ପୁରୀ,୬ା୨(ଅଜିତ୍ କୁମାର ମହାନ୍ତି): ଚଳିତ ମାସ ୭ ଏବଂ ୮ ତାରିଖ ସନ୍ଧ୍ୟାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆରେ ଓଡ଼ିଶା-ଜାପାନ ପର୍ବ ଆୟୋଜନ ହେବ। ଏ ନେଇ ଇଣ୍ଡିଆ-ଜାପାନ ଫ୍ରେଣ୍ଡଶିିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।
ଉକ୍ତ ପର୍ବରେ ଗୋଟିଏ ମଞ୍ଚରେ ଭାରତ ଓ ଜାପାନର କଳାକାରମାନେ ନିଜ ଦେଶର କଳା ସଂସ୍କୃତିର ଝଲକ ପ୍ରଦର୍ଶନ କରିବେ। ଫଳରେ ଉଭୟ ଦେଶ କଳା ସଂସ୍କୃତିର ଭାବବିନିମୟ ହେବା ସହ ପର୍ଯ୍ୟଟନର ବିକାଶ ଘଟିବ ବୋଲି ଦାଶ ଆଶା ପ୍ରକାଶ କରିଛନ୍ତି। ଲୋକେ ନିଃଶୁଳ୍କରେ ଉକ୍ତ ପର୍ବରେ ସାମିଲ ହୋଇ ପର୍ଯ୍ୟଟନ, ଶିକ୍ଷା, କଳା, ସଂସ୍କୃତି, ବାଣିଜ୍ୟ ଏବଂ ବସ୍ତ୍ର ଶିଳ୍ପ ଷ୍ଟଲ ବୁଲିପାରିବେ ବୋଲି ଦାଶ ସୂଚନା ଦେଇଛନ୍ତି।

