ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ୍‌ ଆୱାର୍ଡ

ଭୁବନେଶ୍ୱର,୨୯।୯: ଓଡ଼ିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ଅଭିଜ୍ଞ ଓ ଦକ୍ଷ ବ୍ୟକ୍ତିତ୍ୟଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି ପ୍ରତ୍ୟେକ ରାଜ୍ୟର ବିକାଶରେ କେତେଜଣ ବ୍ୟବସାୟୀଙ୍କର ହାତ ରହିଥାଏ, ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜ କଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି। ସେମିତି କେତେଜଣ ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନିତ କରିବାକୁ ନ୍ୟୁଜ୍‌୧୮ ଓଡ଼ିଆ ଏଭଳି ଏକ ବଡ ପ୍ଲାଟ୍‌ଫର୍ମ ସୃଷ୍ଟି କରିଛି। ଉକ୍ତ ପ୍ଲାଟ୍‌ଫର୍ମର ପ୍ରଥମ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶାର ବରିଷ୍ଠ ତଥା ଦକ୍ଷ ବାଣିଜି୍ୟକ ପ୍ରଶାସକ ତପନ ଚାନ୍ଦଙ୍କୁ ସମ୍ମାନିତ କରାଯାଇଛି।

ନ୍ୟୁଜ୍‌୧୮ ଓଡ଼ିଆ ପକ୍ଷରୁ ନିକଟରେ ଆୟୋଜିତ ସମ୍ମାନ ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତପନ ଚାନ୍ଦଙ୍କୁ ଓଡ଼ିଶା ବିଜ୍‌ନେସ୍‌ ଲିଡରଶିପ ଆୱାର୍ଡ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ଏବଂ ନ୍ୟୁଜ୍‌ ୧୮ର ଏଡିଟର ରାଜେଶ ରାଇନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଏଭଳି କିଛି ପ୍ରମୁଖ ସମ୍ମାନ ପାଇଁ ଅନେକ ନାମାଙ୍କନ ପତ୍ର ମଧ୍ୟରୁ କେତେଜଣ ଦକ୍ଷ ବ୍ୟକ୍ତିଙ୍କୁ ଚୟନ କରାଯାଇଥିଲା। ତେବେ ଏଭଳି ଅବଦାନ ପାଇଁ ତପନ ଚାନ୍ଦଙ୍କୁ ସମ୍ମାନିତ କରାଯାଇଛି। ସେ ପୂର୍ବରୁ ନାଲ୍‌କୋର ସିଏମ୍‌ଡି ଭାବେ କାର୍ଯ୍ୟ କରି ସାରିଛନ୍ତି। ଏବେ ସେ ଇସ୍ପାତ, କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେ ନିଜର କାମ ପାଇଁ ଉକ୍ତ ତାଲିକା ପରିସରଭୁକ୍ତ ହୋଇଥିବା କୁହାଯାଇଛି। ନ୍ୟୁଜ୍‌ ୧୮ର ବହୁ ବରିଷ୍ଠ କର୍ମଚାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆକଳନ: ଶୀଘ୍ର କିଣି ନିଅନ୍ତୁ ସୁନା, ଛଅ ମାସରେ ମୂଲ୍ୟ ୪୦% ବୃଦ୍ଧି ପାଇବ! ୧୦ ଗ୍ରାମକୁ ୨ ଲକ୍ଷ ପାର କରିପାରେ

ନୂଆଦିଲ୍ଲୀ,୧୯।୬: ବିଶ୍ୱସ୍ତରୀୟ ନିବେଶ ସଂସ୍ଥା JPMorgan ପୂର୍ବାନୁମାନ କରିଛି ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୁନା ଏବଂ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଚାପ ପଡ଼ିଥିଲେ…

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା

ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଆକାଶର ରାଜା ‘ଏୟାର ଫୋର୍ସ ୱାନ’ର ଯାତ୍ରା ଶେଷ, ୩୫ ବର୍ଷ ଧରି ଆମେରିକାର ରାଷ୍ଟ୍ରପତିଙ୍କ ସେବା କରିବା ପରେ ଅବସର ନେଲା ‘SAM 29000’

ଓ୍ବାଶିଂଟନ,୧୯।୬: ‘ଏୟାର ଫୋର୍ସ ୱାନ’ର ଇତିହାସରେ ଏକ ଚମତ୍କାର ଯୁଗ, ବିଶ୍ୱର ସବୁଠାରୁ ସୁରକ୍ଷିତ, ସବୁଠାରୁ ଅଭେଦ୍ୟ ଏବଂ ଶକ୍ତିଶାଳୀ ବିମାନର ଯାତ୍ରା ଶେଷ ହୋଇଛି। ତିନି…

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri