Posted inରାଜ୍ୟ

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ରେ ୯ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ କ୍ୟାବିନେଟ୍‌ ସୂଚୀ ସଂକ୍ରାନ୍ତରେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଛି। ଏଥିରେ ପୂର୍ତ୍ତ, ରାଜସ୍ବ, ଜଳସମ୍ପଦ, ପଞ୍ଚାୟତିରାଜ, ସାଧାରଣ ପ୍ରଶାସନ, ଅନୁସୂଚିତ ଜାତି ଓ ଜନଜାତି, ନଗର ଉନ୍ନୟନ ଭଳି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ କୃଷକ, ମହିଳା, ଯୁବବର୍ଗ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ବିଭିନ୍ନ ଯୋଜନା ହାତକୁ ନେଉଥିବାବେଳେ ଏହି କ୍ୟାବିନେଟରେ କେଉଁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଉଛି ତାହା ଦେଖିବାର ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପଦବୀ? BCCI ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ,୧।୯: ଅଜିତ ଆଗରକର ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଭାବରେ ରହିବେ କି ନାହିଁ ସେ ବିଷୟରେ BCCI ଖୁବ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେବାକୁ…

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri