ଉନ୍ନତି ପଥରେ ଓଡ଼ିଶା

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ର ପ୍ରଥମ ଦିନର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ପ୍ରମୁଖ ଶିଳ୍ପସଂସ୍ଥାର ମୁଖ୍ୟମାନେ ଉଭୟ ମେକ୍‌ ଇନ୍‌ ଓଡ଼ିଶା ଓ ଓଡ଼ିଶାରେ ଶିଳ୍ପର ବିଭିନ୍ନ ଦିଗ ଓ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଛନ୍ତି।

ଏଲ୍‌.ଏନ୍‌. ମିତ୍ତଲ (କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଏଏମ୍‌ଏନ୍‌ଏସ୍‌)
ଓଡ଼ିଶାରେ ଶିଳ୍ପ ପାଇଁ ବ୍ୟାପକ ସୁଯୋଗ ରହିଛି। ସରକାର ମଧ୍ୟ ଶିଳ୍ପ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟାପକ ସୁବିଧା ଓ ସହଯାଗ କରି ଆସୁଛନ୍ତି। ଆଗାମୀ ଦିନରେ କମ୍ପାନୀ ଓଡ଼ିଶାରେ ପୂର୍ବାପେକ୍ଷା ଅଧିକ ପୁଞ୍ଜି ନିବେଶ କରିବ ବୋଲି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌)ର ଅଧ୍ୟକ୍ଷ ଏଲ୍‌.ଏନ୍‌. ମିତ୍ତଲ ମତପ୍ରକାଶ କରିଛନ୍ତି। ସେହିଭଳି ନବୀନ ପଟ୍ଟନାୟକଙ୍କ ନେତ୍ୱତୃରେ ଓଡ଼ିଶାର ବିକାଶ ପୂର୍ବାପେକ୍ଷା ଅଧିକ ବୃଦ୍ଧି ହୋଇଥିବା ବେଳେ ସରକାର ମଧ୍ୟ କଳା, ସଂସ୍କୃତି ଓ ଶିଳ୍ପାୟନକୁ ଅଧିକ ବିକଶିତ କରୁଛନ୍ତି ବୋଲି ସେ କହିଛନ୍ତି।
ଅନିଲ ଅଗ୍ରଓ୍ବାଲ (ଅଧ୍ୟକ୍ଷ, ବେଦାନ୍ତ ଗ୍ରୁପ୍‌)
୨୦ ବର୍ଷ ତଳର ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ଘଟିଛି। ବିଶେଷକରି ଓଡ଼ିଶା ସରକାରଙ୍କ ମନୋଭାବ ଓ ଏକ ବିକାଶଶୀଳ ରାଜ୍ୟ ଗଠନରେ ନବୀନ ପଟ୍ଟନାୟକଙ୍କର ଅନେକ ଭୂମିକା ରହିଛି। ସେହିଭଳି ବର୍ତ୍ତମାନ ଆଲୁମିନିୟମର ହବ୍‌ ଭାବେ ଓଡ଼ିଶା ପରିଗଣିତ ହେଉଥିବା ବେଳେ ଓଡ଼ିଶାରେ କାର୍ଯ୍ୟକ୍ଷେତ୍ର କରି ଆମେ ମଧ୍ୟ ନିଜକୁ ସୌଭାଗ୍ୟ ମନେକରୁଛୁ। ଏପରିକି ଓଡ଼ିଶା ସରକାର ଖାଲି ଶିଳ୍ପ ନୁହେଁ ସ୍ବାସ୍ଥ୍ୟସେବା, ଶିକ୍ଷା, କଳା, ସଂସ୍କୃତି ଓ କ୍ରୀଡ଼ାରେ ମଧ୍ୟ ବେଶ୍‌ ଆଗକୁ ଯାଇପାରିଛି ଯାହା କେବଳ ନବୀନ ପଟ୍ଟନାୟକଙ୍କ ସରକାର ଓ ସରକାରୀ ଅଧିକାରୀଙ୍କ ଯୋଗୁ ସମ୍ଭବ ହୋଇପାରିଛି।
ସଜ୍ଜନ ଜିନ୍ଦଲ (ଏମ୍‌ଡି, ଜେଏସ୍‌ଡବ୍ଲ୍ୟୁ)
ବିଗତ କିଛି ବର୍ଷ ମଧ୍ୟରେ ଓଡିଶାର କଳା, ସଂସ୍କୃତି, କ୍ରୀଡା ଓ ଶିଳ୍ପ ଏପରିକି ଅନେକ କ୍ଷେତ୍ରରେ ପରିବର୍ତ୍ତନ ସାଙ୍ଗକୁ ବିକଶିତ ମଧ୍ୟ ହୋଇଚାଲିଛି। ଏପରିକି ରାଜ୍ୟର ବିକାଶ ପାଇଁ ସରକାର ଅହରାତ୍ର କାର୍ଯ୍ୟ କରୁଥିବା ଜଣାପଡିଛି। କାରଣ ବିଗତ ୨୦ବର୍ଷ ତଳର ଓଡିଶାର ପରିବେଶ ଓ ବ୍ୟବସ୍ଥା ଆଉ ବର୍ତ୍ତମାନର ବ୍ୟବସ୍ଥା ଓ ମାନସିକତା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଫଳରେ ରାଜ୍ୟରେ ଶିଳ୍ପ ସଂସ୍ଥାଗୁଡିକର ସଂଖ୍ୟା ବୃଦ୍ଧି ପାଉଛି, ସରକାର ମଧ୍ୟ ଭିତ୍ତିଭୂମି ଓ ପରିବହନ କ୍ଷେତ୍ର ଉପରେ ଅଧିକରୁ ଅଧିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମତ ପ୍ରକାଶ କରିଛନ୍ତି।
ନବୀନ ଜିନ୍ଦଲ (ଅଧ୍ୟକ୍ଷ, ଜେଏସ୍‌ପିଏଲ୍‌)
ଓଡିଶା ମୋର କର୍ମକ୍ଷେତ୍ର ହୋଇଥିବାରୁ ଓଡିଶାର ପ୍ରତିଟି କାର୍ଯ୍ୟକ୍ରମରେ ମୋର ସହଯୋଗ ଓ ଯୋଗଦାନ ରହିଆସିଛି। ଓଡିଶା ସରକାର ମଧ୍ୟ ଶିଳ୍ପସଂସ୍ଥାଗୁଡିକ ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଓଡିଶାର ଭୌଗୋଳିକ ଚିତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ମନ୍ଦିରମାଳନୀ ଓଡିଶା ଆଜି ଶିଳ୍ପ ସାଙ୍ଗକୁ ଶିକ୍ଷା, କଳା, କ୍ରୀଡା ଓ ସଂସ୍କୃତିର ବିକାଶ କରିବା ସହ ଦେଶର ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡିଶା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ଗଣିତ ହେଉଛି ବୋଲି ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମତ ପ୍ରକାଶ କରିଛନ୍ତି।
ଟି.ଭି. ନରେନ୍ଦ୍ରନ (ଟାଟା ଷ୍ଟିଲ୍‌, ଏମଡି)
ମେକ୍‌ ଇନ୍‌ ଓଡ଼ିଶାର ୩ୟ ସଂସ୍କରଣରେ ଅଂଶ ଗ୍ରହଣ କରି ଆମେ ବହୁତ ଖୁସି ଅଛୁ। ରାଜ୍ୟରେ ବିକାଶ ସାଙ୍ଗକୁ ଭାଗୀଦାରି ହୋଇ କାର୍ଯ୍ୟ କରୁଛୁ। ଆଗାମୀ ଦିନରେ ମଧ୍ୟରେ ପୁଞ୍ଜି ନିବେଶ କରାଯିବ। ଶିଳ୍ପର ବିକାଶ ପାଇଁ ସରକାର ଅନେକ ଯୋଜନା ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ସରକାର ଭିତ୍ତିଭୂମି ଉପରେ କାର୍ଯ୍ୟ କରିବା ସହ ପରିବହନ କ୍ଷେତ୍ରକୁ ଅଧିକ ବିସ୍ତାର କରିବାକୁ ପ୍ରୟାସ କରିବେ ବୋଲି ଟାଟା ଷ୍ଟିଲ୍‌ର ଏମ୍‌ଡି ଟି.ଭି. ନରେନ୍ଦ୍ରନ ମତପ୍ରକାଶ କରିଛନ୍ତି।
