ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡ଼ିଶା ଲଜ୍ଜିତ: ବିଜେଡି

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଏକାମ୍ର କ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ ଭଳି ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଟକାଇବା ପାଇଁ ଆପଣ ଯେଭଳି କାର୍ଯ୍ୟ କଲେ ଦେଖି ଅନେକେ ଆଶ୍ଚର୍ଯ୍ୟ ହେଲେ। ସେଥିପାଇଁ ଲଜ୍ଜା ଅନୁଭବ କଲେ ନାହଁ କି ଓଡ଼ିଶାର ଲୋକମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କଲେ ନାହଁ। ମହାପ୍ରଭୁଙ୍କ ଉପରେ ବିଶ୍ୱାସ କରୁଥିବା ଅନେକ କୋଟି ଓଡ଼ିଶାବାସୀ ଏଥିପାଇଁ ଲଜ୍ଜିତ ଅନୁଭବ କଲେ। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ମଙ୍ଗଳବାର ଟୁଇଟ୍‌ କରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଏଭଳି କଡ଼ା ଜବାବ ଦେଇଛନ୍ତି। ଏକାଧିକ ଟୁଇଟ୍‌ ଜରିଆରେ ଶ୍ରୀମୟୀ କହିଛନ୍ତି, ଯେତେବେଳେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଥିବା ଗରିବ ନିରୀହ ଅନୁସୂଚିତ ଜାତିର ଲୋକଙ୍କ ଜମି ଜବରଦଖଲ କଲେ ସେତେବେଳେ ଆପଣ ମୁହଁ ଖୋଲିଲେ ନାହିଁ। ଯେତେବେଳେ ଭାଜପା ନେତା ଜୟନାରାୟଣ ମିଶ୍ର ଏବଂ ଇରାଶିଷ ଆଚାର୍ଯ୍ୟ ମହିଳାଙ୍କୁ ଆକ୍ରମଣ କରି ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ଆପଣ ଲଜ୍ଜିତ ଅନୁଭବ କଲେନାହିଁ। ସେମାନଙ୍କ ଆଚରଣ ଏବଂ ଆପଣଙ୍କ ନୀରବତା କାରଣରୁ ଓଡ଼ିଶା ଲଜ୍ଜିତ ହେଲା।
ସେତେବେଳେ ଲୋକମାନେ ଖୁସି ହୁଅନ୍ତି ଯେତେବେଳେ ସେମାନଙ୍କ କାର୍ଯ୍ୟ ତୁରନ୍ତ କରାଯାଏ, ସେଭଳି କାର୍ଯ୍ୟକୁ ସମର୍ଥନ କରିବା ପରିବର୍ତ୍ତେ ଈର୍ଷାପରାୟଣ ହୋଇ ଏହାକୁ ବିରୋଧ କରାଯାଉଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ଦୁଆର ମୁହଁରେ ଶାସନକୁ ପହଞ୍ଚାଉଛନ୍ତି, ସେତେବେଳେ ଆପଣ ଅସନ୍ତୁଷ୍ଟ ହେଉଛନ୍ତି। ଆପଣ ଭାବିପାରୁ ନାହାନ୍ତି ଯେ ଶାସନ ଏତେ ପରିବର୍ତ୍ତନଶୀଳ ଏବଂ ଲୋକାଭିମୁଖୀ ହୋଇପାରେ। ଆପଣ ଚାହୁଁଛନ୍ତି ମନ୍ଦିର, ପୂଜାସ୍ଥଳୀ, କଲେଜ ଏବଂ ହାଇସ୍କୁଲଗୁଡିକ ପୂର୍ବଭଳି ଅବସ୍ଥାରେ ରହିଥାଉ। ଯଦି ପ୍ରକୃତରେ ଲଜ୍ଜିତ ଅନୁଭବ କରୁଛନ୍ତି ତେବେ ସରକାରଙ୍କୁ ଲିଖିତ ଆକାରରେ ଦିଅନ୍ତୁ ଯେ ନିଜ ନିର୍ବାଚନମଣ୍ଡଳୀରେ କଲେଜ ଏବଂ ବିଦ୍ୟାଳୟଗୁଡ଼ିକର ପରିବର୍ତ୍ତନ ଚାହୁଁନାହାନ୍ତି। ଯଦି ସତ୍‌ସାହସ ଅଛି ତେବେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଲୋକଙ୍କୁ କୁହନ୍ତୁ, ମୁଁ ଆପଣମାନଙ୍କର ମଙ୍ଗଳ ପାଇଁ ଏହାସବୁ କରିଛି। ଆପଣଙ୍କ ଉତ୍ତରକୁ ମୁଁ ଅପେକ୍ଷା କରିଛି। ଏହା ଆପଣଙ୍କ ପାଇଁ ଏକ ଖୋଲା ଆହ୍ବାନ ବୋଲି ଶ୍ରୀମୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri