କମିଲା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା, ଜଗିବେ ମାତ୍ର ଦୁଇ କନଷ୍ଟେବଳ

ଭୁବନେଶ୍ୱର,୨।୧୧: ମୋହନ ସରକାର କ୍ଷମତାକୁ ଫେରିବା ପରେ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ବି ସେ ରାଜ୍ୟର ୫-୫ ଥର କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଥିସହ ସେ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି। ବର୍ତ୍ତମାନ ତାଙ୍କ ସୁରକ୍ଷା ବ୍ୟବସ୍ଥା ଜେଡ ରୁ କମାଯାଇ ଓ୍ବାଇ କରାଯାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ଏହାକୁ ନେଇ ଶାସକ-ବିରୋଧୀ ମୁହାମୁହିଁ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବା ପରେ ତାଙ୍କୁ କିପରି ଭାବେ ସୁରକ୍ଷା ଦିଆଯିବ।

ତେବେ ଏକ ସରକାରୀ ସୂଚନାନୁସାରେ ତାଙ୍କ z କ୍ୟାଟେଗୋରୀ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇ ବର୍ତ୍ତମାନ y କ୍ୟାଟେଗୋରୀ କରାଯାଇଛି। ତେବେ ଏକ ଉଚ୍ଚସ୍ତରୀୟ ସମିତିର ସୁପାରିଶ ପରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଜେଡ୍‌ ଶ୍ରେଣୀର ସୁରକ୍ଷା ମିଳୁଥିଲା। ଯେଉଁଥିରେ ୨୦୦ ସୁରକ୍ଷାକର୍ମୀ ତାଙ୍କୁ ଓ ନବୀନ ନିବାସର ସୁରକ୍ଷା ପାଇଁ ନିୟୋଜିତ ରହୁଥିଲେ। ଏହି ଜେଡ୍‌ ସୁରକ୍ଷା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ୨୨ personnel ଦ୍ୱାରା ସୁରକ୍ଷା ଦିଆଯାଇଥାଏ। ତେବେ ଏହି ସୁରକ୍ଷା ହ୍ରାସ ପାଇବା ପରେ ନବୀନଙ୍କୁ ମାତ୍ର ୧୦ଜଣ ସୁରକ୍ଷା କର୍ମୀ ସୁରକ୍ଷା ଯୋଗାଇଦେବେ। ଯେଉଁଥିରେ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSOs) ରହିବେ। ଗୃହ ବିଭାଗର ଏକ ଅଧିକାରୀଙ୍କ ସୂଚନାନୁସାରେ, ନବୀନଙ୍କୁ ଏଣିକି ଓ୍ବାଇ କ୍ୟାଟୋଗରୀ ସୁରକ୍ଷା ଦିଆଯିବ। ଯେଁଥିରେ ୮-୧୧ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଯଦି ଆବଶ୍ୟକତା ପଡେ ତେବେ କୌଣସି ଗସ୍ତ ପାଇଁ ତାଙ୍କୁ ଆଉ ଅଧିକ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ।

ରିପୋର୍ଟ ଅନୁସାରେ, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ସହ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିବା ପିଏସଓ ସେବାନିବୃତ ହୋଇ ସାରିଛନ୍ତି। କିନ୍ତୁ ଏବେ ବି ସେମାନେ ତାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିୟୋଜିତ ଅଛନ୍ତି। ତେବେ ଅଧିକାଂଶ ସୁରକ୍ଷାକର୍ମୀଙ୍କୁ ହଟାଯାଇଥିବାବେଳେ କେବଳ ଦୁଇଜଣ ହାବିଲଦାର ର଼୍ୟାଙ୍କର ଥିବା କନଷ୍ଟେବଳଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହ୍ରାସ ପାଇବ ସୁରକ୍ଷା ବ୍ୟବସ୍ଥା। ନବୀନଙ୍କ ସହ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପାଇବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ସେ କହିଛନ୍ତି, ଏହା ଏକ ରେଗୁଲାର ପ୍ରୋସେସ। ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ଏହାକୁ ରିଭ୍ୟୁ କରେ। କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।

ତେବେ ଏହି ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ଭାଜପା ବିଧାୟକ ଜୟନାରାୟର ମିଶ୍ର। ସେ କହିଛନ୍ତି, ବିଜେଡି ସରକାର ଯେଉଁ ଅନ୍ୟାୟ, ଅତ୍ୟାଚାର କରିଛନ୍ତି ସେଥିପାଇଁ ତାଙ୍କ ମନରେ ଭୟ ରହିଛି। ଲୋକମାନେ କାଳେ କିଛି କରିଦେବେ ସେଥିପାଇଁ ସୁରକ୍ଷା ନେଉଛନ୍ତି। ଯାହା ପୂର୍ବ ସରକାରରେ କରିଛନ୍ତି, ଲୋକେ କାଳେ ତାଙ୍କୁ ବାଡେଇବେ ନେଇ ଭୟରେ ରହୁଛନ୍ତି ନବୀନ।

କିନ୍ତୁ ମୁଁ ବିରୋଧୀଦଳ ନେତା ଥିଲାବେଳେ କେବେ ସୁରକ୍ଷା ନେଇ ନ ଥିଲି। ଏବେ ବି ବିଧାୟକ ଭାବେ ସୁରକ୍ଷା ନେଇନାହିଁ। ଏବେ ଯଦି ବିରୋଧୀ ଦଳ ନେତାଙ୍କ ସୁରକ୍ଷା ହ୍ରାସ ପାଉଛି ତା’ର ନିୟମ ଅଛି। ସେହି ଅନୁସାରେ ସରକାର କାମ କରୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

୧ ବଲ୍‌ ୯ ରନ୍‌: ବିନା ଓ୍ବାଇଡ୍‌-ନୋ ବଲ୍‌ରେ କେମିତି ହେଲା ସମ୍ଭବ, ଜାଣନ୍ତୁ କ୍ରିକେଟ୍‌ ପଡ଼ିଆରେ ରୋଚକ ଘଟଣା

ହରାରେ,୫।୨: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୧୯ ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ ମ୍ୟାଚ କ୍ରିକେଟ ପଡ଼ିଆରେ ଏକ ଅସାଧାରଣ ଘଟଣା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବ୍ୟାଟିଂ…

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଜୋରଦାର୍‌ ଝଟ୍‌କା: ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇ…

ନୂଆଦିଲ୍ଲୀ,୫।୨: ICC ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିଙ୍କ ଆଘାତର ଧାରା ଜାରି ରହିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ତାଲିକାରେ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri