୧୦ କାରିଗର, ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆୱାଡର୍‌ସ’

ଭୁବନେଶ୍ୱର,୧୭।୭(ବ୍ୟୁରୋ) – ରାଜ୍ୟର କଳା ଓ ଡିଜାଇନ୍‌ ଐତିହ୍ୟ ପ୍ରତି ପ୍ରମୁଖ ଯୋଗଦାନ ରଖିଥିବା ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତାକୁ ନେଉ ଉତ୍ସବ ପାଳନ ପାଇଁ ଶନିବାର ସ୍ଥାନୀୟ ଏକ ହୋଟେଲରେ ଓଡ଼ିଶା ହେରିଟେଜ୍‌ ଆଓ୍ବାର୍ଡସ, ଫ୍ୟାଶାନ ଶୋ’ ଓ ଇଣ୍ଟେରିୟର ଡିଜାଇନ୍‌ ପ୍ରଦର୍ଶନୀ ‘ନବ୍ୟତା-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଡିଜାଇନ (ଆଇଏନ୍‌ଆଇଏଫ୍‌ଡି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ ସିଇଓ ଅନିଲ ଖୋସ୍‌ଲା, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାଏକ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୧୦ଜଣ କାରିଗର ଓ ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆଓ୍ବାର୍ଡସ’ ପ୍ରଦାନ କରାଯାଇଥିଲା। ବୁଣାକାର ପାଇଁ ଅକୁଳ ଚନ୍ଦ୍ର ନନ୍ଦୀ, ଗୋବର କଣ୍ଢେଇ କଳାରେ ଶଶିମଣି ମହାରଣା, ତାଳ ପତ୍ର ଖୋଦେଇ ପାଇଁ କାଳୀ ଚରଣ ପଟ୍ଟନାୟକ, ଗଞ୍ଜାମ ବୋମକାଇ ବୁଣାକାର ପାଇଁ ଓକିଳା ନୀଳକଣ୍ଠ, ପୋଷାକ ପ୍ୟାଚ୍‌ୱାର୍କ ପାଇଁ ଖଗେଶ୍ୱର ମଲ୍ଲିକ, ପଥର ଖୋଦେଇ ପାଇଁ ଉଦୟ ମହାନ୍ତି, ବାଉଁଶ କଳାରେ ସରୋଜିନୀ ଦାସ, ଗୋଲ୍ଡେନ ଗ୍ରାସ ୱାର୍କରେ ଦିପ୍ତୀରାଣୀ ବେହେରା, ରଡ୍‌ କଣ୍ଢେଇ ପାଇଁ ମାଗୁଣି କୁଅଁର ଓ ବୁଣାକାର ଭାବେ ଶ୍ରୀକର ମେହେରଙ୍କୁ ସମ୍ମାନିତ କରାଯାଇଛି। ବିଚାରକ ଭାବେ ଦି ଡିଏନ୍‌ ଓ୍ବିଜ୍‌ଡମ୍‌ ଟ୍ରି ଗ୍ଲୋବାଲ ସ୍କୁଲ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି ପଞ୍ଚମୀ ମନୁ ଉକିଲ, ଓଡ଼ିଶା ଶିଳ୍ପୀ ମହାସଂଘ ସେକ୍ରେଟାରୀ ପ୍ରିୟରଞ୍ଜନ କର ଓ ଉଦ୍ୟୋଗୀ ଧରିତ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଆୟୋଜିତ ଫ୍ୟାଶନ ଶୋ’ରେ ଫ୍ୟାଶନ ଡିଜାଇନ ଛାତ୍ରୀଛାତ୍ରମାନେ ନିଜ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷାକ ପିନ୍ଧି କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର କରିଥିଲେ। ଏଥିସହ ଇଣ୍ଟେରିୟର ଡିଜାଇନ ପ୍ରଦର୍ଶନୀରେ ମଧ୍ୟ ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ। ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ସେଣ୍ଟର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri