ଆନ୍ଧ୍ର ନିର୍ବାଚନରେ ଓଡ଼ିଶା ପ୍ରାର୍ଥୀ, ଭୋଟର

ପାରଳାଖେମୁଣ୍ଡି,୭ା୨(ଡି.ଏନ୍‌.ଏ.): କୋଟିଆ ପରେ ବର୍ତ୍ତମାନ ଗଜପତି ଜିଲା ଗଙ୍ଗାବାଡର କେତେକ ଗ୍ରାମ ଉପରେ ଆନ୍ଧ୍ର ପକାଇଛି ଲୋଲୁପ ଦୃଷ୍ଟି। ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ବର୍ତ୍ତମାନ ଫେବୃୟାରୀ ୧୩ରେ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ଦେଇଛି। ଜିଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା, ମାଦିଆଖୋଲ, ବୁରୁସିଂ, ଅମରିଙ୍ଗି ଓ ଗୁଡୁଖୁଡି ଗ୍ରାମରେ ଜମି ପଟ୍ଟା, ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ରାଶନକାର୍ଡ, ଭତ୍ତା, ବିଦ୍ୟୁତ୍‌ ସଂଯୋଗ କରିବା ପରେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ଭୋଟଦାନ ପାଇଁ ଭୋଟରଙ୍କୁ ରାଜି କରାଉଛି। ଏହି ଗ୍ରାମର ଜଣେ ମହିଳା ଲକ୍ଷ୍ମୀ ଶବରଙ୍କୁ ୱାର୍ଡ ମେମ୍ବର ପ୍ରାର୍ଥୀ ମଧ୍ୟ କରାଯାଇଛି। ଆଗାମୀ ୧୩ ତାରିଖରେ ଭୋଟ ଦେବାକୁ ମଧ୍ୟ କେତେକ ଲୋକେ ମନସ୍ତ କରିଥିବା ଜଣାପଡିଛି। ଗ୍ରାମର ଅଧା ଲୋକ ଆନ୍ଧ୍ରପ୍ରଦେଶ ଆଡେ ମନ ବଳାଉଥିବାବେଳେ ଆଉ ଅଧାଲୋକ ଓଡ଼ିଶା ମାଟିରେ ରହୁଛୁ ଓଡ଼ିଶାକୁ ସମର୍ଥନ କରିବୁ ବୋଲି କହିଛନ୍ତି। ଉପରୋକ୍ତ ଗ୍ରାମଗୁଡିକୁ ଆନ୍ଧ୍ର ଶ୍ରୀକାକୁଲମ୍‌ ଜିଲା ମନ୍ଦୁସା ମଣ୍ଡଳମ୍‌ର ସାବାକୋଟା ପଞ୍ଚାୟତ ବୋଲି ଭୋଟର କାର୍ଡରେ ଦର୍ଶାଇଛି। ବୁରୁସିଂ ଗ୍ରାମରେ ମଧ୍ୟ ପାଞ୍ଚ ପରିବାର ଉଭୟ ଆନ୍ଧ୍ର ଓ ଓଡିଶାରୁ ଭୋଟ ପରିଚୟପତ୍ର ପାଇଛନ୍ତି। ଉଭୟ ରାଜ୍ୟରୁ ସେମାନେ ବହୁ ସରକାରୀ ସୁବିଧା ପାଉଛନ୍ତି। ଉକ୍ତ ପରିବାର ଲୋକେ ଆନ୍ଧ୍ରରେ ଚାଷ ପାଇଁ ଜମି କିଣିଥିବାରୁ ପ୍ରସାଶନିକ ଓ ରାଜନୈତିକ ଚାପ ଯୋଗୁ ଭୋଟ ଦେବାକୁ ବାଧ୍ୟ ବୋଲି କହିଛନ୍ତି। ଗୁଡୁଖୁଡି ଗ୍ରାମବାସୀ ମଧ୍ୟ ଭୋଟ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ସୁବିଧା ସୁଯୋଗ ଯୋଗାଇ ଦେବାସହ ରାଜସ୍ବ ମଧ୍ୟ ଆଦାୟ କରୁଛି। କିନ୍ତୁ ଗଜପତି ଜିଲା ପ୍ରଶାସନ ବିଗତ ୫ମାସ ଧରି ରାଶନ ପ୍ରଦାନ କରିନାହିଁ, ତେଣୁ ଓଡିଶା ମାଟିରେ ରହି ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ଭୋଟ ଦେବାରେ ଅସୁବିଧା କେଉଁଠି ବୋଲି କହିଛନ୍ତି। ଗଜପତି ଜିଲା ପ୍ରଶାସନର ଏକ ଟିମ୍‌ ଶନିବାର ଉପ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ସମ୍ପୃକ୍ତ ଗ୍ରାମ ପରିଦର୍ଶନ କରି ମାଣିକପାଟଣାରେ ବୈଠକ କରିଥିଲେ। ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରି ଆନ୍ଧ୍ର କରିଥିବା ଷଡ଼ଯନ୍ତ୍ର ପଣ୍ଡ କରିବାକୁ ପ୍ରଶାସନ ପ୍ରୟାସ ଆରମ୍ଭ କରିଛି। କୋଟିଆ ଭଳି ଏହି ଗ୍ରାମ ଗୁଡିକ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri