ସିଭିଲ୍‌ ଡିଫେନ୍ସ ଭଲ୍ୟୁଣ୍ଟରଙ୍କ ଦୈନିକ ଡ୍ୟୁଟି ଭତ୍ତା ବଢ଼ାଇଲେ ସରକାର; ଥିଲା ୩୧ ଟଙ୍କା, ହେଲା…

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ (ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର) ମାନଙ୍କ ଦୈନିକ ଭତ୍ତା ପରିମାଣ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କ ଦୈନିକ ଡ୍ୟୁଟି ଭତ୍ତା ପରିମାଣ ୩୧ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଦୈନିକ ଟ୍ରେନିଂ ଭତ୍ତା ପରିମାଣ ୨୮ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଭତ୍ତା ପରିମାଣ ପିଛିଲା ଭାବେ ୨୦୨୫ ମେ ପହିଲାଠାରୁ ଲାଗୁ କରାଯିବ। ଓଡ଼ିଶାରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ସଂଖ୍ୟା ୭୦୦ରୁ କମ୍‌ ଅଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Share