ଶୁଭ୍ରକାନ୍ତ ପଣ୍ଡା (ସଭାପତି, ଫିକି ଇଣ୍ଡିଆ)
ମେକ୍‌ ଇନ୍‌ ଓଡ଼ିଶାର ୩ୟ ସଂସ୍କରଣର ସହଭାଗୀ ହୋଇ ଫିକି ଇଣ୍ଡିଆ ଗର୍ବ ଅନୁଭବ କରୁଛି। ଆଗାମୀ ଦିନରେ ମଧ୍ୟ ସରକାରଙ୍କ ସହ ମିଶି ଫିକି କାର୍ଯ୍ୟ କରିବ। ସେହିଭଳି ରାଜର ବିକାଶ ପାଇଁ ଫିକି ପ୍ରତିନିଧି ଓ ଫିକି ସହ ଜଡିତ ଶିଳ୍ପସଂସ୍ଥାଗୁଡିକ ମଧ୍ୟ ଆବଶ୍ୟକ ସହଯୋଗ ଓ ବିକାଶରେ ଭାଗୀଦାରି ହେବା ପାଇଁ ମଧ୍ୟ ଆଗ୍ରହୀ ଅଛନ୍ତି। ସେହିପରି ଓଡ଼ିଶାରେ ମଧ୍ୟ ମୋ ନେତ୍ୱତୃରେ ଇମ୍ଫା କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ସହ ମିଳିତ ଭାବେ ଅନେକ କାର୍ଯ୍ୟ କରୁଥିବା ଫିକି ଇଣ୍ଡିଆ ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାନା ପାଟେକରଙ୍କ ପରିବାରରେ କିଏ କିଏ ଅଛନ୍ତି? ପତ୍ନୀଙ୍କଠାରୁ ଅଲଗା ରହୁଥିଲା ବେଳେ ଜଣେ ପୁଅଙ୍କର ମୃତ୍ୟୁ ହୋଇସାରିଛି

ମୁମ୍ବାଇ,୮।୧୦: ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ମଣିପାଲ ହସ୍ପିଟାଲର ଅଙ୍କୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଶେଖର ସାଲକର…

୪ ଦଫା ଦାବିରେ ଓଡ଼ିଶା ବନ୍ଦ, ପଦ୍ମପୁରରେ କଂଗ୍ରେସର ପିକେଟିଂ

ପଦ୍ମପୁର, ୮।୧୦ (ପ୍ରଦୀପ୍ତ ଦାଶ): ୪ ଦଫା ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗୁରୁବାର ସକାଳୁ…

ଆସିଲା ନାନା ପାଟେକରଙ୍କ ମୃତ୍ୟୁର ଅସଲ କାରଣ! ଡାକ୍ତର କହିଲେ…

ମୁମ୍ବାଇ,୮।୧୦: ବରିଷ୍ଠ ଅଭିନେତା ନାନା ପାଟେକର ଗୁରୁବାର ସକାଳ ୫ଟା୨୦ ସମୟରେ ପରଲୋକ ହୋଇଛି। ହୃଦଘାତ (କାର୍ଡିଆକ ଆରେଷ୍ଟ) ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି।…

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?