ଓଡ଼ିଶା ହେଉଛି ଦ୍ୱିତୀୟ ଅଷ୍ଟ୍ରେଲିଆ: ରାଜ୍ୟରେ ପୁଞ୍ଜି ନିବେଶକୁ ନେଇ ବଡ଼ କଥା କହିଦେଲେ ଅନିଲ ଅଗ୍ରଓ୍ବାଲ

ଭୁବନେଶ୍ବର,୨୮।୧: ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କନ୍‌କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବ୍ୟବସାୟୀ ଅନିଲ ଅଗ୍ରଓ୍ବାଲ ଓଡ଼ିଶାରେ ପୁଞ୍ଜି ନିବେଶକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,ଆଜି ଭାରତରେ ପୁଞ୍ଜି ନିବେଶ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ ହେଉଛି ଓଡ଼ିଶା। ଓଡ଼ିଶା ହେଉଛି ସ୍ବର୍ଗ। ଏଠାକାର ଲୋକ ଏବଂ ପରିବେଶ ସବୁଠୁ ନିଆରା। ଓଡ଼ିଶା ହେଉଛି ଦ୍ୱିତୀୟ ଅଷ୍ଟ୍ରେଲିଆ। ଆଗାମୀ ଦିନରେ ଆମେ ଆଲୁମିନିୟମ କ୍ଷେତ୍ରରେ ଅଧିକ ନିବେଶ କରିବାକୁ ଚାହୁଁଛୁ। ଏହାସହ ସ୍ଥାନୀୟ ଯୁବତୀଯୁବକଙ୍କୁ ସୁଯୋଗ ଦେବା ଆମର ପ୍ରାଥମିକ ଲକ୍ଷ୍ୟ।

ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍‌, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍‌କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍‌କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଏହି କନ୍‌କ୍ଲେଭରେ ଏଲ୍‌.ଏନ୍‌. ମିତ୍ତଲ, କୁମାର ମଙ୍ଗଳମ୍‌ ବିର୍ଲା, ଅନିଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି. ନରେନ୍ଦ୍ରନଙ୍କ ଭଳି ଦେଶର ବଡ଼ ବଡ଼ ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ୧୦୦ରୁ ଊର୍ଦ୍ଧ୍ୱ ଶିଳ୍ପପତିଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମ୍‌ଏସ୍‌ଏମ୍‌ଇ, ସେମିକଣ୍ଡକ୍ଟର ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ରାଜ୍ୟ ସରକାର ଆଗକୁ ବଢ଼ିବେ।
ଗଣମାଧ୍ୟମକୁ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ହେବ। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ଆଗାମୀ ଦିନରେ ଓଡ଼ିଶା ଶିଳ୍ପ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପୂର୍ବ ସରକାର ସମୟରେ ଦୁଇ ଦଶନ୍ଧି ଧରି ସବୁପ୍ରକାର ସମ୍ଭାବନା ଥାଇ ବି ଓଡ଼ିଶା ଶିଳ୍ପର ମରୁଭୂମି ପାଲଟିଥିଲା। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ଶିଳ୍ପର ଇକୋ ହବ୍‌ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଓଡ଼ିଶାର ପ୍ରତ୍ୟେକ ଜିଲା କିଭଳି ଶିଳ୍ପ କ୍ଷେତ୍ରରେ ଆଗକୁ ଯିବ ତାହା ସରକାରଙ୍କ ପରିକଳ୍ପନା। ମେକ୍‌ ଇନ୍‌ ଇଣ୍ଡିଆ ପ୍ରଧାନମନ୍ତ୍ରୀଙ୍କର ବ୍ରେନ୍‌ ଚାଇଲ୍ଡ ଥିଲା। ଦେଶ ବିଦେଶରୁ ବଡ଼ ବଡ଼ ନିବେଶକମାନେ ଆସିଥିଲେ ଏବଂ ଭାରତର ବିଭିନ୍ନ ସ୍ଥାନରେ ପୁଞ୍ଜି ନିବେଶ କରିଥିଲେ। ସେହିପରି ଓଡ଼ିଶାର ପ୍ରତ୍ୟେକ ଜିଲାରେ ନିବେଶକମାନେ ନିବେଶ କରିବେ।
କନ୍‌କ୍ଲେଭରେ ୪ଟି ପ୍ଲେନାରି ଅଧିବେଶନ ଏବଂ ୧୬ଟି କ୍ଷେତ୍ରୀୟ ଅଧିବେଶନ ରହିବ। ସେମି କଣ୍ଡକ୍ଟର, ଗ୍ରୀନ୍‌ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଭାଜପା ସରକାରରେ ଗତ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri