ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏସ୍‌ସି ବି.ଏଡ୍‌ ପ୍ରମାଣପତ୍ର ବୈଧ ହେଲାନି

କଟକ,୪ା୨ (କାର୍ତ୍ତିକ ସାହୁ)ଓଡ଼ିଶାର ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ସିବିସିଏସ୍‌ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ୩୧ ଜଣ ଛାତ୍ରୀଛାତ୍ର ଜାତୀୟ ସ୍ତରୀୟ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ସେମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇ-ମେଲ୍‌ ଯୋଗେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରମାନେ ଲିଖିତ ପରୀକ୍ଷା ଦେଇଥିଲେ। ସ୍ନାତକ ତାଲିମପ୍ରାପ୍ତ ପଦରେ ନିଯୁକ୍ତି ନିମନ୍ତେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ୫୧ ଜଣଙ୍କୁ ଫେବୃଆରୀ ୧ ତାରିଖରେ ପ୍ରମାଣପତ୍ର ଯାଞ୍ଚ ପାଇଁ ହାଇଦ୍ରାବାଦ ଡକାଯାଇଥିଲା। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪୧ ଜଣ ଥିବାବେଳେ ଅବଶିଷ୍ଟ କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଥିଲେ। ମାତ୍ର ଓଡ଼ିଶାର ୩୧ ଜଣ ଆବେଦନକାରୀ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବି.ଏସ୍‌ସି ବି.ଏଡ୍‌ ଯୋଗ୍ୟତାଧାରୀ ବିଦ୍ୟାର୍ଥୀ ଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଏହି ଶିକ୍ଷା ଗ୍ରହଣ କରିଥିବା ଛାତ୍ର ବିଶ୍ୱଜିତ୍‌ ପ୍ରଧାନ ଓ ଛାତ୍ରୀ ଶୁଭସ୍ମିତା ପାଢ଼ୀ ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି। ଏହି ଦୁଇ ଆବେଦନକାରୀଙ୍କ କହିବାନୁସାରେ, ସିବିସିଏସ୍‌ ପାଠ୍ୟକ୍ରମରେ ଦୁଇଟି ଇଲେକ୍ଟିଭ ବିଷୟ ପୃଥକ ଭାବେ ୨ ବର୍ଷରେ ପରିବର୍ତ୍ତିତ ପାଠ୍ୟକ୍ରମ ଅନୁଯାୟୀ ୨୦୧୬ରୁ ପଢ଼ାଯାଉଛି। ଏଥିରେ ପ୍ରତି ଇଲେକ୍ଟିଭ୍‌ ବିଷୟକୁ ଗୋଟିଏ ବର୍ଷରେ ପଢ଼ାଯିବାର ନିୟମ ରହିଛି। ମାତ୍ର ହାଇଦ୍ରାବାଦରେ ପ୍ରମାଣପତ୍ର ଯାଞ୍ଚବେଳେ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଏମାନଙ୍କ ପ୍ରମାଣପତ୍ରକୁ ଅବୈଧ ବୋଲି ଦର୍ଶାଇଥିଲେ। ସେମାନେ ଦୁଇଟି ଯାକ ଇଲେକ୍ଟିଭ ବିଷୟ ପୂରା ୨ ବର୍ଷ ଯାକ ପଢ଼ିଥିଲେ ଏଠାରେ ସେହି ପ୍ରମାଣପତ୍ର ବୈଧ ହେବ ବୋଲି କହିଥିଲେ। ଏଥିସହ ଏହି ପାଠ୍ୟକ୍ରମ ମିଥ୍ୟା ବୋଲି ଆରୋପ ଲଗାଇ ସେମାନଙ୍କ ନିଯୁକ୍ତିକୁ ବାତିଲ କରିଦେଇଥିଲେ। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ସମେତ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଫେକ୍‌ ବୋଲି ଆକ୍ଷେପ କରିଥିବା ଦୁଇ ଆବେଦନକାରୀ ପ୍ରକାଶ କରିଛନ୍ତି। ଗତବର୍ଷ ନବୋଦୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌. ଯୋଗ୍ୟତାଧାରୀଙ୍କୁ ମଧ୍ୟ ଅନୁରୂପ ଭାବେ ଅବୈଧ ବିବେଚନା କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ପୁଣି ନବୋଦୟ ସମିତି ଦ୍ୱାରା ଗୃହୀତ ହୋଇଥିବା ସୂଚନା ମିଳିଛି। ପୁଣି ଏଭଳି ଘଟିବା ଫଳରେ ଆବେଦନକାରୀମାନେ ନିରାଶ ହୋଇ ଫେରିବା ସହ ସେମାନଙ୍କ ଯୋଗ୍ୟତା ପ୍ରମାଣପତ୍ର ଜାତୀୟ ସ୍ତରରେ ଗ୍ରହଣ ହୋଇ ନ ଥିବାରୁ ଗଭୀର ଭାବେ ମର୍ମାହତ ଥିବା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଏଥିପ୍ରତି ବିହିତ ପଦକ୍ଷେପ ନେବେ ବୋଲି ସେମାନେ ନିବେଦନ କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri