ଓଡ଼ିଶା ପାଇଲା ନୂଆ ଡିଜିପି, ଖୁରାନିଆ ହେଲେ ଓଡ଼ିଶା ପୋଲିସ ଡିଜି

ଭୁବନେଶ୍ୱର,୧୬।୮: ଓଡ଼ିଶା ପାଇଲା ନୂଆ ଡିଜିପି । ୧୯୯୦ ବ୍ୟାଚ ଆଇପିଏସ ଅଧିକାରୀ YB ଖୁରାନିଆ ହେବେ ପରବର୍ତ୍ତୀ ଓଡିଶା ଡିଜିପି । ଖୁରାନିଆଙ୍କ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।

ଯୋଗେଶ ବାହାଦୁର ଖୁରାନିଆ ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱରେ ଥିଲେ। ଏହା ପୂର୍ବରୁ ସେ ନୂଆଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ ସ୍ପେଶିଆଲ ଡାଇରେକ୍ଟର ଜେନେରାଲ (ଅପରେସନ) ଦାୟିତ୍ୱରେ ଥିଲେ । ଚାକିରି କାଳ ଆରମ୍ଭରେ ୫ ଜିଲାର ସେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଶା କ୍ୟାଡର ଅଫିସର ଖୁରାନିଆ ପୂର୍ବରୁ ରାଉରକେଲା ଏସପି, ମୟୂରଭଞ୍ଜ, ଗଞ୍ଜାମ ଏବଂ ଅନ୍ୟ ଜିଲାରେ କାମ କରିଛନ୍ତି। ପଦୋନ୍ନତି ପାଇ ସେ ଭୁବନେଶ୍ୱର ରେଞ୍ଜ, ସାଉଥ ରେଞ୍ଜ ବ୍ରହ୍ମପୁର ଏବଂ ନର୍ଥ ରେଞ୍ଜ ସମ୍ବଲପୁର ଡିଆଇଜି/ଆଇଜି ଭାବେ କାମ କରିଛନ୍ତି। ଭୁବନେଶ୍ବର-କଟକ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏହା ବ୍ୟତୀତ ଖୁରାନିଆ ତାଙ୍କର ସାହାସ, ସେବା ଓ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri