ଆପୋସ ସମାଧାନ ମୁହାଁ ମହାନଦୀ ଜଳ ବିବାଦ

ନୂଆଦିଲ୍ଲୀ,୩ା୮(ରାମ ଚନ୍ଦ୍ର ନାଥ): ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ନେଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଶନିବାର ଦୁଇ ରାଜ୍ୟର ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀ, ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କୁ ନେଇ ଗଠିତ ପୀଠରେ ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟ ୧୩ ଜଣ ଓକିଲଙ୍କୁ ନେଇ ଏକ ଟିମ୍‌ ଉପସ୍ଥିତ ରହିଥିଲେ। ଟ୍ରିବ୍ୟୁନାଲରେ ଏଜି ଆଚାର୍ଯ୍ୟ କହିଥିଲେ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସ ୨୫ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରି ମହାନଦୀ ଜଳ ବିବାଦର ଆପୋସ ସମାଧାନ ନିମନ୍ତେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଓଡ଼ିଶାର ଏହି ପ୍ରସ୍ତାବକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଜଳ ବିବାଦର ଆପୋସ ସମାଧାନ ଉପରେ ଚିନ୍ତା କରାଯାଉଛି ବୋଲି ଅଗଷ୍ଟ ୧ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ସାଇ ଜଣାଇଛନ୍ତି। ଏଥିସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋସ ବୁଝାମଣା ଦିଗରେ କଥା ଆଗକୁ ବଢ଼ିଥିବାରୁ ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା ଶୁଣାଣି ସମୟରେ ଏଜି ଆଚାର୍ଯ୍ୟ କହିଥିଲେ। ଓଡ଼ିଶା ଏଜିଙ୍କ ଏହି ତଥ୍ୟକୁ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ସିନିୟର ଆଡଭୋକେଟ ଏ.କେ. ଗାଙ୍ଗୁଲି ମଧ୍ୟ ସହମତ ହୋଇଥିଲେ। ଟ୍ରିବ୍ୟୁନାଲ କହିଥିଲେ ଯେ, ଯେହେତୁ ଉଭୟ ପକ୍ଷ ଆପୋସ ସମାଧାନ କରିବାକୁ ଅଗ୍ରସର ହେଉଛନ୍ତି, ତେଣୁ ସେପ୍ଟେମ୍ବର ୬ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ସେହି ଦିନ ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ଉପସ୍ଥିତ ରହିବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। ଟ୍ରିବ୍ୟୁନାଲ ବାହାରେ ଆଡଭୋକେଟ ଜେନେରାଲ ଆଚାର୍ଯ୍ୟ ଖବରଦାତାଙ୍କୁ କହିଥିଲେ, ପୂର୍ବ ବିଜେଡି ସରକାର ମହାନଦୀ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଯାଇ ପ୍ରାୟ ୩୦ କୋଟି ଟଙ୍କା ରାଜ୍ୟ ରାଜସ୍ବରୁ ଅଯଥା ବ୍ୟୟ କରିସାରିଛନ୍ତି। ଏପର୍ଯ୍ୟନ୍ତ କୋର୍ଟ ମାଧ୍ୟମରେ କୌଣସି ଜଳ ବିବାଦର ତ୍ୱରିତ ସମାଧାନ ହେବା ଦେଖାଯାଇ ନାହିଁ। ଅଦାଲତ ବାହାନାରେ ରାଜ୍ୟର ଅର୍ଥକୁ ଅଯଥା ଅପବ୍ୟୟ କରିବାକୁ ଆମେ ଚାହୁଁ ନାହୁଁ। ଏହି ବିବାଦ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଦ୍ୱାରା ସମାଧାନ ହୋଇଯିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri