟଙ୍କା
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