କ୍ୟାବିନେଟ୍‌ରେ ୪ଟି ପ୍ରସ୍ତାବ ପାରିତ: ଇଲେକ୍ଟ୍ରୋନିକ୍‌, IT ପଲିସିକୁ ଅନୁମୋଦନ

ଭୁବନେଶ୍ୱର,୨୫।୮: ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ପରେ ଏହି ସୂଚନା ଦେଇଛନ୍ତି।

ଇଲେକ୍ଟ୍ରୋନିକ୍‌ ଓ ଆଇଟି ବିଭାଗର ୨ଟି ଏବଂ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ (GA) ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ ହୋଇଛି। ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ ଆରମ୍ଭ ଏବଂ ଓଡ଼ିଶା ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଏହା ସହ ଇଲେକ୍ଟ୍ରୋନିକ୍‌ କମ୍ପୋନେଣ୍ଟ ମାନ୍ୟୁଫାକ୍‌ଚରିଂ ପଲିସିକୁ ଅନୁମୋଦନ କରାଯାଇଛି, ଯେଉଁଥିରେ ୧୦ଟି ମେଗା ପ୍ରକଳ୍ପ ପାଇଁ କ୍ୟାପିଟାଲ ସବସିଡି ଓ ଟର୍ଣ୍ଣଓଭର ଇନସେଣ୍ଟିଭ ପ୍ରଦାନ କରାଯିବ। ଏହା ଓଡ଼ିଶାକୁ ଇଲେକ୍ଟ୍ରୋନିକ୍‌ ମାନ୍ୟୁଫାକ୍‌ଚରିଂରେ ଅଗ୍ରଣୀ ରାଜ୍ୟ କରିବ।

ନୂଆ ଆଇଟି ପଲିସିକୁ ମଧ୍ୟ ଅନୁମୋଦନ କରାଯାଇଛି, ଯେଉଁଥିରେ କ୍ୟାପିଟାଲ ସବସିଡି ୩୦%କୁ ବୃଦ୍ଧି କରାଯାଇଛି ଏବଂ ଉପରିସୀମା ଉଠାଇ ଦିଆଯାଇଛି।

Share