ଆପୋସ ସମାଧାନ ମୁହାଁ ମହାନଦୀ ଜଳ ବିବାଦ

ନୂଆଦିଲ୍ଲୀ,୩ା୮(ରାମ ଚନ୍ଦ୍ର ନାଥ): ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ନେଉଥିବା ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ଶନିବାର ଦୁଇ ରାଜ୍ୟର ପ୍ରତିନିଧି ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷ ଜଷ୍ଟିସ ବେଲା ଏମ୍‌. ତ୍ରିବେଦୀ, ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କୁ ନେଇ ଗଠିତ ପୀଠରେ ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ଆଡ୍‌ଭୋକେଟ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ ଏବଂ ଅନ୍ୟ ୧୩ ଜଣ ଓକିଲଙ୍କୁ ନେଇ ଏକ ଟିମ୍‌ ଉପସ୍ଥିତ ରହିଥିଲେ। ଟ୍ରିବ୍ୟୁନାଲରେ ଏଜି ଆଚାର୍ଯ୍ୟ କହିଥିଲେ ଯେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାସ ୨୫ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ କରି ମହାନଦୀ ଜଳ ବିବାଦର ଆପୋସ ସମାଧାନ ନିମନ୍ତେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ। ଓଡ଼ିଶାର ଏହି ପ୍ରସ୍ତାବକୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଜଳ ବିବାଦର ଆପୋସ ସମାଧାନ ଉପରେ ଚିନ୍ତା କରାଯାଉଛି ବୋଲି ଅଗଷ୍ଟ ୧ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ସାଇ ଜଣାଇଛନ୍ତି। ଏଥିସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ରାଜନୈତିକସ୍ତରରେ ଆଲୋଚନା କରି ଆପୋସ ବୁଝାମଣା ଦିଗରେ କଥା ଆଗକୁ ବଢ଼ିଥିବାରୁ ସମାଧାନ ପାଇଁ ଉଭୟ ପକ୍ଷ ରାଜିଥିବା ଶୁଣାଣି ସମୟରେ ଏଜି ଆଚାର୍ଯ୍ୟ କହିଥିଲେ। ଓଡ଼ିଶା ଏଜିଙ୍କ ଏହି ତଥ୍ୟକୁ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ସିନିୟର ଆଡଭୋକେଟ ଏ.କେ. ଗାଙ୍ଗୁଲି ମଧ୍ୟ ସହମତ ହୋଇଥିଲେ। ଟ୍ରିବ୍ୟୁନାଲ କହିଥିଲେ ଯେ, ଯେହେତୁ ଉଭୟ ପକ୍ଷ ଆପୋସ ସମାଧାନ କରିବାକୁ ଅଗ୍ରସର ହେଉଛନ୍ତି, ତେଣୁ ସେପ୍ଟେମ୍ବର ୬ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ସେହି ଦିନ ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବ ଉପସ୍ଥିତ ରହିବାକୁ ଟ୍ରିବ୍ୟୁନାଲ୍‌ କହିଛନ୍ତି। ଟ୍ରିବ୍ୟୁନାଲ ବାହାରେ ଆଡଭୋକେଟ ଜେନେରାଲ ଆଚାର୍ଯ୍ୟ ଖବରଦାତାଙ୍କୁ କହିଥିଲେ, ପୂର୍ବ ବିଜେଡି ସରକାର ମହାନଦୀ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଯାଇ ପ୍ରାୟ ୩୦ କୋଟି ଟଙ୍କା ରାଜ୍ୟ ରାଜସ୍ବରୁ ଅଯଥା ବ୍ୟୟ କରିସାରିଛନ୍ତି। ଏପର୍ଯ୍ୟନ୍ତ କୋର୍ଟ ମାଧ୍ୟମରେ କୌଣସି ଜଳ ବିବାଦର ତ୍ୱରିତ ସମାଧାନ ହେବା ଦେଖାଯାଇ ନାହିଁ। ଅଦାଲତ ବାହାନାରେ ରାଜ୍ୟର ଅର୍ଥକୁ ଅଯଥା ଅପବ୍ୟୟ କରିବାକୁ ଆମେ ଚାହୁଁ ନାହୁଁ। ଏହି ବିବାଦ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଦ୍ୱାରା ସମାଧାନ ହୋଇଯିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

୧୨ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ, ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଲେ ଏହି ବିଭାଗର…

ଭୁବନେଶ୍ୱର,୩୧ା୧: ସରିଲା କ୍ୟାବିନେଟ୍‌ ବୈଠକ। ଏହା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି, ୧୦ଟି ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri