Odisha Congress: ଫେରିଲେ ସୁର, ଆସିବେ ଏହି ନେତା…ଓଡ଼ିଶା ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୫।୨: ରାଜ୍ୟ କଂଗ୍ରେସର ମଙ୍ଗ ଦରିଛନ୍ତି Bhakta Das। ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୁଡ୍‌କୁ ଆସିଛନ୍ତି ଭକ୍ତ। Congress ହାତର ହାତମୁଠା ଶକ୍ତ କରିବା ଶୁକ୍ରବାର କ୍ଷମା ପତ୍ର ଜାରି କରିଛନ୍ତି। ଯାହାପରେ ଦଳରୁ ବିଦା ହୋଇଥିବା Sura routray ଶନିବାର ଘରକୁ ବାହୁଡିଛନ୍ତି। ୫୦ ବର୍ଷ କଂଗ୍ରେସରେ ରହିବା ପରେ ସୁରଙ୍କୁ ବିଦା କରିଥିଲା ଦଳ। ହେଲେ କଂଗ୍ରେସ ପାଇଁ ସୁରଙ୍କ ଦରକାର ବୋଲି ଭକ୍ତ ଦାସ କହିବା ପରେ ସୁରଙ୍କ ମନ କୁଣ୍ଢେ ମୋଟ। ସିଧା କହିଛନ୍ତି କଂଗ୍ରେସ ଯାହା କହିବ ତାକୁ ମାନି ନେବି।

ସାନ ପୁଅ ମନ୍ମଥ BJD ରେ ଯୋଗ ଦେବା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲଢିବା ଦିନଠୁ କଂଗ୍ରେସ ଏବଂ ସୁରଙ୍କ ମଧ୍ୟରେ ଅପଡ ହୋଇଥିଲା। ବିଭିନ୍ନ ଫୋରମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୫୦ ବର୍ଷ ଧରି କଂଗ୍ରେସ ସହିତ ଜଡିତଥିବା ସୁରଙ୍କ ସହିତ ସମ୍ପର୍କ ତୁଟାଇ ଥିଲା ହାତ। ପୁତ୍ର ମୋହରେ ଯଦିଓ ସୁର କଂଗ୍ରେସ ନେତାଙ୍କ ବିରୋଧରେ ବୟାନ ଦେଇଥିଲେ କିନ୍ତୁ ପୁରୁଣା ଦଳ ପ୍ରତି ତାଙ୍କର ପ୍ରୀତି ଯାଇନାହି। ଯାହାକୁ ନେଇ ଏବେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ସୁର ଜଣେ କଂଗ୍ରେସ ମ୍ୟାନ। ତାଙ୍କ ଭଳି ଲୋକ କଂଗ୍ରେସ ପାଇଁ ଦରକାର ଅଛି। ସୁର ରାଉତରାୟ ଯଦି ଚାହିଁବେ ତେବେ କଂଗ୍ରେସକୁ ଫେରି ପାରିବେ।

ତେବେ ଆଜି Sura routray ଦଳକୁ ଫେରିବା ପରେ ଚର୍ଚ୍ଚା ହେଉଛି କି ଦଳ ଛାଡିତିବା ସଦସ୍ୟ ପୁରି ଫେରିବେ କି? ନିର୍ବାଚନ ସମୟରେ କଂଗ୍ରେସର ବହୁ ସଦସ୍ୟ ଦଳ ଛାଡି ଟିକେଟ୍‌ ପାଇଁ BJD ଯୋଗ ଦେଇଥିଲେ। ହେଲେ ଏବେ ବିଜେଡି ଓଡ଼ିଶାରେ ଗାଦିଚ୍ୟୁତ ହୋଇଛି। ଏହିକ୍ରମରେ ସେମାନେ ପୁଣି କଂଗ୍ରେସକୁ ଫେରିବେ କି? ଏହାରି ଭିତରେ କଂଗ୍ରେସକୁ ଫେରିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ବିଜେଡି ନେତା ଡା. ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଆସିଥିଲ। ମାତ୍ର ତାହା ଯଦି ହୋଇ ନ ପାରିଲା ଏହି ଦଳରେ କାହିଁକି ରହିବା। ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ବଂସ ହୋଇଯିବ। ଏହି ଦଳର ଭବିଷ୍ୟତ କିଛି ନାହିଁ, ଫୋନ କଲେ ଉଠାନ୍ତି ନାହିଁ। ସେହିପରି ସେ ଭକ୍ତ ଦାସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ତାଙ୍କ ପାଖରେ ଦକ୍ଷତା ଅଛି, ଦଳକୁ ପୁର୍ନଜୀବିତ କରିପାରିବେ। ଘରକୁ ଫେରିବି ନ ଫେରିବି ଏବେଠୁ କହିପାରିବି ନାହିଁ।

ସେହିପରି କଂଗ୍ରେସରୁ ବିଦା ହୋଇଥିବା ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଭକ୍ତଙ୍କ ଉଦ୍ୟମ ଭଲ। କିନ୍ତୁ ମୁଁ ଗୋଟେ ଦଳରେ ଅଛି। ମୁଁ କଂଗ୍ରେସରୁ ବାହାରି ନ ଥିଲି। କଂଗ୍ରେସ ମୋତେ ବାହାର କରି ଦେଇଥିଲା। ମୁଁ ମାଟି ପାଇଁ ଲଢ଼େ, ଭକ୍ତ ମୋ ସାନ ଭାଇ। ତେବେ ଅପେକ୍ଷା କରନ୍ତୁ ସମୟ କହିବ କୁଆଡେ ଯିବି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?