ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି। ଏହି ମହାକୁମ୍ଭ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକତାର ପ୍ରତିଫଳନ। ଏଠାରେ ଦେଶବାସୀଙ୍କ ମଧ୍ୟରେ ଦେଖାଯାଉଥିବା ଭକ୍ତି, ଶୃଙ୍ଖଳା ଓ ସମନ୍ବୟର ଭାବନା ପ୍ରକୃତରେ ପ୍ରେରଣାଦାୟକ ବୋଲି ରାଜ୍ୟପାଳ କହିଛନ୍ତି। ପବିତ୍ର ପ୍ରୟାଗରାଜ ସଙ୍ଗମସ୍ଥଳରେ ଦେଶ ବିଦେଶର କୋଟି କୋଟି ଭକ୍ତ ଗଭୀର ବିଶ୍ୱାସ ସହିତ ଏକତ୍ରିତ ହେଉଛନ୍ତି। ପ୍ରୟାଗରାଜ ମହାକୁମ୍ଭର ସଫଳ ଆୟୋଜନ ଓ ସୁନ୍ଦର ବ୍ୟବସ୍ଥା ପାଇଁ ରାଜ୍ୟପାଳ ଡ. କମ୍ଭମପାଟି ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।