ଢେଙ୍କାନାଳ, ୨୯।୪: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ମାର୍ଗମଧ୍ୟରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ଜବତ କରିଛି।
ଢେଙ୍କାନାଳର ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କ ଅବୈଧ ଅର୍ଥ ସମ୍ପର୍କରେ ପୂର୍ବ ସୂଚନା ଆଧାରରେ, ଭିଜିଲାନ୍ସର ଏକ ଦଳ ମଙ୍ଗଳବାର ଦିନ ତାଙ୍କୁ ଦେଉଳସାହି ରୋଡ଼ରେ ଏକ ଏସୟୁଭିରେ ଯାତ୍ରା କରୁଥିବା ବେଳେ ଅଟକାଇଥିଲା।
ଅଟକ ସମୟରେ, ଭିଜିଲାନ୍ସ ଦଳ ମହିଳା ଆବକାରୀ ଅଧିକାରୀଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ ପାଇଥିଲେ। ସେ ଏହି ଅର୍ଥର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ, ଉକ୍ତ ଟଙ୍କା ଟଙ୍କା ତାଙ୍କ ଗାଡ଼ି ସହିତ ଜବତ କରାଯାଇଛି।
ଜବତ ପରେ, ଭିଜିଲାନ୍ସ ଅଧିକାରୀମାନେ ଅର୍ଥର ଉତ୍ସ ନିର୍ଣ୍ଣୟ କରିବା ପାଇଁ ଆୟ ବହିର୍ଭୁତ୍ତ ସମ୍ପତ୍ତି ଦୃଷ୍ଟିକୋଣରୁ ପାଞ୍ଚଟି ସ୍ଥାନରେ ତଲାସୀ ଅଭିଯାନ ଚଳାଇଛନ୍ତି।