ମନରେଗା ଅତିରିକ୍ତ ସହାୟତା ଅବଧି ବଢ଼ାଇଲେ ଓଡିଶା ସରକାର: ଏହିବର୍ଷ ଯାଏଁ ଲାଗୁ ହେବ

ଭୁବନେଶ୍ୱର,୧।୧୨: ଗ୍ରାମାଞ୍ଚଳରେ ଜୀବିକା ସୁଦୃଢ଼ କରିବା ଏବଂ ଶ୍ରମିକମାନଙ୍କ ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡିଶା ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଅତିରିକ୍ତ ଆର୍ଥିକ ସହାୟତାକୁ ଆର୍ଥିକ ବର୍ଷ ୨୦୨୮-୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଏହି ସଂପ୍ରସାରଣ ଦ୍ୱାରା ରାଜ୍ୟର ୯ଟି ଜିଲାର ୩୦ଟି ବ୍ଲକ୍‌ରେ ପ୍ରାୟ ୫.୫୭ ଲକ୍ଷ ପରିବାର ଉପକୃତ ହେବେ। ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷକୁ ୩୦୦ ଦିନ ପାଇଁ ନିଯୁକ୍ତି ମିଳିବ। ପ୍ରଥମ ୧୦୦ ଦିନ ପାଇଁ ରାଜ୍ୟ ସରକାର ପ୍ରଚଳିତ ମନରେଗା ମଜୁରୀ ସହ ଅତିରିକ୍ତ ଦୈନିକ ୯୮ ଟଙ୍କା ପ୍ରଦାନ କରିବେ। ବାକି ୨୦୦ ଦିନ ପାଇଁ ଶ୍ରମିକମାନେ ନିୟମିତ ମନରେଗା ମଜୁରୀ ସହିତ ରାଜ୍ୟର ଅତିରିକ୍ତ ସହାୟତା ପାଇବା ଜାରି ରଖିବେ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ଦାଦନ ରୋକିବା, ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ଏବଂ ଗ୍ରାମାଞ୍ଚଳରେ ମୌଳିକ ବିକାଶକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ ମିଳିବ।

Share