ସହରାଞ୍ଚଳ ଶାସନରେ ଓଡ଼ିଶା ଦ୍ୱିତୀୟ

ମୁମ୍ବାଇ,୩୦ା୯: ସହରାଞ୍ଚଳ ଶାସନ କ୍ଷେତ୍ରରେ କେରଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ଦ୍ୱିତୀୟରେ ରହିଛି। ସଦ୍ୟ ପ୍ରକାଶିତ ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ (ୟୁଜିଆଇ) ୨୦୨୪ରୁ ଏହି ବିଷୟ ସ୍ପଷ୍ଟ ହୋଇଛି। ପ୍ରଜା ଫାଉଣ୍ଡେନ୍‌ ପକ୍ଷରୁ ଭାରତର ବିଭିନ୍ନ ସହରରେ ଏନେଇ ୨ ବର୍ଷ ଧରି ଅଧ୍ୟୟନ ଚାଲିଥିଲା। ବିଭିନ୍ନ ମାପଦଣ୍ଡରେ ୧୦୦ରୁ କେରଳକୁ ୫୯.୩୧ ନମ୍ବର ମିଳିଥିବାବେଳେ ଓଡ଼ିଶା ୫୫.୧୦ ନମ୍ବର ରଖିଛି।
ଅଧ୍ୟୟନ ଅନୁଯାୟୀ, ଓଡ଼ିଶା ସଶକ୍ତ ନାଗରିକ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ ସହରାଞ୍ଚଳ ପ୍ରଶାସନର ସଶକ୍ତୀକରଣରେ ରାଜ୍ୟକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ଉକ୍ତ ସୂଚକାଙ୍କ ରିପୋର୍ଟରେ କୁହାଯାଇଛି। ୟୁଜିଆଇ ୨୦୨୪ ଅଧ୍ୟୟନ ବେଳେ ସହରଗୁଡ଼ିକର ବିକାଶ, ଲୋକଙ୍କ ଉନ୍ନତି ଓ ନୀତିରେ ପରିବର୍ତ୍ତନ ସମେତ ମୋଟ ୪୨ଟି ସୂଚକାଙ୍କକୁ ମାପଦଣ୍ଡ ରୂପେ ଧରାଯାଇଥିଲା। ତାଲିକାର ପ୍ରଥମ ୫ ରାଜ୍ୟ ମଧ୍ୟରେ କେବଳ କେରଳ ଓଡ଼ିଶାଠାରୁ ଉନ୍ନତ ସ୍ଥିତିରେ ରହିଛି। ତଳଆଡ଼ୁ ଦେଖିଲେ ନାଗାଲାଣ୍ଡ, ମଣିପୁର, ମେଘାଳୟ, ଚଣ୍ଡିଗଡ଼ ଓ ପଞ୍ଜାବ ସବୁଠୁ ନିକୃଷ୍ଟ ପ୍ରଦର୍ଶନକାରୀ ରାଜ୍ୟ ବିବେଚିତ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ୩୯.୭୦ ନମ୍ବର ପାଇଛି।
୨୦୨୦ରେ କରାଯାଇଥିବା ଅଧ୍ୟୟନରେ ଓଡ଼ିଶା ୫୬.୮୮ ନମ୍ବର ହାସଲ କରି ପ୍ରଥମ ସ୍ଥାନରେ ରହିଥିବାବେଳେ ନାଗାଲାଣ୍ଡ ସବା ତଳେ ରହିଥିଲା। ମହାରାଷ୍ଟ୍ର, ଛତିଶଗଡ଼, କେରଳ ଓ ମଧ୍ୟପ୍ରଦେଶର ସ୍ଥାନ ଦ୍ୱିତୀୟରୁ ପଞ୍ଚମରେ ରହିଥିଲା। ସଦ୍ୟ ରିପୋର୍ଟ ଆସିବା ପରେ ଓଡ଼ିଶାର ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହି ସ୍ବୀକୃତି କ୍ଷମତା ବିକେନ୍ଦ୍ରୀକରଣ ପ୍ରତି ଆମର ନିରନ୍ତର ଉଦ୍ୟମକୁ ଦର୍ଶାଉଛି। ଆମ ସହର ଓ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସ୍ବଚ୍ଛତା ପ୍ରତି ପ୍ରାଥମିକତା ଏବଂ ନାଗରିକ କୈନ୍ଦ୍ରୀକ ଶାସନକୁ ଦର୍ଶାଯାଉଛି।
କେରଳ ସବୁଠୁ ଗୁରୁତ୍ୱପୂର୍ଣ୍ଣ ୨ଟି ବିଷୟ ଏମ୍ପାଓ୍ବାର୍ଡ ସିଟି ଇଲେକ୍ଟେଡ୍‌ ରିପ୍ରେଜେଣ୍ଟେଟିଭ୍ସ ଆଣ୍ଡ୍‌ ଲେଜିସ୍‌ଲେଟିଭ୍‌ ଷ୍ଟ୍ରକ୍ଚର (୧୮.୬୩/୩୦.୦୦) ଏବଂ ଫିସ୍କାଲ ଏମ୍ପାଓ୍ବାରମେଣ୍ଟ (୨୩.୨୨/ ୩୦.୦୦)ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। କେରଳ ସହ ଛତିଶଗଡ଼, ମିଜୋରାମ ଓ ଓଡ଼ିଶା ନିଜର ପ୍ରତ୍ୟେକ କାଉନ୍‌ସିଲଙ୍କ ପାଇଁ ଅନୂ୍ୟନ ଗୋଟିଏ କମିଟିର ସଦସ୍ୟ ହେବା ଲାଗି ବାଧ୍ୟ କରିଛନ୍ତି। ସେହିପରି ସ୍ଥାନୀୟ ସରକାରଙ୍କୁ ନିଜ ମ୍ୟୁନିସିପାଲ ଆଇନ ଅନୁସାରେ ନୂଆ ଟିକସ ବ୍ୟବସ୍ଥା କରିବା ଉପରେ ସ୍ବାଧୀନ କର୍ତ୍ତୃତ୍ୱ ରହିଥିବା ୯ ରାଜ୍ୟ ମଧ୍ୟରେ କେରଳ ରହିଛି। କିନ୍ତୁ ଓଡ଼ିଶା ଏଥିରେ ସ୍ଥାନ ପାଇ ନ ଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।
ମୁମ୍ବାଇରେ ମୁଖ୍ୟାଳୟ ଥିବା ପ୍ରଜା ଫାଉଣ୍ଡେଶନ୍‌ ଏକ ଅଣଲାଭକାରୀ ସଙ୍ଗଠନ। ୧୯୯୭ରେ ପ୍ରତିଷ୍ଠିତ ଏହି ସଂସ୍ଥା ପ୍ରତି ୨ ବର୍ଷରେ ସହରାଞ୍ଚଳ ଶାସନ ସମ୍ପର୍କିତ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଥାଏ। ଗତ ୨ ବର୍ଷ ମଧ୍ୟରେ ୨୮ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳର ୪୩ ସହରରେ ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ୍‌, ନାଗରିକ ସମାଜ, ଗଣମାଧ୍ୟମ ଏବଂ ସହରାଞ୍ଚଳ ଶାସନ ତଥା ନୀତି ସମ୍ପର୍କିତ ବିଶେଷଜ୍ଞଙ୍କ ସମେତ ୨,୨୧୩ ଜଣଙ୍କୁ ଭେଟି ସେମାନଙ୍କ ମତାମତ ନେବା ପରେ ଉପରୋକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶେଷକରି ସଶକ୍ତ ସହରର ନିର୍ବାଚିତ ପ୍ରତିନିଧି, ପ୍ରଶାସନ, ନାଗରିକ ଓ ବିତ୍ତୀୟ ସଶକ୍ତୀକରଣ ଆଦି ଦିଗ ଉପରେ ଅନୁଧ୍ୟାନ କରାଯାଇଛି। ସହରାଞ୍ଚଳର ପ୍ରଶାସନକୁ ବାସ୍ତବରେ ସଶକ୍ତ କରିବା ପାଇଁ ୭୪ତମ ସମ୍ବିଧାନ ସଂଶୋଧନର ଦ୍ୱାଦଶ ପରିଚ୍ଛେଦରେ ସୂଚୀବଦ୍ଧ ସମସ୍ତ ୧୮ଟି କାର୍ଯ୍ୟକାରିତାକୁ ଜୋର୍‌ ଦେବାକୁ ପଡ଼ିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri