ଓଡ଼ିଶା ପାଇଲାଣି ୨୭୮୬ କୋଟି ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣର ୧୨ତମ କିସ୍ତି ଭାବେ କେନ୍ଦ୍ର ସରକାର ସୋମବାର ଆଉ ୬ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ବାବଦକୁ ଓଡ଼ିଶା ଏବେ ସୁଦ୍ଧା ୨୭୮୬.୫୩ କୋଟି ଟଙ୍କା ଲାଭ କରିଛି। ଅପରପକ୍ଷରେ ୨୮୫୮ କୋଟି ଟଙ୍କାର ଋଣ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ଏହି ରାଜ୍ୟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ତ୍ତମାନର ୬ ହଜାର କୋଟି ଟଙ୍କା ମଧ୍ୟରୁ ୨୩ ରାଜ୍ୟ ୫,୫୧୬.୬୦ କୋଟି ଟଙ୍କା ପାଇଛନ୍ତି। ସେହିଭଳି ଦିଲ୍ଲୀ, ଜମ୍ମୁ କଶ୍ମୀର ଏବଂ ପୁଡୁଚେରୀକୁ ୪୮୩.୪୦ କୋଟି ଟଙ୍କା ମିଳିଛି। ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ସିକିମ ଭଳି ୫ ରାଜ୍ୟ ରାଜସ୍ବ କ୍ଷତି ସହିନାହାନ୍ତି। ଫଳରେ ଉକ୍ତ ରାଜ୍ୟଗୁଡିକୁ କ୍ଷତିପୂରଣ ଦିଆଯାଇନାହିଁ। ମୋଟ ୧୨ କିସ୍ତିରେ କେନ୍ଦ୍ର ୭୨ ହଜାର କୋଟି ଟଙ୍କା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରିସାରିଛି। ଏହା ପ୍ରଦାନ କରାଯିବାକୁ ଥିବା ମୋଟ କ୍ଷତିପୂରଣ ରାଶିର ପ୍ରାୟ ୬୫%। ଏହି ରାଶି ମଧ୍ୟରୁ ରାଜ୍ୟଗୁଡିକ ୬୫,୫୮୨.୯୬ କୋଟି ଟଙ୍କା ପାଇଥିବା ବେଳେ ୩ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ଭାଗରେ ୬,୪୧୭.୦୪ କୋଟି ଟଙ୍କା ପଡିଛି।
ସ୍ବତନ୍ତ୍ର ଋଣ ଓ୍ବିଣ୍ଡୋରୁ ସରକାର ୧.୧୦ ଲକ୍ଷ କୋଟି ଟଙ୍କା ଋଣ କରି ରାଜ୍ୟଗୁଡ଼ିକୁ ପ୍ରଦାନ କରୁଛନ୍ତି। ସେହିଭଳି ରାଜ୍ୟଗୁଡିକ ୧.୦୬ ଲକ୍ଷ କୋଟି ଟଙ୍କା ଋଣ ଉଠାଣ କରିପାରିବେ ବୋଲି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଜିଏସ୍‌ଟି କ୍ଷତିପୂରଣ ରାଶି ଭରଣା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ୨ଟି ବିକଳ୍ପ ଦେଇଥିଲେ। ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି କିମ୍ବା ଖୋଲା ବଜାରରୁ ମୋଟ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ନେଇ ରାଜ୍ୟଗୁଡିକୁ ବିକଳ୍ପ ଦିଆଯାଇଥିଲା। କ୍ଷତିପୂରଣ ରାଶିକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟ ଟଣାଓଟରା ଲାଗି ରହିଥିଲା। ପ୍ରଥମ ବିକଳ୍ପ ରାଶିକୁ କେନ୍ଦ୍ର ସରକାର ୧ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ବଢ଼ାଇଛନ୍ତି। ଅପରପକ୍ଷରେ ପ୍ରଥମ ବିକଳ୍ପକୁ ସବୁ ରାଜ୍ୟ ପସନ୍ଦ କରିଛନ୍ତି। ଏହି ବିକଳ୍ପ ନେଇଥିବା ସବୁ ରାଜ୍ୟ ଅତିରିକ୍ତ ୧.୦୬ ଲକ୍ଷ କୋଟି ଟଙ୍କା ଉଠାଣ କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସେମାନଙ୍କ ମୋଟ ଘରୋଇ ଉତ୍ପାଦ(ଏସ୍‌ଜିଡିପି)ର ୦.୫୦% ଋଣ ଉଠାଇ ପାରିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri