ଓଡ଼ିଶା ବହୁ ଆଗରୁ ଜଳବାୟୁ ପରିବର୍ତ୍ତନକୁ ବୁଝିସାରିଛି: ତଥାଗତ

ଭୁବନେଶ୍ୱର,୩ା୯(ବନ୍ଦନା ସେଠୀ):ଇଣ୍ଟରନ୍ୟାଶନାଲ୍‌ ଫୋରମ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍‌ ଟେକ୍ନୋଲୋଜି (ଆଇଫରେଷ୍ଟ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ହିଟ୍‌ ଆଣ୍ଡ୍‌ କୁଲିଂ ଆକ୍ସନ ପ୍ଲାନ୍‌ (ଆଇଏଚ୍‌ସିଏପି) ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଙ୍ଗାପୁର-ଇଇଟିଏଚ୍‌ କେନ୍ଦ୍ର (ଏସ୍‌ଇସି) ସହଯୋଗରେ ଅନୁଷ୍ଠାନ ଦ୍ୱାରା ବିକଶିତ ‘ଭୁବନେଶ୍ୱର ପାଇଁ ସମନ୍ବିତ ଗରମ ଏବଂ ଶୀତଳୀକରଣ କାର୍ଯ୍ୟ ଯୋଜନା ରିପୋର୍ଟ’ ଉନ୍ମୋଚିତ ହୋଇଯାଇଛି। ଏହା ବର୍ଦ୍ଧିତ ଚାପ ଏବଂ ଶୀତଳୀକରଣ ଚାହିଦାକୁ ସମାଧାନ କରିବା ଦିଗରେ ଏକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ମେୟର ସୁଲୋଚନା ଦାସ ଏବଂ ଅନୁଷ୍ଠାନର ସିଇଓ ଡ. ଚନ୍ଦ୍ର ଭୂଷଣ ଉନ୍ମୋଚନ କରିଥିଲେ। ମେୟର ଦାସ କହିଲେ, ଭୁବନେଶ୍ୱର ସର୍ବଦା ଅଗ୍ରଗାମୀ ସହରୀ ସମାଧାନକୁ ଗ୍ରହଣ କରିଛି। ଏହି ଜଳବାୟୁ-ସ୍ମାର୍ଟ ସହରରେ ଆଇଏଚ୍‌ସିଏପି ଆମର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ। ଡ. ଚନ୍ଦ୍ର ଭୂଷଣ କହିଲେ, ଉତ୍ତାପ ଚାପ ଏବେ ଭାରତର ସହରଗୁଡ଼ିକ ପାଇଁ ସବୁଠାରୁ ବଡ଼ ଆହ୍ବାନ। ସହରଗୁଡ଼ିକର ତାପମାତ୍ରା ବୃଦ୍ଧି, ଶୀତଳ ଚାହିଦା ବୃଦ୍ଧି ଏବଂ ଶକ୍ତି ବ୍ୟବହାର ଓ ନିର୍ଗମନ ବୃଦ୍ଧି କରିବା ଚକ୍ରକୁ ପ୍ରତିହତ କରିବା ପାଇଁ ଆଇଏଚ୍‌ସିଏପି ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।
ଅଧିବେଶନରେ ‘ନାଗରିକ ସମାଜର ଭୂମିକା’ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ କହିଲେ, ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ବିଷୟରେ ଅବଗତ ନ ଥିବା ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ ଆମେ ଜଳବାୟୁ ପରିବର୍ତ୍ତନକୁ ବୁଝିସାରିଥିଲୁ। ରାଜ୍ୟବାସୀ ବହୁ ଆଗରୁ ଘୂର୍ଣ୍ଣିବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ ଏବଂ ଗମ୍ଭୀର ଜଳବାୟୁ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆମେ ପରିବର୍ତ୍ତନ ଦେଖୁଛୁ ଏବଂ ଅନୁଭବ କରୁଛୁ। ମାତ୍ର ଦୁର୍ଭାଗ୍ୟର କଥା ହେଉଛି, ଆମେ ଏଥିରେ ଅଭ୍ୟସ୍ତ ହୋଇଯାଉଛୁ। ତେବେ ଆୟୋଜକଙ୍କ ପକ୍ଷରୁ ଭୁବନେଶ୍ୱରରେ କରାଯାଇଥିବା ଗବେଷଣା, ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଏବଂ ନୂତନ ଚିନ୍ତାଧାରାକୁ ତଥାଗତ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri