ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌: ପ୍ରଥମ ଦିନରେ ମତ ରଖିଲେ ୮୪ ପରିବେଶ କର୍ମୀ, ଗୀତରେ ଗୀତରେ ସଚେତନ କରାଇଲା ‘ବିରାହ ବ୍ୟାଣ୍ଡ୍‌’

ଭୁବନେଶ୍ୱର, ୨୩।୧୧(ବନ୍ଦନା ସେଠୀ)-ଧରିତ୍ରୀ ପକ୍ଷରୁ ଶନିବାର ପ୍ରେସ୍‌କ୍ଲବ୍‌ଠାରେ ‘ୟୁଥ୍‌ କନ୍‌କ୍ଲେଭ’ ବା ‘ଯୁବ ସମ୍ମିଳନୀ’ର ଚତୁର୍ଥ ସଂସ୍କରଣର ପ୍ରଥମ ଦିନ ସମାପ୍ତ ହୋଇଛି। ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନରେ ପରିଣତ ହୋଇଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଉଥିବା ବେଳେ, ‘ଧରିତ୍ରୀ’ ପକ୍ଷରୁ ସଚେତନତା ସୃଷ୍ଟି କରାଯାଉଛି। ଏ ଦିଗରେ ‘ୟୁଥ୍‌ କନ୍‌କ୍ଲେଭ’ ଭଳି ଅଭିନବ ପ୍ରୟାସ ମାଧ୍ୟମରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପରିବେଶକର୍ମୀମାନେ ଗୋଟିଏ ଛାତତଳେ ଏକାଠି ଦେଖିବାକୁ ମିଳିଥିବା ମତ ପ୍ରକାଶ ପାଇଛି।

ଏହି ଅବସରରେ ୨୦୨୩ରେ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’ ବିଜୟୀ ତଥା ଚଳିତବର୍ଷର ଜୁରୀ ସଦସ୍ୟ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ (ଓପ୍‌ସା)ର ମୁଖ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ ଯୋଗଦେଇ ନିଜର ଯାତ୍ରା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଭାବେ ୮୪ଜଣ ପରିବେଶକର୍ମୀ ଉଦ୍‌ବୋଧନ ଦେଇ ସେମାନଙ୍କ ପରିବେଶ ଯାତ୍ରା ଓ ଅନୁଭୂତି ବଖାଣି ଥିଲେ।ଶେଷରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଧନ୍ୟବାଦ ଅର୍ପଣ କରି ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ପିଲାମାନେ ନିଷ୍କାମ ଭାବେ କାମ କରୁଛନ୍ତି ବୋଲି କହିଥିଲେ।

ଏହି ଅବସରରେ ପରିବେଶ ସଚେତନତାକୁ ନେଇ ବିରାହ ବ୍ୟାଣ୍ଡ୍‌ ପକ୍ଷରୁ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ୟାଣ୍ଡ୍‌ର ମୁଖ୍ୟ ଗାୟକ ରୁମିତ୍‌ ଓ୍ବାଲିଆ, ପ୍ରଚ୍ଛଦ ଭୋକାଲିଷ୍ଟ ତଥା ଗିଟାର ବାଦକ ଉତ୍ସବ ଭରଦ୍ୱାଜ ଓ ଯନ୍ତ୍ର ବାଦକ ତରୁଣ କୁମାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ପରିବେଷଣ ଆରମ୍ଭ କରିଥିଲେ। ‘ମେରେ ଅପ୍‌ନେ କରମ୍‌ ସେ’,‘ଓ ରେ ଖୁଦା’, ‘ଥୋଡା ସା’, ‘ବଦ୍‌ଲେ ରାସ୍ତା’ ଭଳି ଗୋଟିଏ ପରେ ଗୋଟିଏ ସୁନ୍ଦର ଗୀତରେ ଦର୍ଶକ ଝୁମିଥିଲେ। ପ୍ରତିଟି ଗୀତରେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ପରିଣାମ ସମ୍ପର୍କରେ ଶୁଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଫେବୃୟାରୀ ୯ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି 

ଭୁବନେଶ୍ୱର,୫।୨: ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ…

IAS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ୱ ବିଭାଗ

ଭୁବନେଶ୍ୱର,୫।୨: ଓଡିଶା ସରକାର ସଚିବ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ…

ଆସିଲା ନୂଆ ଆଇନ, ମହିଳାଙ୍କୁ ମିଳିଲା ମୋଟରସାଇକେଲ ଚଳାଇବାକୁ ଅନୁମତି

ତେହେରାନ,୫।୨: ଇରାନ ସରକାର ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇରାନ ମହିଳାମାନଙ୍କୁ ଆଇନଗତ ଭାବରେ ମୋଟରସାଇକେଲ ଚଲାଇବାକୁ ଅନୁମତି ଦିଆଯାଇଛି।…

IND vs PAK: ‘ଆମର ଫ୍ଲାଇଟ ବୁକ୍‌ ଅଛି…’, କାହିଁକି ଏମିତି କହିଲେ ସୂର୍ଯ୍ୟକୁମାର? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଦଳ 2026 T-20 ବିଶ୍ୱକପ ଖେଳିବ, କିନ୍ତୁ କେବଳ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।…

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri