ବୟନ ପାର୍କ ସ୍ଥାପନ ଲାଗି ଓଡ଼ିଶା ଆଗ୍ରହୀ

ନୂଆଦିଲ୍ଲୀ,୭ା୧୦: ଦେଶ ମଧ୍ୟରେ ୭ ମେଗା ଟେକ୍ସଟାଇଲ ରିଜିୟନ ଏବଂ ଆପାରେଲ ପାର୍କ (ପିଏମ୍‌ ମିତ୍ର) ସ୍ଥାପନ ହେବ। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଏଥିଲାଗି ୪,୪୪୫ କୋଟିର ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ୧୦ ରାଜ୍ୟ ଏଭଳି ପାର୍କ ସ୍ଥାପନ ଲାଗି ଆଗ୍ରହ ଦେଖାଇଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ସମେତ ତାମିଲନାଡୁ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଆସାମ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ରହିଛି।
ବୟନ ମ୍ୟାପ୍‌ରେ ଭାରତକୁ ସ୍ଥାନିତ କରାଇବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି। ବଜେଟ ୨୦୨୧-୨୨ରେ ପିଏମ୍‌ ମିତ୍ର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ରହିଥିବା ଗ୍ରୀନ୍‌ଫିଲ୍ଡ ଏବଂ ବ୍ରାଉନଫିଲ୍ଡ ସାଇଟଗୁଡିକରେ ଏହି ପାର୍କ ସବୁ ସ୍ଥାପନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପାର୍କ ସ୍ଥାପନ ଲାଗି ୧ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏହାବାଦ ବୟନ ସହ ଜଡିତ ଅନ୍ୟ ଇକୋସିଷ୍ଟମ ବିକାଶ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ପଦ୍ଧତିରେ ପ୍ରକଳ୍ପଗୁଡିକ ଲାଗି ସ୍ଥାନ ଚୟନ କରାଯିବ। ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଭାବେ ୭ ଲକ୍ଷ ଏବଂ ପରୋକ୍ଷ ଭାବେ ୧୫ ଲକ୍ଷ ଲୋକ ନିଯୁକ୍ତି ଲାଭ କରିପାରିବେ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି। ଗ୍ରୀନ୍‌ ଫିଲ୍ଡ ପାର୍କଗୁଡିକ ଲାଗି ଉନ୍ନତୀକରଣ ପୁଞ୍ଜି ସହାୟତା ଭାବେ ସର୍ବାଧିକ ୫୦୦ କୋଟି ଏବଂ ପ୍ରତିଦ୍ୱନ୍ଦ୍ୱିତା ପ୍ରୋତ୍ସାହନ ସହଯୋଗ ଲାଗି ୩୦୦ କୋଟି ଟଙ୍କାର ସହାୟତା ସରକାର ଯୋଗାଇ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଆକାଉଣ୍ଟରେ ଏତିକି ଟଙ୍କା ଡିପୋଜିଟ ଅଛି କି? ଜୁଲାଇ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ…

ବର୍ତ୍ତମାନ ପ୍ରାୟ ସବୁ ଲୋକଙ୍କର ବ୍ୟାଙ୍କରେ ସେଭିଂ ଆକାଉଣ୍ଟ ଅଛି। ପ୍ରତି ମାସରେ ଆପଣ ଏକ ସଞ୍ଚୟ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ମଧ୍ୟ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

Post Office Vs Bank FD: କେଉଁଟିରେ ମିଳୁଛି ଅଧିକ ସୁଧ? ଟଙ୍କା ଲଗାଇବା ପୂର୍ବରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୫।୬: ବିଗତ ଦୁଇ ବର୍ଷ ହେବ ମ୍ୟୁଚୁଆଲ ଫଣ୍ଡ SIP ନିବେଶକମାନଙ୍କୁ ଆଶାନୁରୂପ ରିଟର୍ଣ୍ଣ ଦେଇପାରି ନାହିଁ। ଶେୟାର ବଜାରର କ୍ରମାଗତ ଅସ୍ଥିରତା ଯୋଗୁ ନିବେଶକମାନେ ଏବେ…

ଗ୍ରାହକଙ୍କ ପାଇଁ ଖୁସି ଖବର!ହଜାର ହଜାର ଟଙ୍କା ଶସ୍ତା ହେଲା ସୁନା, କିଣିବା ପୂର୍ବରୁ ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ,୨୫।୬: ଗୁରୁବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଏବଂ ରୁପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି। ସୁନା ମୂଲ୍ୟ ପ୍ରାୟ ୧,୪୫୦–୧,୯୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri