ମାଟ୍ରିକ୍‌ ପରୀକ୍ଷାରେ ଚମକିଲେ ଝିଅ: ପାଟଣା ବ୍ଲକରେ ଏ-୧ ଗ୍ରେଡ୍‌ ରଖିଲେ ଅନନ୍ୟା-ସାଇସ୍ମିତା

ପାଟଣା,୨।୫(ବୀର କିଶୋର ଦାଶ): ବୋର୍ଡ ଅଫ ସେକେଣ୍ଡାରୀ କଟକ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। କେନ୍ଦୁଝର ଜିଲା ପାଟଣା ବ୍ଲକର୨ ଜଣ ଛାତ୍ରୀ ଏ -୧ରେ ପାସ ହୋଇଛନ୍ତି। ତୁରୁମୁଙ୍ଗା ଶିଶୁ ମନ୍ଦିର ଛାତ୍ରୀ ସାଇସ୍ମିତା ମିଶ୍ର ସର୍ବାଧିକ ୫୫୮(୯୩ ପ୍ରତିଶତ) ନମ୍ବର ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ପାଟଣା ବ୍ଲକ ମିରିଗିଖୋଜି ପଞ୍ଚାୟତ ଭାଲିଆଡ଼ାଳ ହାଇସ୍କୁଲର ଛାତ୍ରୀ ଅନନ୍ୟା ଅପରାଜିତା ଦାଶ ୫୪୯(୯୧.୫ ପ୍ରତିଶତ) ନମ୍ବର ରଖି ବ୍ଲକରେ ଦିତୀୟ ସ୍ଥାନରେ ଅଛନ୍ତି। ଅନନ୍ୟା ପାଟଣା ବ୍ଲକ ଖବରଦାତା ବୀର କିଶୋର ଦାଶ ଓ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟର ଅମଲା ମଞ୍ଜୁବାଳା ମିଶ୍ରଙ୍କ କନ୍ୟା। ଅନନ୍ୟା-ସାଇସ୍ମିତାଙ୍କ ସଫଳତା ପାଇଁ ଭାଲିଆଡ଼ାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ନାଥ ମହାନ୍ତ, ପାଟଣା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଓ ଶିକ୍ଷୟତ୍ରୀ ଶିକ୍ଷକ ଓ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ଶୁଭେଛା ଜଣାଇଛନ୍ତି।

Share