ଭୁବନେଶ୍ୱର,୧୩।୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ହାତରେ ସେ ଏକ ଧଳା ଫାଇଲ୍ ଧରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। ଫଟୋ ସହ ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ ମଧ୍ୟ କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ତାଙ୍କର ଅତୁଟ ପ୍ରେରଣା ଓ ସମର୍ଥନ ପାଇଁ ଗଭୀର କୃତଜ୍ଞତା ଜଣାଉଛି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର ରାଜ୍ୟ ସୁସମନୟ ତଥା ରାଜ୍ୟର ସାମଗ୍ରିକ ବିକାଶକୁ ତ୍ୱରାନୱିତ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ।
ତେବେ ଏହା ପୂର୍ବରୁ ମଧ୍ୟ ଓଡ଼ିଶାର ଭାଜପା ସରକାରର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିଥିଲେ। ସେହି ସମୟରେ ମଧ୍ୟ ଭାଜପା କାର୍ଯ୍ୟାଳୟରେ ବଡ଼ ମିଟିଂ ହୋଇଥିଲା। କିନ୍ତୁ ମାସେ ନ ପୁରୁଣୁ ଦିଲ୍ଲୀ ଯାଇ ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଜନୀତିରେ ଚର୍ଚ୍ଚାକୁ ଉଷ୍ଣ କରୁଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ସାକ୍ଷାତକାରରେ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଓ ନିଗମ ବୋର୍ଡ ଅଧ୍ୟକ୍ଷ ଚୟନ ନେଇ ଆଲୋଚନା ହୋଇଛି। ସେହି ସମୟରେ ଫଟୋରେ ମଧ୍ୟ ଦେଖାଯାଇଛି କି ମୋହନଙ୍କ ହାତରେ ଏକ ଏକ ଫାଇଲ ମଧ୍ୟ ଥିଲା।
ଭାଜପା ସରକାରକୁ ୧୩ ମାସ ପୂରିଛି । ଏବେ ବି ଅଧା ହୋଇ ପଡିଛି ମନ୍ତ୍ରୀମଣ୍ଡଳ । ସଭାପତି ଚୟନ ପରେ ଖାଲି ପଡିଥିବା ୬ଟି ମନ୍ତ୍ରୀ ପଦ ପୂରଣ ପାଇଁ କସରତ ଆରମ୍ଭ ହୋଇଛି। ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ ସଂକେତ ଦେବା ପରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ମୋହନ ମାଝୀ ଓ ମନମୋହନଙ୍କ ଦିଲ୍ଲୀ ଗସ୍ତ। କୁହାଯାଉଛି ଦିଲ୍ଲୀରେ ମନ୍ତ୍ରୀମଣ୍ଡଳର ଚୂଡାନ୍ତ ତାଲିକା ସରିଛି। ଖୁବଶୀଘ୍ର ଘୋଷଣା ହୋଇପାରେ ନାଁ । ଏହାକୁ ନେଇ ଆଶାୟୀ ବିଧାୟକ ଓ ନେତାଙ୍କ ଛାତି ଧଡଧଡ ହେଲାଣି।