ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି କର୍ପୋରେଟରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସମୁଦାୟ ୩୬ କର୍ପୋରେଟରଙ୍କ ମଧ୍ୟରୁ ବୁଧବାର ସାରେ ନବୀନଙ୍କୁ ଭେଟିଥିଲେ ୩୩ କର୍ପୋରେଟର। ସାଙ୍ଗରେ ଥିଲେ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଓ ଡେପୁଟି ମେୟର ବିବେକ। ସେମାନଙ୍କୁ ସାକ୍ଷାତ ପାଇଁ ନବୀନ ନିବାସରୁ ଡକରା ହୋଇଥିଲା। ସମସ୍ତେ ପ୍ରଥମେ ଶଙ୍ଖ ଭବନକୁ ଯାଇଥିଲେ। ସେଠାରେ ବରିଷ୍ଠ ନେତା ଦେବୀ ମିଶ୍ର ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପରଠାରୁ ବିଇଏମ୍‌ସି ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ବଢ଼ି ଚାଲିଛି। ଗୋଟିଏ ଗୋଷ୍ଠୀ ଜିଲା ସଭାପତି, ମେୟର ଓ ଡେପୁଟି ମେୟରଙ୍କ ପକ୍ଷରେ ଥିବା ବେଳେ ଅନ୍ୟ ଗୋଷ୍ଠୀ ବିକ୍ରମଙ୍କ ସପକ୍ଷରେ ଅଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ କିଏ ନେତୃତ୍ୱ ଜାହିର କରିବ ସେନେଇ ବିବାଦ ସୂତ୍ରପାତ ହୋଇଥିବା କେତେକ କର୍ପୋରେଟର ଓ ଦଳର କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ଫଳରେ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ଗତ ୧୩ ତାରିଖରେ ମେୟର, ଜିଲା ସଭାପତି ଓ ପୂର୍ବତନ ବିଧାୟକ ପଣ୍ଡାଙ୍କ ସହ ନବୀନ ନିବାସରେ ବିଜେଡି ସଭାପତି ଆଲୋଚନା କରିଥିଲେ। ମିଳିମିଶି ରହିବାକୁ କହିଥିଲେ। ତଥାପି କନ୍ଦଳ ତୁଟି ନ ଥିବାରୁ ପୁଣି ଉପରୋକ୍ତ ମର୍ମରେ ପରାମର୍ଶ ଦେଇଛନ୍ତି। ବ୍ରହ୍ମପୁର ଫେରିବା ପରେ କର୍ପୋରେଟରଙ୍କଠାରୁ ଏହି ସୂଚନା ମିଳିଛି। ମେୟରଙ୍କୁ ସମ୍ମାନ ଦେବାକୁ କର୍ପୋରେଟରମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri