ଭୁବନେଶ୍ୱର,୩।୮: ଓଡ଼ିଶା ଆସୁଛି ବଳଙ୍ଗା ପୀଡ଼ିତାଙ୍କ ମୃତଦେହ। ଦିଲ୍ଲୀରୁ ବିମାନ ଯୋଗେ ଓଡ଼ିଶା ଅଣାଯାଉଛି ମୃତଦେହ। ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏପରିକି ବିମାନ ବନ୍ଦର ବାହାରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।