Posted inଖେଳ

ଓଡ଼ିଶା ଏଫ୍‌ସି ଓଡବ୍ଲ୍ୟୁଏଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): ଚଳିତ ବର୍ଷର ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ ହୋଇଛି ଓଡ଼ିଶା ଏଫ୍‌ସି। ଇଷ୍ଟକୋଷ୍ଟ ରେଲଓ୍ବେ ଦ୍ୱିତୀୟ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଫଳରେ ଓଡ଼ିଶା ଏଫ୍‌ସି ମହିଳା ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଓଡ଼ିଶାରୁ ୨ଟି ଦଳ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଭାଗନେବା ସ୍ପଷ୍ଟ ହୋଇଛି। ଗତବର୍ଷ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଟପ୍‌-୪ରେ ରହିଥିବାରୁ ସ୍ପୋଟର୍‌ସ ଓଡ଼ିଶା ଆଗାମୀ ସଂସ୍କରଣରେ ମଧ୍ୟ ଖେଳିବାକୁ ଯୋଗ୍ୟତା ପାଇଛି।
ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସିଜନର ଶେଷ ମ୍ୟାଚରେ ଓଡ଼ିଶା ଏଫ୍‌ସି ୨-୧ ଗୋଲରେ ଇଷ୍ଟକୋଷ୍ଟ ରେଲଓ୍ବେକୁ ପରାସ୍ତ କରିଛି। ଭୁବନେଶ୍ୱରର ୩ଟି ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମ, ୭ମ ବାଟାଲିଅନ ଗ୍ରାଉଣ୍ଡ ଏବଂ କ୍ୟାପିଟାଲ ପଡ଼ିଆରେ ଓଡ଼ିଶା ଏଫ୍‌ସି ମୋଟ ୧୦ଟି ମ୍ୟାଚ ଖେଳି ୪୬ଟି ଗୋଲ ଦେଇଥିବାବେଳେ ମାତ୍ର ୩ଟି ଗୋଲ ବରଣ କରିଥିଲା। ରେଲଓ୍ବେ ବିପକ୍ଷ ମ୍ୟାଚରେ ଓଡ଼ିଶା ଏଫ୍‌ସି ପକ୍ଷରୁ ମାଳତୀ ମୁଣ୍ଡା ୪ର୍ଥ ମିନିଟରେ ଏକ ଗୋଲ କରି ଦଳକୁ ଅଗ୍ରଣୀ କରାଇଥିଲେ। ମାତ୍ର ୨୯ତମ ମିନିଟରେ ରେଲଓ୍ବେର ୟୁମନାମ କମଳା ଦେବୀ ଗୋଲକରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ।]

ମ୍ୟାଚର ୫୫ତମ ମିନିଟରେ ପ୍ୟାରୀ ଖାଖା ଗୋଲ ଦେଇ ଓଡ଼ିଶା ଏଫ୍‌ସିକୁ ପୁଣି ଅଗ୍ରଣୀ କରାଇଥିଲେ। ଶେଷ ୩୫ ମିନିଟରେ ରେଲଓ୍ବେ ଦଳ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ଖେଳିଥିଲେ ହେଁ ଗୋଲ ପରିଶୋଧ କରିପାରି ନ ଥିଲା। ଶେଷ ଦିବସରେ ଅନୁଷ୍ଠିତ ଅନ୍ୟ ୨ଟି ମ୍ୟାଚରେ ଓଡ଼ିଶା ପୋଲିସ ୬-୦ ଗୋଲରେ ରାଇଜିଂ ଷ୍ଟୁଡେଣ୍ଟକୁ ହରାଇଥିବାବେଳେ ସ୍ପୋଟର୍‌ସ ଓଡ଼ିଶା ୨-୦ରେ ଓଜିପି କ୍ଲବକୁ ପରାସ୍ତ କରିଛି। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଯୁଗ୍ମ ସମ୍ପାଦକ ଅଭିଜିତ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଉପସଭାପତି ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡ଼େଇ, ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଓଏସ୍‌ଡି ଶୁଭେନ୍ଦୁ ପଣ୍ଡା, ଫାଓ ରେଫରି ପ୍ୟାନେଲ ମୁଖ୍ୟ ଦୁର୍ଗା ମାଧବ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri