ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ପ୍ରତ୍ୟେକ ରାଜ୍ୟର ବିକାଶରେ କେତେଜଣ ବ୍ୟବସାୟୀଙ୍କର ହାତ ରହିଥାଏ, ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜ କଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି। ସେମିତି କେତେଜଣ ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନିତ କରିବାକୁ ନ୍ୟୁଜ୍‌୧୮ ଓଡ଼ିଆ ଏଭଳି ଏକ ବଡ ପ୍ଲାଟ୍‌ଫର୍ମ ସୃଷ୍ଟି କରିଛି। ଉକ୍ତ ପ୍ଲାଟ୍‌ଫର୍ମର ପ୍ରଥମ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର ବରିଷ୍ଠ ତଥା ଦକ୍ଷ ବାଣିଜି୍ୟକ ପ୍ରଶାସକ ତପନ ଚାନ୍ଦଙ୍କୁ ସମ୍ମାନିତ କରାଯାଇଛି।

ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ନିକଟରେ ଆୟୋଜିତ ସମ୍ମାନ ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ ଆୱାର୍ଡ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏବଂ ନ୍ୟୁଜ୍‌ ୧୮ର ଏଡିଟର ରାଜେଶ ରାଇନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଏଭଳି କିଛି ପ୍ରମୁଖ ସମ୍ମାନ ପାଇଁ ଅନେକ ନାମାଙ୍କନ ପତ୍ର ମଧ୍ୟରୁ କେତେଜଣ ଦକ୍ଷ ବ୍ୟକ୍ତିଙ୍କୁ ଚୟନ କରାଯାଇଥିଲା। ତେବେ ଏଭଳି ଅବଦାନ ପାଇଁ ତପନ ଚାନ୍ଦଙ୍କୁ ସମ୍ମାନିତ କରାଯାଇଛି। ସେ ପୂର୍ବରୁ ନାଲ୍‌କୋର ସିଏମ୍‌ଡି ଭାବେ କାର୍ଯ୍ୟ କରି ସାରିଛନ୍ତି। ଏବେ ସେ ଇସ୍ପାତ, କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେ ନିଜର କାମ ପାଇଁ ଉକ୍ତ ତାଲିକା ପରିସରଭୁକ୍ତ ହୋଇଥିବା କୁହାଯାଇଛି। ନ୍ୟୁଜ୍‌ ୧୮ର ବହୁ ବରିଷ୍ଠ କର୍ମଚାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ...

ସଙ୍କଟରେ ଏୟାର ଇଣ୍ଡିଆ: ଡିଜିସିଏ ସୁରକ୍ଷା ଅଡିଟରେ ୧୩ ତ୍ରୁଟି…

ନୂଆଦିଲ୍ଲୀ,୨୬।୮ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ର ଦୁଇ ସଦସ୍ୟ ବିଶିଷ୍ଟ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟରେ ତ୍ରୁଟି...

ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ...

ଆତିଥ୍ୟ, ଆନୁଷଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୮।୮ (ପିଆଇବି): ଦେଶର ଅର୍ଥନୀତିକୁ ସବଳ କରିବା ପାଇଁ ପ୍ରମୁଖ କ୍ଷେତ୍ର ପ୍ରତି ସରକାର ବିଶେଷ ଦୃଷ୍ଟିଦେବା ସହ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇଦେବାକୁ...

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର...

ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ...

କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ

ନୂଆଦିଲ୍ଲୀ: ସୋମବାର ଜିଏସ୍‌ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍‌ଟି କ୍ଷତିପୂରଣ ଭରଣା କରିବା ଲାଗି...

ସାମଗ୍ରୀର ଉତ୍ପତ୍ତିସ୍ଥଳ ଦର୍ଶାଇବେ ଇ-କମର୍ସ କମ୍ପାନୀ

ନୂଆଦିଲ୍ଲୀ,୯।୭: ପ୍ରଡକ୍ଟ କେଉଁଠାରେ ପ୍ରସ୍ତୁତ ହୋଇଛି ତାହା ଏବେ ଇ-କମର୍ସ କମ୍ପାନୀଗୁଡ଼ିକ ଆଉ ଅଛପା ରଖିପାରିବେ ନାହିଁ। ଏହି କମ୍ପାନୀଗୁଡ଼ିକୁ ପ୍ରଡକ୍ଟର ଉତ୍ପତ୍ତିସ୍ଥଳ ଦର୍ଶାଇବାକୁ ହେବ।...

Advertisement
Archives

Model This Week