Posted inଖେଳ

ସମ୍ମାନ ରଖିଲେ ଶୁଭ୍ରାଂଶୁ, ଧୂପର

ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପର ଶତକୀୟ ଭାଗୀଦାରି ଗଢ଼ି ଦଳର ସମ୍ମାନ ରଖିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୮୫.୩ ଓଭର ଖେଳି ୬ ଉଇକେଟରେ ୨୦୮ ରନ କରିଛି। ଓଡ଼ିଶା ପାଇଁ ହର୍ଷିତ ରାଠୋଡ୍‌ ଏବଂ ମଧ୍ୟପ୍ରଦେଶ ପକ୍ଷରୁ ଆର୍ଯ୍ୟନ ପାଣ୍ଡେ ଓ ଅମରଜିତ ସିଂ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି।

ବରୋଦା ବିପକ୍ଷ ମ୍ୟାଚ ଖେଳିଥିବା ଓଡ଼ିଶା ଦଳରେ ୪ ପରିବର୍ତ୍ତନ କରାଯାଇଥିଲା। କାର୍ତ୍ତିକ ବିଶ୍ୱାଳ, ଆଶୀର୍ବାଦ ସ୍ବାଇଁ, ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତିଙ୍କ ସ୍ଥାନରେ ପ୍ରୟାସ ସିଂ, ରାଜେଶ ଧୂପର, ହର୍ଷିତ ରାଠୋଡ ଓ ସୁନୀଲ ରାଉଳଙ୍କୁ ସୁଯୋଗ ଦିଆଯାଇଥିଲା। ଦୁଇଦିନ ତଳେ ଦଳରେ ସାମିଲ ହୋଇଥିବା ହର୍ଷିତ ରାଠୋଡଙ୍କୁ ଓଡ଼ିଶା କ୍ୟାପ୍‌ ପ୍ରଦାନ କରିଥିଲେ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆ। ଟସ୍‌ ଜିତି ମଧ୍ୟପ୍ରଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆଦିତ୍ୟ ଶ୍ରୀବାସ୍ତବଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ମଧ୍ୟପ୍ରଦେଶ ବୋଲରମାନେ ମାତ୍ର ୩୮ ରନ ମଧ୍ୟରେ ୪ ଉଇକେଟ ଅକ୍ତିଆର କରି ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୨, ଅନୁରାଗ ଷଡ଼ଙ୍ଗୀ ୯, ସନ୍ଦୀପ ପଟ୍ଟନାୟକ ୧୧ ଓ ଗୋବିନ୍ଦ ପୋଦ୍ଦାର ୫ ରନ କରି ଆଉଟ ହୋଇଥିଲେ। ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ଓ ଉଇକେଟ କିପର ରାଜେଶ ଧୂପର ସତର୍କତାର ସହ ବ୍ୟାଟିଂ କରି ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବା ସହ ୫ମ ଉଇକେଟରେ ୨୪୫ ବଲ୍‌ରୁ ୧୧୮ ରନ ଯୋଗ କରି ଦଳର ସମ୍ମାନ ରଖିଥିଲେ। ୬୨ତମ ଓଭରରେ ଧୂପର ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। ୧୪୧ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଧୂପର ୬ ଚୌକା ଓ ୧ ଛକା ସହାୟତାରେ ୫୧ ରନ କରିଥିଲେ। ଶୁଭ୍ରାଂଶୁଙ୍କ ସହ ୬ଷ୍ଠ ଉଇକେଟରେ ମୂଲ୍ୟବାନ ୫୨ ରନର ପାର୍ଟନରଶିପ୍‌ ଗଢ଼ି ପ୍ରୟାସ ସିଂ ଆଉଟ ହେବା ସହ ଅମ୍ପାୟର ଖେଳକୁ ବନ୍ଦ ରଖିଥିଲେ। ପ୍ରୟାସ ୭୩ ବଲ୍‌ରୁ ୨୭ ରନକରି ପ୍ୟାଭିଲିୟନ ଫେରିଥିବାବେଳେ ଶୁଭ୍ରାଂଶୁ ୮୭ (୨୦୮ ବଲ, ୬ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri