ସରକାରୀ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ଦେଲେ ରାଜ୍ୟ ସରକାର, ୪% ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୨୦/୧୦: ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ରାଜ୍ୟ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ଅତିରିକ୍ତ ଭତ୍ତା(ଟିଆଇ) ୪% ବୃଦ୍ଧି ଘୋଷଣା କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ୪୨% ଥିବା ବେଳେ ୪୬% କୁ ବୃଦ୍ଧି ପାଇବ। ଏହାଦ୍ୱାରା ୪.୫ ଲକ୍ଷ ରାଜ୍ୟ ସରକାରୀ କର୍ମଚାରୀ ଏବଂ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ବର୍ଦ୍ଧିତ ଡିଏ ଏବଂ ଟିଆଇ କୁ ୦୧.୦୭.୨୦୨୩ ରୁ ପିଛିଲା ଭାବରେ ପ୍ରଦାନ କରାଯିବ।

ଏହା ପୂର୍ବରୁ ବୁଧବାର(ଅକ୍ଟୋବର ୧୮) ରେ କେନ୍ଦ୍ର କ୍ୟାବିନେଟ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତିକୁ ଅନୁମୋଦନ ମିଳିଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri