ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି କର୍ପୋରେଟରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସମୁଦାୟ ୩୬ କର୍ପୋରେଟରଙ୍କ ମଧ୍ୟରୁ ବୁଧବାର ସାରେ ନବୀନଙ୍କୁ ଭେଟିଥିଲେ ୩୩ କର୍ପୋରେଟର। ସାଙ୍ଗରେ ଥିଲେ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଓ ଡେପୁଟି ମେୟର ବିବେକ। ସେମାନଙ୍କୁ ସାକ୍ଷାତ ପାଇଁ ନବୀନ ନିବାସରୁ ଡକରା ହୋଇଥିଲା। ସମସ୍ତେ ପ୍ରଥମେ ଶଙ୍ଖ ଭବନକୁ ଯାଇଥିଲେ। ସେଠାରେ ବରିଷ୍ଠ ନେତା ଦେବୀ ମିଶ୍ର ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପରଠାରୁ ବିଇଏମ୍‌ସି ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଛି। ଗୋଟିଏ ଗୋଷ୍ଠୀ ଜିଲା ସଭାପତି, ମେୟର ଓ ଡେପୁଟି ମେୟରଙ୍କ ପକ୍ଷରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ବିକ୍ରମଙ୍କ ସପକ୍ଷରେ ଅଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ କିଏ ନେତୃତ୍ୱ ଜାହିର କରିବ ସେନେଇ ବିବାଦ ସୂତ୍ରପାତ ହୋଇଥିବା କେତେକ କର୍ପୋରେଟର ଓ ଦଳର କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଫଳରେ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ଗତ ୧୩ ତାରିଖରେ ମେୟର, ଜିଲା ସଭାପତି ଓ ପୂର୍ବତନ ବିଧାୟକ ପଣ୍ଡାଙ୍କ ସହ ନବୀନ ନିବାସରେ ବିଜେଡି ସଭାପତି ଆଲୋଚନା କରିଥିଲେ। ମିଳିମିଶି ରହିବାକୁ କହିଥିଲେ। ତଥାପି କନ୍ଦଳ ତୁଟି ନ ଥିବାରୁ ପୁଣି ଉପରୋକ୍ତ ମର୍ମରେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ଫେରିବା ପରେ କର୍ପୋରେଟରଙ୍କଠାରୁ ଏହି ସୂଚନା ମିଳିଛି। ମେୟରଙ୍କୁ ସମ୍ମାନ ଦେବାକୁ କର୍ପୋରେଟରମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳ ହେଲା ଜୟଶଙ୍କରଙ୍କ କୂଟନୀତି, ଇରାନ ଦେଖାଇଲା ଉଦାରତା

ନୂଆଦିଲ୍ଲୀ,୭।୩: ରବିବାର ନବମ ଦିନ ପାଇଁ ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି। ଉପସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଦୁଇଟି ଭାରତୀୟ ମାଲବାହୀ…

ଗ୍ରୋସେରି ଦୋକାନରେ ବିକ୍ରି କରୁଥିଲେ ମଦ: ମାଡ଼ିବସିଲା…

ଦେବଗଡ଼,୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ  କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ରାମଚନ୍ଦ୍ର ବେହେରା (୫୮) ତାଙ୍କ ଗ୍ରୋସେରି ଦୋକାନରେ ବେଆଇନ ଭାବେ ଦେଶୀ…

ବରୁଣ ଚକ୍ରବର୍ତ୍ତୀ ନୁହେଁ, ଫାଇନାଲରେ ଖେଳିବେ ଏହି ଖେଳାଳି! ପ୍ଲେଇଂ ଇଲେଭେନର ନୂଆ ଅପଡେଟ କରୁଛି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୩: ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ଖେଳିବେ କି ନାହିଁ ତାହା ଏକ ପ୍ରମୁଖ ପ୍ରଶ୍ନ ହୋଇ ରହିଛି। ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ସେ ଚାରି ଓଭରରେ ୬୪ରନ…

ନନ୍ଦପୁରରେ ମିଳିଲାନି ଡିଜେଲ, ପେଟ୍ରୋଲ: ଟାଙ୍କି ବନ୍ଦ

ନନ୍ଦପୁର,୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ୨୩ ପଞ୍ଚାୟତ, ସେମିଳିଗୁଡା ବ୍ଲକର ୪ ଓ ଲମତାପୁଟ ବ୍ଲକର ୪ ପଞ୍ଚାୟତବାସୀ ପାଇଁ ଥିବା…

ବିହାରି ଭାଟି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି

ନନ୍ଦପୁର, ୮।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ସଦର ମହକୁମାରେ ଥିବା ବିହାରୀ ମଦ ଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ଭେନେଜୁଏଲା-ଇରାନ ପରେ, ଆମେରିକାର ଟାର୍ଗେଟରେ ଏବେ କେଉଁ ଦେଶ? ଟ୍ରମ୍ପ ଦେଲେ ସ୍ପଷ୍ଟ ଉତ୍ତର

ଓ୍ବାଶିଂଟନ,୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ରାତିରେ (ମାର୍ଚ୍ଚ ୭, ୨୦୨୬) ଇରାନ ଉପରେ ଏକ ବଡ଼ ଆକ୍ରମଣ ଧମକ ଦେଇଥିଲେ। ସେ ଆମେରିକାର ସାମରିକ…

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri