ରାଜସ୍ବ ମନ୍ତ୍ରୀଙ୍କ ବୟାନର କଡ଼ା ଜବାବ ଦେଲା ବିଜେଡି

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଅଭିଯୋଗ କରିଥିଲେ। ସଡ଼କ କିସମ ଜାଗାକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇ ଏହି ଭବନକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା କହିଥିଲେ। ଏହାକୁ ନେଇ ଜବାବ ରଖିଛି ବିଜେଡି।

ଶନିବାର ଏକ ଖବରଦାତା ସମ୍ମିଳନୀରେ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଶଙ୍ଖ ଭବନ ବେଆଇନ ନୁହେଁ। ଏଣୁ ଏହାକୁ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରା ନ ଯାଉ। ଆଇନ ଆଧାରରେ ଶଙ୍ଖ ଭବନ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।

Share
Tags: BJD