ମୋଦୀଙ୍କୁ ଜନ୍ମଦିନରେ ବଡ ଉପହାର ଦେଲେ ଓଡ଼ିଶାବାସୀ, ବୃକ୍ଷରୋପଣରେ ରେକର୍ଡ

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶାରେ ୭୫ ଲକ୍ଷ ଗଛ ଲଗାଇବାର ସଂକଳ୍ପ ସଫଳ ହୋଇଛି। ଏହି ସାମୂହିକ ବୃକ୍ଷରୋପଣ ଅଭିଯାନ ପରିବେଶ ପ୍ରତି ଦାୟିତ୍ୱ ଓ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସମାଜର ଏକଜୁଟ୍ ପ୍ରୟାସକୁ ପ୍ରତିଫଳିତ କରିଛି। ଦିନ ୨ଟା ସୁଦ୍ଧା ୯୩,୬୦,୩୫୭ ଗଛ ଲାଗିଛି, ଯାହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି।

ପ୍ରତ୍ୟେକ ଗଛ ମୋଦିଙ୍କ ନେତୃତ୍ୱ, ଓଡ଼ିଶା ପ୍ରତି ସ୍ନେହ ଓ ବିକାଶ ପାଇଁ ପ୍ରତିବଦ୍ଧତାର ପ୍ରତୀକ। ଏହି ଅଭିଯାନ ସମାଜକୁ ଏକଜୁଟ କରିଛି ଓ ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସୁରକ୍ଷାରେ ସକାରାତ୍ମକ ପ୍ରଭାବ ପକାଇବ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Share