ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଦରକାର: ରାଜନାଥ

ନବରଙ୍ଗପୁର/ବ୍ରହ୍ମପୁର/ ବାରିପଦା,୨୩।୨(ସଦାଶିବ ପ୍ରହରାଜ/ନରସିଂହ ସାହୁ/ତନୁଶ୍ରୀ ନାହାକ/ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ହେଲେ ରାଜ୍ୟର ବିକାଶ ଘଟିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ନବରଙ୍ଗପୁର, ଗଞ୍ଜାମ ଜିଲାର ବ୍ରହ୍ମପୁର ଓ ମୟୂରଭଞ୍ଜ ଜିଲାର ବାରିପଦାଠାରେ ବିଜୟ ସଂକଳ୍ପ ସମାବେଶରେ ଭାଜପା କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି।
ନବରଙ୍ଗପୁରରେ ସର୍କିଟ ହାଉସ୍‌ ନିକଟ ପଡ଼ିଆରେ ଭାଜପାର କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ସିଂ ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକ ସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଛନ୍ତି। ଏଥର ଓଡ଼ିଶାରେ ଭାଜପା ସରକାର ଆସିବ ଓ କେନ୍ଦ୍ରରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ସରକାର ଗଢ଼ିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାଜପା ସବୁବେଳେ ଯାହା ପ୍ରତିଶ୍ରୁତି ଦେଇଛି ତାହାକୁ ପାଳନ କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଏମ୍‌ପି ବସନ୍ତ ପଣ୍ଡା, ଏମ୍‌ପି ସଙ୍ଗୀତା ସିଂଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ପ୍ରଦୀପ ନାୟକ, ବିଧାୟକ ଆଦିତ୍ୟ ମାଢ଼ି ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମପୁର ମହାନଗର ନିଗମର ୪୨ନଂ ୱାର୍ଡ ଅନ୍ତର୍ଗତ ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ଆଗାମୀ ନିର୍ବାଚନରେ ଓଡ଼ିଶାର ଶାସନ ଗାଦି ଦଖଲ କରିବା ଭାଜପାର ଲକ୍ଷ୍ୟ ଥିବା ସୂଚାଇଛନ୍ତି। ଏଠାରେ ଡବଲ୍‌ ଇଞ୍ଜିନ୍‌ ସରକାର ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିପାଇଁ ଦଳର କାର୍ଯ୍ୟକର୍ତ୍ତା ଓ ତୃଣମୂଳ ସ୍ତରର କର୍ମୀମାନଙ୍କୁ କଠିନ ପରିଶ୍ରମ କରିବାକୁ ସେ ଆହ୍ବାନ ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ସିଂ ଥରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସମାବେଶରେ ଗୋପାଳପୁର ବିଧାୟକ ତଥା ବୁଧବାର ଭାଜପାରେ ଯୋଗଦେଇଥିବା ପ୍ରଦୀପ ପାଣିଗ୍ରହୀଙ୍କ ବହୁ ସମର୍ଥକ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ସମାବେଶରେ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ, ଲେଖାଶ୍ରୀ ସାମନ୍ତସିଂହାର, ସାରଦା ଶତପଥୀ, ସମ୍ବିତ୍‌ ପାତ୍ର ଓ ଅନ୍ୟ ରାଜ୍ୟ ନେତା ଉପସ୍ଥିତ ଥିଲେ।
ଅନୁରୂପ ଭାବେ ବାରିପଦାଠାରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କୁ ଅଧିକ ଶ୍ରଦ୍ଧା ଓ ସମ୍ମାନ ଦେଇଆସିଥିବା କହିଥିଲେ। ଏପରି କି ଜଣେ ଆଦିବାସୀ ମହିଳାଙ୍କୁ ଭାରତର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରାଇପାରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲାକୁ ନେଇ ଏହି ସମାବେଶ ଆୟୋଜିତ ହୋଇଥିବା ବେଳେ ଡବଲ ଇଞ୍ଜିନର ସରକାର ଗଠନ ପାଇଁ ରାଜନାଥ ଆହ୍ବାନ ଦେଇଥିଲେ। କ୍ଷମତାରେ ରହିବା ପାଇଁ ରାଜନୀତି କରୁନାହିଁ, ଦେଶ ଗଠନ ପାଇଁ ରାଜନୀତି କ୍ଷେତ୍ରକୁ ଓହ୍ଲାଇଛୁ ବୋଲି ରାଜନାଥ ଭାଜପା କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଥିଲେ। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ.ବିଶ୍ୱେଶ୍ୱର ଟୁଡୁ, ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri